Advertisment

ପାକିସ୍ତାନରେ ଫୁଟିଲା ମହଙ୍ଗା ବୋମା: ୩୦ ଟଙ୍କା ବଢ଼ିଲା ପେଟ୍ରୋଲ ଓ ଡିଜେଲ

ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପ୍ରତି ଲିଟରକୁ ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା (ପାକିସ୍ତାନୀ ମୁଦ୍ରା) ବୃଦ୍ଧି ହୋଇଛି।

ଅଦ୍ୟତନ ହୋଇଛି
Imran Khan Slams Pak Government Over Fuel Price Hike

Imran Khan Slams Pak Government Over Fuel Price Hike

Advertisment

ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପ୍ରତି ଲିଟରକୁ ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା (ପାକିସ୍ତାନୀ ମୁଦ୍ରା) ବୃଦ୍ଧି ହୋଇଛି। ତୈଳ ଦର ବୃଦ୍ଧି ପରେ ଇସଲାମାବାଦରେ ପ୍ରତି ଲିଟରକୁ ପେଟ୍ରୋଲ୧୭୯ ଟଙ୍କା ୮୬ ପଇସା ହୋଇଥିବା ବେଳେ ଡିଜେଲ ୧୭୪ ଟଙ୍କା ୧୫ ପଇସାରେ ପହଞ୍ଚିଛି। ଏତଦ୍‌ବ୍ୟତୀତ କିରୋସିନି ତେଲ ଦାମ୍‌ ମଧ୍ୟ ବଢ଼ିଛି। କିରୋସିନି ଦାମ୍‌ ୩୦ ଟଙ୍କା ବୃଦ୍ଧି ପାଇ ୧୫୫ ଟଙ୍କା ୫୬ ପଇସା ହୋଇଛି। 

Advertisment

ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଅନେକ ଟ୍ୱିଟ୍‌ କରି ପାକିସ୍ତାନ ସରକାରଙ୍କୁ ଟାର୍ଗେଟ୍‌ କରିଥିବା ବେଳେ ଭାରତ ସରକାରଙ୍କ ପ୍ରଶଂସା କରିଛନ୍ତି। ଟ୍ୱିଟ୍‌ କରି ଇମ୍ରାନ କହିଛନ୍ତି, ‘ଦେଶରେ ପେଟ୍ରୋଲ ଓ ଡିଜେଲ ଦର ୨୦%/୩୦ ଟଙ୍କା ପ୍ରତି ଲିଟରକୁ ବୃଦ୍ଧି ପାଇଛି। ଇତିହାସରେ ବର୍ତ୍ତମାନ ସୁଦ୍ଧା ଏହା ହେଉଛି ସବୁଠାରୁ ବଡ଼ ବୃଦ୍ଧି।’

ସେହିପରି ରୁଷିଆ ଠାରୁ ତୈଳ କିଣିବା ପାଇଁ ଭାରତର ରଣନୀତିକୁ ଇମ୍ରାନ ଖାନ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତ ଓ ଆମେରିକା ରୁଷ୍‌ ଠାରୁ ଶସ୍ତା ତେଲ କିଣି ଇନ୍ଧନ ଦାମ୍‌ ହ୍ରାସ କରିବାରେ ସଫଳ ହେଉଛନ୍ତି। ହେଲେ ଆମ ଦେଶକୁ ଏକ ବଡ଼ କ୍ଷତି ସହିବାକୁ ପଡ଼ୁଛି।’ ସୂଚନାଥାଉ କି, ଗୁରୁବାର ଦିନ ପେଟ୍ରୋଲ ଓ ଡିଜେଲ ପ୍ରତି ଲିଟରକୁ ୩୦ ଟଙ୍କା ବୃଦ୍ଧି ନେଇ ସରକାର ନିଷ୍ପତ୍ତି ନେଇଥିବା ପାକିସ୍ତାନ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। 

Advertisment

ଅନ୍ୟପକ୍ଷେ, ୬ ଦିନ ମଧ୍ୟରେ ସାନି ନିର୍ବାଚନ ଘୋଷଣା କର, ନଚେତ୍ ପୁଣି ଇସଲାମାବାଦରେ ହେବ ମହାଆନ୍ଦୋଳନ । ହଜାର ହଜାର ସମର୍ଥକଙ୍କ ଗହଣରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କୁ ଇମ୍ରାନ୍ ଖାନ୍‌ ଏଭଳି ଖୋଲା ଚେତାବନୀ ଦେଇଛନ୍ତି। ନ୍ୟାସନାଲ ଆସେମ୍‌ଲି ଭଙ୍ଗ କରି ଆସନ୍ତା ଜୁନ୍‌ରେ ନିର୍ବାଚନ ନ କରାଇଲେ ସାରା ଦେଶରୁ ୨୦ ଲକ୍ଷ ସମର୍ଥକଙ୍କୁ ଧରି ପୁଣି ଇସଲାମାବାଦ ଫେରିବାକୁ ସଫାସଫା ଶୁଣାଇ ଦେଇଛନ୍ତି ଇମ୍ରାନ ଖାନ। 

Pakistan Imran Khan Fuel Price Hike Petrol Diesel Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ