Advertisment

ଯୁଦ୍ଧ ନେଇ ବଢ଼ିଲା ଚିନ୍ତା; ଶାନ୍ତି ଓ ସ୍ଥିରତା ବଜାୟ ପାଇଁ ଭାରତର ଆହ୍ୱାନ

ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲା ଭାରତ। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଉଭୟ ପକ୍ଷକୁ ଯୁଦ୍ଧରୁ ବିରତ ରହି କୂଟନୈତିକ ସ୍ତରରେ ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯାଇଛି।

iran isrel war

iran isrel war

Advertisment

ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲା ଭାରତ। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଉଭୟ ପକ୍ଷକୁ ଯୁଦ୍ଧରୁ ବିରତ ରହି କୂଟନୈତିକ ସ୍ତରରେ ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯାଇଛି। ଭାରତ କହିଛି, ଯୁଦ୍ଧ ଦ୍ୱାରା କାହାର ଲାଭ ହେବନି। ମଧ୍ୟଏସିଆରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ନେଇ ଭାରତ ଚାହେଁ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Advertisment

ଗତକାଲିର ଆକ୍ରମଣ ବାବଦରେ ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ଯେ, ଇରାନ ଉପରେ ଆଇଡିଏଫର ଆକ୍ରମଣ ପରେ ପରେ ହିଜବୁଲ୍ଲାଙ୍କ ପକ୍ଷରୁ ଇସ୍ରାଏଲ ଉପରେ ୮୦ଟି ରକେଟ୍ ମାଡ କରାଯାଇଛି। ଗତକାଲି ପ୍ରଥମେ ଇରାନ ଉପରେ ଜୋରଦାର ଆକ୍ରମଣ କରିଥିଲା ଇସ୍ରାଏଲ୍। ରାଜଧାନୀ ତେହେରାନରେ ଥିବା ସେନା କ୍ୟାମ୍ପକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରିଥିଲା ଆଇଡିଏଫ୍।

ଆକ୍ରମଣରେ ୧୦୦ରୁ ଅଧିକ F-35 ଯୁଦ୍ଧ ବିମାନ ବ୍ୟବହାର କରାଯାଇଥିଲା। ୨ହଜାର କିମି ଦୂରରୁ ତେହେରାନ ସମେତ କାରଜା, ତିରକିତ, ସମାରା, ସଲାଉ-ଉଦ୍ଦିନ, ଅଲଦୋର ଏବଂ ଡିଆଲ୍ ଅଞ୍ଚଳରେ ବଡ ଧରଣର ବିସ୍ଫୋରଣ ହୋଇଛି। ଆକ୍ରମଣ ପରେ ଇରାନର ସମସ୍ତ ବିମାନ ବନ୍ଦରରୁ ବିମାନସେବା ସ୍ଥଗିତ ରଖାଯାଇଛି ।

Advertisment

ଗତ ଅକ୍ଟୋବର ୧ରେ ଇରାନ ଆକ୍ରମଣର ପ୍ରତିଜବାବରେ ନିର୍ଦ୍ଧିଷ୍ଟ ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିବା କହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ। ଏପରିକି ମଧ୍ୟପ୍ରାଚ୍ୟର ଯେକୌଣସି ଅଂଚଳକୁ ଇସ୍ରାଏଲ ଟାର୍ଗେଟ୍ କରିପାରିବ ବୋଲି କହିଛନ୍ତି ଇସ୍ରାଏଲ କାଉନସେଲ୍ ଜେନେରାଲ୍। ପୂର୍ବର ଅକ୍ଟୋବର ୧ରେ ଇସ୍ରାଏଲ ଉପରେ ପ୍ରାୟ ୨ଶହ ବାଲିଷ୍ଟିକ ମିସାଇଲ ମାଡ଼ କରିଥିଲା ଇରାନ ।

Ministry Of Foreign Affairs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ