Advertisment

PM Modi China Visit: ଭାରତ-ଚୀନ୍ ସମ୍ପର୍କ ଆହୁରି ସୁଦୃଢ ହେବ, ସମ୍ମାନ ଓ ବିଶ୍ବାସର ସହ ଆଗକୁ ବଢିବେ: ତିଆନଜିନରୁ ମୋଦିଙ୍କ ବାର୍ତ୍ତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିଆନଜିନରେ SCO ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଚୀନ୍ ଯାଇଛନ୍ତି। ସମ୍ମିଳନୀ ପୂର୍ବରୁ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି।

Modi Jinping

Modi Jinping

Advertisment

ଚୀନର ତିଆନଜିନରେ ଅନୁଷ୍ଠିତ ହେଉଛି ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେବାକୁ ଚୀନରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଚୀନ ଗସ୍ତରେ ଅଛନ୍ତି। ମୋଦୀ ଶନିବାର ଚୀନର ତିଆନଜିନରେ ପହଞ୍ଚିଛନ୍ତି। ସେଠାରେ ସେ ଦୁଇ ଦିନିଆ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି।

Advertisment

୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଚୀନର ତିଆନଜିନରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀରେ ବିଶ୍ବ ନେତାମାନେ ଭାଗ ନେଉଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ବୈଠକରେ ଉଭୟ ଦେଶର ସମ୍ପର୍କକୁ ଉନ୍ନତ କରିବା ଉପରେ ଆଲୋଚନା ହୋଇଛି।

ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “କଜାନରେ ଆମର ବୈଠକ ଫଳପ୍ରଦ ହୋଇଥିଲା। ଏହା ଆମର ସମ୍ପର୍କକୁ ଏକ ସକାରାତ୍ମକ ଦିଗ ଦେଇଛି। ସୀମାରେ ଶାନ୍ତି ଓ ସ୍ଥିରତା ରହିଛି। କୈଳାସ ମାନସରୋବର ଯାତ୍ରା ପୁନର୍ବାର ଆରମ୍ଭ ହୋଇଛି। ଉଭୟ ଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ମଧ୍ୟ ଆରମ୍ଭ ହେଉଛି।”

Advertisment

ପ୍ରଧାନମନ୍ତ୍ରୀ ମୋଦି ଏସସିଓ ଶିଖର ସମ୍ମିଳନୀ ପାଇଁ ସି ଜିନପିଙ୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କରେ ବିଶ୍ୱାସ, ସମ୍ମାନ ଓ ସମ୍ବେଦନଶୀଳତାର ଆହ୍ୱାନ ଦେଇଛନ୍ତି। ମୋଦି କହିଛନ୍ତି, ୨୮୦ କୋଟି ଲୋକଙ୍କ ହିତ ପରସ୍ପର ସହ ଜଡ଼ିତ। ତେଣୁ ଉଭୟ ଦେଶର ଉତ୍ତମ ସମ୍ପର୍କ ସମଗ୍ର ମାନବତାର କଲ୍ୟାଣ ପାଇଁ ବାଟ କଢାଇବ।

ଆମେରିକା ଦ୍ୱାରା ଟାରିଫ ଲାଗୁ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଏହି ବୈଠକ ସକରାତ୍ମକ ବାର୍ତ୍ତା ଦେଇଛି। ଏହି ବୈଠକ ଚୀନ୍ ସହ ସମ୍ପର୍କ ସୁଦୃଢ ହେବାର ଆଶା ଉଜ୍ଜୀବୀତ କରିଛି। ରୁଷଠାରୁ ଭାରତ ଅଶୋଧିତ ତେଲ କିଣୁଥିବା ଯୋଗୁଁ ଆମେରିକା ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଲାଗୁ କରିଥିବା ବେଳେ ଏହି ସମ୍ମିଳନୀରେ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ ଆଲୋଚନା କରିବେ।

Advertisment

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରବିବାର ଚାରି ଦିନିଆ ଗସ୍ତରେ ଚୀନ ପହଞ୍ଚିଛନ୍ତି। ଏସସିଓ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ତିଆନଜିନରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ଅନ୍ୟ ନେତାମାନେ ମଧ୍ୟ ଚୀନ ପହଞ୍ଚି ସାରିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ରେ ଶେଷ ଥର ପାଇଁ ଚୀନ୍ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ୭ ବର୍ଷ ମଧ୍ୟରେ ପ୍ରଥମ ଥର ଚୀନ୍ ଗସ୍ତରେ ଯାଇଛନ୍ତି ମୋଦି। ଯଦିଓ ଜିନପିଙ୍ଗ ଓ ମୋଦି ୨୦୨୪ରେ ରୁଷର କଜାନରେ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ପରସ୍ପରକୁ ଭେଟିଥିଲେ।

ଅଧିକ ପଢନ୍ତୁ: ମୋଦି-ଜିନପିଙ୍ଗ-ପୁଟିନଙ୍କ ଭେଟଘାଟ ଉପରେ ସାରା ବିଶ୍ବର ନଜର

China Prime Minister Narendra Modi Chinese President Xi Jinping Bilateral Ties With India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ