Sun
ମହାକାଶଚାରୀ ତଥା ବୈଜ୍ଞାନିକଙ୍କ ପାଇଁ ସୂର୍ଯ୍ୟ ହେଉଛନ୍ତି ରହସ୍ୟଜନକ । ଯେତେ ତଥ୍ୟ ଜାଣିଲେ ବି ତାହା ସୂର୍ଯ୍ୟଙ୍କ ତୁଳନାରେ କମ୍ ପଡ଼ୁଛି । ସୂର୍ଯ୍ୟଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସେମାନେ ସବୁବେଳେ ବ୍ୟଗ୍ର ଥାନ୍ତି । ହେଲେ ଏବେ ଏମିତି କିଛି ଘଟଣା ଘଟିଛି ଯାହା କି ମହାକାଶଚାରୀ ତଥା ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି ।
ସୂର୍ଯ୍ୟଙ୍କର ଏକ ବଡ଼ ଅଂଶ ଭାଙ୍ଗି ସୂର୍ଯ୍ୟଙ୍କଠୁ ଅଲଗା ହୋଇଛି । ଯାହାକି ମହାକାଶର ଏକ କକ୍ଷପଥରେ ବୁଲୁଛି । ତେବେ ବୈଜ୍ଞାନିକଙ୍କ ଚିନ୍ତା କରିବାର ମୁଖ୍ୟ କାରଣ ହେଉଛି, ସୂର୍ଯ୍ୟଙ୍କ ଏହି ଭଗ୍ନାଂଶ ବା ନିଆଁ ପିଣ୍ଡୁଳା କୌଣସି ଗ୍ରହ କିମ୍ବା ନକ୍ଷତ୍ର ସହ ଧକ୍କା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏମିତିକି ପୃଥିବୀ ସହ ମଧ୍ୟ ଧକ୍କା ହେବନି ବୋଲି କୁହାଯାଇନପାରେ । ତେଣୁ ବୈଜ୍ଞାନିକମାନେ ଏବେ ଏହି ନିଆଁ ପିଣ୍ଡୁଳା ଉପରେ ନଜର ରଖିଛନ୍ତି ଏବଂ ଏହାର ସ୍ଥିତିକୁ ନେଇ ତର୍ଜମା କରୁଛନ୍ତି ।
ତେବେ ସ୍ପେସ୍ କମ୍ୟୁନିଟି ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ନାସାର ଜେମ୍ସ ୱେବ୍ ଟେଲିସ୍କୋପ୍ ଦ୍ୱାରା ଏହାର ଭିଡିଓ ଉତ୍ତୋଳନ କରାଯାଇଛି । ପରେ ଏହାକୁ ଟ୍ୱିଟରରେ ପୋଷ୍ଟ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Sun_1676034580.jpg)