Advertisment

ତାଲିବାନକୁ ଧମକ ଦେଲେ ବାଇଡେନ; କହିଲେ, ଆମର କ୍ଷତି କଲେ ସାଂଘାତିକ ଫଳ ଭୋଗିବ

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍  । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ସପକ୍ଷରେ ସେ ଏବେ ବି ଅଛନ୍ତି ବୋଲି କହିଛନ୍ତି।

US President Joe Biden

US President Joe Biden

Advertisment

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍  । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ସପକ୍ଷରେ ସେ ଏବେ ବି ଅଛନ୍ତି ବୋଲି କହିଛନ୍ତି।  ତେବେ ଆଫଗାନିସ୍ତାନରେ ଯଦି ଆମେରିକୀୟଙ୍କୁ ଆକ୍ରମଣ ହୁଏ ତେବେ ସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ବାଇଡେନ୍ । ତେବେ ସେ କହିଛନ୍ତି ଆଫଗାନ୍ ସୈନ୍ୟ ଯୁଦ୍ଧ ଲଢିବାକୁ ଚାହୁଁନଥିବା ବେଳେ ସେମାନଙ୍କୁ ସେଠାରେ ମରିବାକୁ ଛାଡ଼ିଦିଆଯିବନି  ।

Advertisment

ଆଫଗାନିସ୍ତାନକୁ ଗଢିବା କିମ୍ବା ସେଠାରେ ଗଣତନ୍ତ୍ର ପ୍ରତିଷ୍ଠା କରିବା ନୁହେଁ, ବରଂ ଆମେରିକାରେ ଯେଭଳି ପୁଣି ଆତଙ୍କବାଦୀ ଆକ୍ରମଣ ନହେବ ତାହା ଆମର ଫୋକସ୍ ବୋଲି ସେ କହିଥିଲେ।  ଏହାଛଡ଼ା ଆଫଗାନ ରାଜନେତାମାନେ ଦେଶର ଭବିଷ୍ୟତ ନେଇ ଏକାଠି ହୋଇପାରୁନାହାନ୍ତି । ଅତୀତରେ ଆଫଗାନିସ୍ତାନରେ ହୋଇଥିବା ଭୁଲକୁ ମୁଁ ଆଉ ଦୋହରାଇବାକୁ ଚାହୁଁ ନାହିଁ ବୋଲି ଦେଶକୁ ସମ୍ବୋଧନ କରି କହିଛନ୍ତି ବାଇଡେନ୍।

ହ଼୍ୱାଇଟ ହାଉସରେ  ଟିଭି ଚାନେଲରେ ଦେଶକୁ ସମ୍ବୋଧନ କରି ବାଇଡେନ କହିଛନ୍ତି, ବହୁ ଚିନ୍ତା କରିବା ପରେ ନିଜ ସୈନିକମାନଙ୍କୁ ଆ‍ଫଗାନିସ୍ତାନରୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛୁ। ତେବେ ତାଲିବାନ ଦ୍ୱନ୍ଦ୍ୱରେ ରହିବା ଉଚିତ୍‌ ନୁହେଁ ବୋଲି ସେ ଚେତାବନୀ ଦେଇ କହିଛନ୍ତି, ଯଦି ଆମେରିକା ସ୍ୱାର୍ଥରେ ଆଞ୍ଚ ଆସିବା ପରି କୌଣସି କାମ କରେ ତେବେ ତାଲିବାନକୁ ବିନାଶକାରୀ ଫଳ ଭୋଗିବାକୁ ପଡ଼ିବ। ତାଲିବାନମାନେ ଯଦି ଏମିତି କିଛି କରିବାକୁ ପ୍ରୟାସ କରନ୍ତି ତେବେ ଏତେ କଠୋର ଏବଂ ଶକ୍ତିଶାଳୀ କାର୍ଯ୍ୟାନୁଷ୍ଠାନ ସେମାନଙ୍କ ବିରୋଧରେ ନିଆଯିବ ଯାହା ସେମାନେ କେବେ ଭାବି ବି ନ ଥିବେ।

Advertisment

ବାଇଡେନ ଆହୁରି କହିଛନ୍ତି ସେପ୍ଟେମ୍ବର ୧୧, ୨୦୦୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିରୋଧରେ ଆମେ ଆଫଗାନିସ୍ତାନ ଯାଇଥିଲୁ । ଅଲ୍‌କାଏଦା ଆତଙ୍କବାଦୀ ସଂଗଠନ ଯେମିତି ଆଫଗାନ ମାଟିକୁ ଆମେରିକା ବିରୋଧରେ ବ୍ୟବହାର କରିପାରିବ ନାହିଁ ତାହାକୁ ନିଶ୍ଚିତ କରିବାକୁ ଆଫଗାନିସ୍ତାନରେ ପଶିଥିଲା ଆମେରିକା  । ୧୦ ବର୍ଷ ତଳୁ ଆମେ ଆମର ଲକ୍ଷ୍ୟ ପୂରଣ କରିସାରିଛୁ ବୋଲି ବାଇଡେନ କହିଛନ୍ତି  । ତେବେ ଆଫଗାନିସ୍ତାନ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।

Advertisment

ଅନ୍ୟପକ୍ଷେ,  ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ସାରା ବିଶ୍ୱକୁ ଏକାଠି ହେବାକୁ ପଡିବ । ଆଫଗାନିସ୍ଥାନ ସଙ୍କଟ ଉପରେ ଉଦବେଗ ପ୍ରକାଶ କରି ଏଭଳି ଆହ୍ୱାନ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ । ଆଜି ବସିଥିବା ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଶ୍ୱ ସମୂହକୁ ଆହ୍ୱାନ ଦେଇ ମହାସଚିବ କହିଛନ୍ତି, ଆଫଗାନିସ୍ଥାନ ଯେପରି ଆତଙ୍କବାଦର ପେଣ୍ଠସ୍ଥଳୀ ପାଲଟିନଯିବ ସେଥିପାଇଁ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡିବ  । ଆଫଗାନିସ୍ଥାନରେ ବର୍ତ୍ତମାନ ଯାହା ଚାଲିଛି ତାକୁ ଅଣଦେଖା କରିହେବନାହିଁ । ତାଲିବାନ କବଜା ପରେ ଆଫଗାନିସ୍ଥାନବାସୀଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୋଇଛି  ମହିଳାଙ୍କ ବିରୋଧରେ ହିଂସା ବଢିବାରେ ଲାଗିଛି  । ଆଫଗାନିସ୍ଥାନ ଛାଡିଥିବା ଶରଣାର୍ଥୀଙ୍କୁ ମାନବିକତା ଦୃଷ୍ଟିରୁ ନିଜ ଦେଶରେ ସ୍ଥାନ ଦେବାକୁ ସମସ୍ତ ଦେଶକୁ ଅନୁରୋଧ କରିଛନ୍ତି ଜାତିସଂଘ ମହାସଚିବ ।

Afghanistan US President US President Joe Biden
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ