Advertisment

ପୂରା ଦେଶ ଦଖଲ ପାଇଁ ତାଲିବାନ ଅର୍ଥବଳ ପାଉଛି କେଉଁଠୁ?

୨୦୦୧ରେ ଓ୍ୱାଲ୍ଡ ଟ୍ରେଡ୍ ସେଣ୍ଟର ଆକ୍ରମଣ ପରେ ତାଲିବାନକୁ ନିପାତ କରିବା ପାଇଁ ଆଫଗାନିସ୍ତାନରେ ଆମେରିକା ସେନା ପ୍ରବେଶ କରିଥିଲା। ସେତେବେଳକୁ ଦେଶର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ଦଖଲରେ ରଖିଥିବା ତାଲିବାନ, ଆମେରିକାର ଆକ୍ରମଣ ପରେ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଲା।

ପୂରା ଦେଶ ଦଖଲ ପାଇଁ ତାଲିବାନ ଅର୍ଥବଳ ପାଉଛି କେଉଁଠୁ?

Taliban Leader

Advertisment

କାବୁଲ: ୧୯୭୯ ମସିହା। ଆଫଗାନିସ୍ତାନକୁ କବ୍‌ଜା କରିବାକୁ ଯୁଦ୍ଧ ଚଳାଇଥାଏ ସୋଭିଏତ୍ ୟୁନିଅନ୍। ଏହି ସମୟରେ ହିଁ ପଡ଼ିଥିଲା ତାଲିବାନର ମୂଳଦୂଆ।  ସୋଭିଏତ୍ ୟୁନିଅନ୍ ବିରୋଧରେ ଲଢ଼ିବା ପାଇଁ ଇସଲାମିକ ମୁଜାହିଦ୍ଦିନଙ୍କୁ ସେତେବେଳେ ପ୍ରଚ୍ଛନ୍ନରେ ପାକିସ୍ତାନ, ସାଉଦି ଆରବ ଓ ଆମେରିକା ତାଲିମ, ପାଣ୍ଠି ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା। ଇସଲାମିକ ମୁଜାହିଦ୍ଦିନକୁ ସାମ୍ନା କରିନପାରି, ୧୯୮୯ରେ ଆଫଗାନିସ୍ତାନରୁ ସୋଭିଏତ୍ ୟୁନିଅନ୍‌ର ସେନା ଅପସାରଣ କରିଥିଲା। ଏହାପରେ ୧୯୯୦ ମସିହାରେ ଇସଲାମୀୟ କ୍ରାନ୍ତି ପରଠାରୁ ଅଧିକରୁ ଅଧିକ ବଳ ଗୋଟାଇବାରେ ଲାଗିଥିଲା ଏହି ଇସ୍ଲାମିକ ମୁଜାହିଦ୍ଦିନ।

Advertisment

ଏହି ଯୁଦ୍ଧରେ ଅଂଶଗ୍ରହଣ କରିଥିବା ପୂର୍ବ ଓ ଦକ୍ଷିଣ ଆଫଗାନିସ୍ତାନ ପସ୍ତୁନ ଅଞ୍ଚଳର ତାଲିବ୍ ବା ବିଦ୍ୟାର୍ଥୀ ମାନଙ୍କୁ ନେଇ ଗଠିତ ଦଳ, ୧୯୯୪ ବେଳକୁ ମୁଜାହିଦ୍ଦିନ ଓ୍ୱାର୍ଲର୍ଡ ମାନଙ୍କ ଠାରୁ କ୍ଷମତା ଛଡ଼ାଇ ଆଣିବାରେ ସମର୍ଥ ହୋଇଥିଲା। ମହମ୍ମଦ ଓମାର୍ ଆହ୍ବାନରେ ହୋଇଥିବା ଏହି ଆନ୍ଦୋଳନରେ ମୁଖ୍ୟତଃ ତାଲିବ୍ ବା ବିଦ୍ୟାର୍ଥୀମାନେ ଅଂଶଗ୍ରହଣ କରିଥିବାରୁ ଏହାକୁ ତାଲିବାନ୍ କୁହାଗଲା। ୧୯୯୪ରେ କାନ୍ଦାହାର ଏବଂ ୧୯୯୬ ବେଳକୁ ତତ୍କାଳୀନ ବୁର୍ହାନୁଦ୍ଦିନ ରବାନି ସରକାରକୁ ହଟାଇ କାବୁଲ୍ ଦଖଲ କରିଥିଲା ତାଲିବାନ।

୨୦୦୧ରେ ଓ୍ୱାଲ୍ଡ ଟ୍ରେଡ୍ ସେଣ୍ଟର ଆକ୍ରମଣ ପରେ ତାଲିବାନକୁ ନିପାତ କରିବା ପାଇଁ ଆଫଗାନିସ୍ତାନରେ ଆମେରିକା ସେନା ପ୍ରବେଶ କରିଥିଲା। ସେତେବେଳକୁ ଦେଶର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ଦଖଲରେ ରଖିଥିବା ତାଲିବାନ, ଆମେରିକାର ଆକ୍ରମଣ ପରେ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଲା। ଏବେ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ, ଏହି ସଂଗଠନ ପୁଣି ବଳ ଗୋଟାଇ ଆଫଗାନିସ୍ତାନ କବଜା କରିଛି। ଏବେ ତାଲିବାନରେ ୮୫ ହଜାରରୁ ଅଧିକ ଆତଙ୍କୀ ଥିବା କୁହାଯାଉଛି।

Advertisment

ହେଲେ ପ୍ରଶ୍ନ ଉଠୁଛି, ବର୍ଷ ବର୍ଷ ଧରି ଲଢ଼େଇ ଏବଂ ହଠାତ୍ ପୂରା ଦେଶ ଦଖଲ ପାଇଁ ତାଲିବାନ ଏସବୁ ଅର୍ଥବଳ ପାଉଛି କେଉଁଠୁ? ୨୦୧୬ରେ ଫୋର୍ବସ୍ ତାଲିକାରେ ବିଶ୍ୱର ପଞ୍ଚମ ଧନୀ ଆତଙ୍କୀ ସଂଗଠନ ଥିଲା ତାଲିବାନ। ସେତେବେଳେ ତା ପାଖରେ ଥିଲା ୪୦ କୋଟି ଡଲାର୍ ସଂପତ୍ତି। ୨୦୧୯-୨୦ ବେଳକୁ ଏହା ୧୬୦ କୋଟି ଡାଲରକୁ ବୃଦ୍ଧି ପାଇଥିଲା। କୁହାଯାଏ, ତାଲିବାନର ବାର୍ଷିକ ଆୟ ଆଫଗାନିନିସ୍ତାନ ସରକାରର ପ୍ରତିରକ୍ଷା ବଜେଟ୍ ଠାରୁ ପ୍ରାୟ ୩୦ ଗୁଣ ଅଧିକ। ସଂଗଠନର ଆୟର ପ୍ରମୁଖ ଉତ୍ସ ହେଉଛି ଖଣି ଓ ଡ୍ରଗ୍ସ କାରବାର, ବିଦେଶୀ ଅନୁଦାନ, ଅସୁଲି ଆଦାୟ ଏବଂ ରିୟଲ୍ ଇଷ୍ଟେଟ୍ । ତେବେ ତାଲିବାନ କ୍ରମଶଃ ବିଦେଶୀ ଅନୁଦାନ ଉପରେ ଅଧିକ ନିର୍ଭରଶୀଳ ନହୋଇ ଆତ୍ମନିର୍ଭର ହେବାକୁ ଚେଷ୍ଟା ଚଳାଇଛି।

Advertisment
World Economy Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ