ମାଡ଼ି ଆସୁଛି ହରିକେନ୍ ‘ମିଲଟନ୍’, ଆସନ୍ତାକାଲି କରିପାରେ ଲ୍ୟାଣ୍ଡଫଲ୍‌

ଏହା ହରିକେନ୍‌ ‘ମିଲଟନ୍‌’ ଅସ୍ୱାଭାବିକ ଭାବେ ପଶ୍ଚିମରୁ ପୂର୍ବକୁ ମୁହାଁଇଛି ଏବଂ ଲ୍ୟାଣ୍ଡଫଲ ପୂର୍ବରୁ ଏହାର ତୀବ୍ରତା ସାମାନ୍ୟ ହ୍ରାସ ଘଟିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

Hurricane Milton

ଆମେରିକାର ଫ୍ଲୋରିଡ଼ା ଆଡ଼କୁ ମାଡ଼ି ଆସୁଛି ହରିକେନ୍ ‘ମିଲଟନ୍’ । ଏହି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଏବେ କ୍ୟାଟାଗୋରି-ଫାଇଭ୍ ଅର୍ଥାତ୍ ଅତି ଭୀଷଣ ରୂପ ନେଇ ଆଟଲାଣ୍ଟିକ ସମୁଦ୍ରରୁ ଭୂପୃଷ୍ଠ ଆଡ଼କୁ ମାଡ଼ି ଆସୁଛି । ଏବେ ଏହା ଟାମ୍ପା ଫ୍ଲୋରିଡ଼ା ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୪୮୫ କିଲୋମିଟର ଦୂରରେ ରହିଛି । ଏହା ଆସନ୍ତାକାଲି ଫ୍ଲୋରିଡ଼ା ସମୟ ଭୋର୍ ୨ଟାରୁ ସକାଳ ୬ଟା ମଧ୍ୟରେ ସେଣ୍ଟ୍ରାଲ୍ ଗଲ୍ଫ କୋଷ୍ଟରେ ଲ୍ୟାଣ୍ଡଫଲ୍ କରିପାରେ ।

ଏହା ହରିକେନ୍‌ ‘ମିଲଟନ୍‌’ ଅସ୍ୱାଭାବିକ ଭାବେ ପଶ୍ଚିମରୁ ପୂର୍ବକୁ ମୁହାଁଇଛି ଏବଂ ଲ୍ୟାଣ୍ଡଫଲ ପୂର୍ବରୁ ଏହାର ତୀବ୍ରତା ସାମାନ୍ୟ ହ୍ରାସ ଘଟିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ୧୦ ଫୁଟ୍ ଉଚ୍ଚ ସମୁଦ୍ର ଜୁଆର ଆସିପାରେ । ଫ୍ଲୋରିଡ଼ାର ଜନସାଧାରଣଙ୍କୁ ତୁରନ୍ତ ସହର ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ନିବେଦନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ତଟବର୍ତ୍ତୀ ଅଞ୍ଚଳ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏଥିପାଇଁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ପ୍ରାୟ ୩୦ ଲକ୍ଷ ଲୋକ ରହୁଥିବା ଟାମ୍ପା ବେ ଅଞ୍ଚଳ ପ୍ରତି ସବୁଠୁ ଅଧିକ ବିପଦ ରହିଛି । ଫ୍ଲୋରିଡ଼ାର ୧୧ଟି କାଉଣ୍ଟିରେ ଏହାର ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଇଛି । ଏଥିପାଇଁ ୨ ହଜାରରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି ।