ସାରା ବିଶ୍ୱରେ ଏବେ ଫ୍ରାନ୍ସ ଦଙ୍ଗାକୁ ନେଇ ଚର୍ଚ୍ଚା । କେମିତି ଏଠାରେ ଦଙ୍ଗାକୁ ଶାନ୍ତ କରାଯିବ ସେନେଇ ସମସ୍ତେ ଚିନ୍ତାରେ । ଏହି ଦଙ୍ଗାର ପ୍ରଭାବ ଏବେ ସାରା ଫ୍ରାନ୍ସ ଉପରେ ପଡ଼ିବାରେ ଲାଗିଛି । ତେବେ ଏହାରି ଭିତରେ ଫ୍ରାନ୍ସର ଜଣେ ଜଣାଶୁଣା ଡାକ୍ତର ତଥା ପ୍ରଫେସର ଏନ୍ ଜନ୍ କେମ୍ ଏକ ବଡ଼ କଥା କହିଛନ୍ତି । ଯାହାକୁ ନେଇ ଭାରତରେ ଆରମ୍ଭ ହୋଇଛି ବିତର୍କ । ସେ ନିଜ ଟ୍ୱିଟରେ ଲେଖିଛନ୍ତି, ‘ଫ୍ରାନ୍ସରେ ଦଙ୍ଗା ବନ୍ଦ କରିବାକୁ ହେଲେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେବା ଉଚିତ୍ । ଭାରତ ସରକାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫ୍ରାନ୍ସକୁ ପଠାଇବା ଜରୁରୀ । ମୋର ବିଶ୍ୱାସ ଯୋଗୀ ଆସିବା ପରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ଦଙ୍ଗାର ପରିସମାପ୍ତି ଘଟିବ ।’
Also Read
India must send @myogiadityanath to France to control riot situation there and My God,he will do it within 24 hours.
— Prof.N John Camm (@njohncamm) June 30, 2023
ଏନ୍ ଜନ୍ କେମ୍ଙ୍କ ଏହି ଟ୍ୱିଟ୍କୁ ନେଇ ଭାରତର ବଡ଼ ବଡ଼ ଗଣମାଧ୍ୟମରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସବୁଠାରୁ ବଡ଼ କଥା ହେଲା, ଜନ୍ କେମ୍ଙ୍କ ଟ୍ୱିଟର ଜବାବ ମଧ୍ୟ ଦେଇଛି ଯୋଗୀ ଆଦିତ୍ୟନାଥଙ୍କ ଅଫିସ୍ । ଆଉ ଏହା ମଧ୍ୟ ଆଉ ଏକ ଚର୍ଚ୍ଚାର କାରଣ ପାଲଟିଛି । ସୋସିଆଲ ମିଡିଆରେ ଏନ୍ ଜନ୍ କେମ୍ଙ୍କ ଟ୍ୱିଟ୍କୁ ଅନେକ ସମର୍ଥନ କରିବା ସହ ଯୋଗୀ ହିଁ ଦଙ୍ଗା ରୋକି ପାରିବେ ବୋଲି ଅନେକ ମତ ଦେଇଛନ୍ତି । ଆଉ କିଛି ୟୁଜର୍ସ କହିଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ଅଫିସ୍ ପ୍ରଥମେ ସ୍ପଷ୍ଟ କରୁ ଯେ ସେ ଯେଉଁ ଏନ୍ ଜନ୍ କେମ୍ଙ୍କ ଟ୍ୱିଟ୍ର ଉତ୍ତର ରଖିଛନ୍ତି ସେ ତାଙ୍କୁ ଜାଣିଛନ୍ତି ନା ନାହିଁ । ତାଙ୍କ ପ୍ରକୃତ ନାଁ କ’ଣ ବା ତାଙ୍କ ପରିଚୟ କ’ଣ ଯୋଗୀ ଆଦିତ୍ୟନାଥଙ୍କ ଅଫିସ୍ ଜାଣିଛି ନା ନାହିଁ । ଏଭଳି ପ୍ରଶ୍ନ ମଧ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଘୁରି ବୁଲୁଛି ।
Entire Bus Station and Buses torched in France. pic.twitter.com/k21fbyoEOl
— Prof.N John Camm (@njohncamm) June 30, 2023
ଜନ୍ କେମ୍ ନିଜ ଟ୍ୱିଟ୍ରେ ଯୋଗୀ ଆଦିତ୍ୟନାଥଙ୍କ ବୁଲ୍ଡୋଜର ଟ୍ରିଟ୍ମେଣ୍ଟ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଦଙ୍ଗା ଭିଆଉଥିବା ଲୋକଙ୍କୁ ବା ଦଙ୍ଗା ରୋକିବାକୁ, ବୁଲ୍ଡୋଜର ଟ୍ରିଟ୍ମେଣ୍ଟଠାରୁ ଭଲ ଚିକିତ୍ସା ଆଉ କିଛି ହୋଇନପାରେ ।
Whenever extremism fuels riots, chaos engulfs and law & order situation arises in any part of the globe, the World seeks solace and yearns for the transformative "Yogi Model" of Law & Order established by Maharaj Ji in Uttar Pradesh. https://t.co/xyFxd1YBpi
— Yogi Adityanath Office (@myogioffice) July 1, 2023
ସୂଚନାଯୋଗ୍ୟ, ଗତ ୪ ଦିନ ହେଲା ଫ୍ରାନ୍ସ ଦଙ୍ଗାର ନିଆଁରେ ଜଳୁଛି । ୨୭ ଜୁନ୍ରେ ଜଣେ ଟ୍ରାଫିକ୍ ପୋଲିସ ଅଲ୍ଜିରିଆୟୀ ସମ୍ପ୍ରଦାୟର ଜଣେ ୧୭ ବର୍ଷିୟ ନାହେଲ ଏମ୍ ନାମକ ବ୍ୟକ୍ତିଙ୍କୁ ଗୁଳି କରିଥିଲେ । ଏହାକୁ ବିରୋଧ କରିଥିଲେ ଉକ୍ତ ସମ୍ପ୍ରଦାୟର ଲୋକ । ଯାହାଫଳରେ ଦଙ୍ଗା ସୃଷ୍ଟି ହୋଇଥିଲା । ଏବେ ସୁଦ୍ଧା ଅନେକ ଘର ଏବଂ ଦୋକାନ ବଜାର ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି । କୋଟି କୋଟି ଟଙ୍କାର ସମ୍ପତି ଜଳି ପୋଡ଼ି ପାଉଁଶ ହୋଇଗଲାଣି । ତଥାପି ଦଙ୍ଗା ଥମିବାର ନାଁ ଧରୁନି ।
ଅନ୍ୟପଟେ ପୋଲିସ ଏହି ଘଟଣାରେ ଏବେ ସୁଦ୍ଧା ୮୭୫ ଜଣଙ୍କୁ ଗିରଫ ମଧ୍ୟ କରି ସାରିଛି । ତଥାପି ଦଙ୍ଗା ଥମିନି ବରଂ ବେଳକୁ ବେଳ ଦଙ୍ଗା ବଢ଼ିବାରେ ଲାଗିଛି । ଦଙ୍ଗାକାରୀ କାହା କଥା ଶୁଣିବାକୁ ନାରାଜ । ଲୋକଙ୍କ ମଧ୍ୟରେ ଏତେ ମାତ୍ରାରେ ଉତ୍ତେଜନା ରହିଛି ଯେ କେହି କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ପୋଲିସ ବିଭିନ୍ନ ପ୍ରକାର ଫନ୍ଦି ଆପଣାଇବା ସହ ଲୋକଙ୍କୁ ବୁଝା ସୁଝା କରିବାକୁ ଚେଷ୍ଟା କରି ବିଫଳ ହୋଇଛି ।