Advertisment

'ଜଷ୍ଟିନ ଟ୍ରୁଡୋଙ୍କ ଯୋଗୁ ଭାରତ-କାନାଡ଼ା ସଂପର୍କ ଖରାପ ହେଉଛି'

ଟ୍ରୁଡୋଙ୍କ ଯୋଗୁ ଭାରତ-କାନାଡ଼ା କୁଟନୈତିକ ସଂପର୍କ ଖରାପ ହେଉଛି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଅଦ୍ୟତନ ହୋଇଛି
 PM Justin Trudeaus

PM Justin Trudeaus

Advertisment

କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତ ବିରୋଧୀ ଆଭିମୁଖ୍ୟର କଡ଼ା ଜବାବ ଦେଇଛି ବିଦେଶ ମନ୍ତ୍ରଣାଳୟ । କେବଳ ପିଏମ ଟ୍ରୁଡୋଙ୍କ ଯୋଗୁ ଭାରତ-କାନାଡ଼ା କୁଟନୈତିକ ସଂପର୍କ ଖରାପ ହେଉଛି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 

Advertisment

ଭାରତ ବିରୋଧରେ କାନାଡ଼ା ପ୍ରଧାନମନ୍ତ୍ରୀ ଆଣିଥିବା ଅଭିଯୋଗର କୌଣସି ପ୍ରମାଣ ନାହିଁ । ବର୍ତ୍ତମାନ ସୁଦ୍ଧା କାନାଡ଼ା ପକ୍ଷରୁ କୌଣସି ପ୍ରମାଣ ଦିଆଯାଇନାହିଁ । କାନାଡ଼ାରେ ହିଂସା ଓ ହତ୍ୟାକାଣ୍ଡ ପଛରେ ଭାରତ ଓ ଭାରତୀୟ ଦୂତାବାସ ଅଧିକାରୀଙ୍କ ହାତ ଥିବା କାନାଡ଼ା ପିଏମ ଅଭିଯୋଗ ଆଣିଥିଲେ । 

ତଦନ୍ତ କମିଶନ ଆଗରେ କାନାଡ଼ା ପିଏମ କହିଛନ୍ତି ଆମେ କେବଳ ଗୁଇନ୍ଦା ତଥ୍ୟ ଆଧାରରେ ସଂଦେହ କରୁଛୁ, କିନ୍ତୁ ଆମ ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ । ଗତବର୍ଷ ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟା ଘଟଣାକୁ ନେଇ ଭାରତକୁ ଦୋଷ ଦେଉଛି କାନାଡ଼ା। 

Advertisment

ଏହାପୂର୍ବରୁ ଭାରତୀୟ ହାଇକମିଶନର ସଞ୍ଜୟ ବର୍ମାଙ୍କ ସହ ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଭାରତ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି କାନାଡ଼ାର ଚାର୍ଜ-ଡି ଆଫେୟାର୍ସଙ୍କୁ ମଧ୍ୟ ଭାରତ ସମନ କରିଥିଲା। ବର୍ତ୍ତମାନର କାନାଡା ସରକାରଙ୍କ ପ୍ରତି ବିଶ୍ବାସ ନଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୨୦୨୩ରେ କାନାଡାରେ ହରଦୀପ ସିଂହ ନିଜ୍ଜର ହତ୍ୟାକୁ ନେଇ କାନାଡା, ଭାରତକୁ ଦୋଷାରୋପ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଛି। କାନାଡାର ଟ୍ରୁଡୋ ସରକାର ହରଦୀପ ସିଂହ ନିଜାର ହତ୍ୟାକାଣ୍ଡର ଯାଂଚ୍ ବେଳେ ଭାରତୀୟ ହାଇକମିଶନର ସଂଜୟ କୁମାର ବର୍ମାଙ୍କୁ ପର୍ସନ ଅଫ୍ ଇଣ୍ଟରେଷ୍ଟ କହିଥିଲା। ଯାହା ଉପରେ କଡା ଆପତ୍ତି ଉଠାଇଛି ଭାରତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ