• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶତ୍ରୁ ଘେରରେ ଥିବା ଇସ୍ରାଏଲ(Israel) ଦେଶର ସୁରକ୍ଷା ଲାଗି କରିଛି ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା। ତା ମଧ୍ୟରୁ ଗୋଟିଏ ହେଉଛି ଆଇରନ ଡୋମ(Iron Dome ) ବା ଲୌହ କବଚ। କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିବା ଲାଗି ଏହି ବ୍ୟବସ୍ଥା କରିଯାଇଛି। ଖରା, ବର୍ଷା, ଶୀତ, କୁହୁଡି ହେଉ କି ବରଫପାତ ସବୁ ପରିସ୍ଥିତିରେ ସଜାଗ ଥାଏ ଏହି କ୍ଷେପଣାସ୍ତ୍ର ନିରୋଧ ପ୍ରଣାଳୀ । ସ୍ୱଳ୍ପ ଦୂରଗାମୀ ରକେଟ ଆକ୍ରମଣକୁ ପ୍ରତିହତ କରିବାରେ ଏହା ଅନେକାଂଶରେ ସଫଳ ମଧ୍ୟ ହୋଇଛି।

କ୍ଷେପଣାସ୍ତ୍ରକୁ ଠାବ କରିବା ସହ ଏହାକୁ ଆକାଶରେ ହିଁ ଧ୍ୱଂସ କରିଦିଏ ଆଇରନ ଡୋମ । ୨୦୧୧ ମସିହାରେ ଇସ୍ରାଏଲ ଏହି ବ୍ୟବସ୍ଥା କରିଥିଲା । ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ନିୟମିତ ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରେ । ୨୦୦୬ରେ ହିଜବୁଲ୍ଲା ରକେଟ ମାଡ଼ରେ ୪୪ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ତାପରେ ଇସ୍ରାଏଲ ତିଆରି କରିଥିଲା ଏହି ସୁରକ୍ଷା କବଚ।

୪ରୁ ୭୦ କିଲୋମିଟର ଦୂରତାରୁ ଆସୁଥିବା ରକେଟକୁ ଠାବ କରିବା ସହ ଏହାକୁ ଧ୍ୱଂସ କରିଦିଏ ଆଇରନ ଡୋମ୍ । ଇସ୍ରାଇଲ ନିଜ ସୀମୀରେ ଆଇରନ ଡୋମର ୧୦ଟି ବ୍ୟାଟେରୀ ବା ସେଟ୍ ମୁତୟନ କରିଛି । ଏହାକୁ ଏକ ସ୍ଥାନରୁ ଅନ୍ୟସ୍ଥାନକୁ ମଧ୍ୟ ନିଆଯାଇପାରେ। ତେଣୁ ଆବଶ୍ୟକତାକୁ ଦେଖି ଏହାର ସ୍ଥାନ ପରିବର୍ତ୍ତନ କରାଯାଏ। ଆଇରନ ଡୋମ୍ ମୁଖ୍ୟତଃ ୩ଟି ପର୍ଯ୍ୟାୟରେ କାମ କରେ ।

ଏଥିରେ ଥିବା ରାଡାର ଆସୁଥିବା ରକେଟକୁ ଠାବ କରି ସେଣ୍ଟ୍ରାଲ ପ୍ରସେସିଂ ୟୁନିଟକୁ ସୂଚନା ପଠାଏ । ଏହାପରେ ସେଣ୍ଟ୍ରାଲ ୟୁନିଟ ରକେଟ ଜନବସତି ଅଞ୍ଚଳରେ ପଡିବ ନା ନାହିଁ ଆକଳନ କରେ । ଯଦି ରକେଟ ଜନବସତି ଅଞ୍ଚଳରେ ପଡିବାର ଆଶଙ୍କା ଥାଏ ତେବେ ଏହା ନିଜସ୍ୱ କ୍ଷେପଣାସ୍ତ୍ର ଫାୟାର କରିବା ସହ ଆକାଶରେ ଏହାକୁ ଧ୍ୱଂସ କରିଦିଏ । ଯଦି ରକେଟ ଜନବସତି କିମ୍ବା ପ୍ରତିରକ୍ଷା ଅନୁଷ୍ଠାନକୁ ହିଟ୍ କରିବାର ନଥାଏ ତେବେ ଏହାକୁ ନଅଟକାଇ ଛାଡ଼ି ଦିଆଯାଏ ।

ତେବେ ଏହି ବ୍ୟବସ୍ଥା କେତେ ସଫଳ ? ଇସ୍ରାଏଲ ପ୍ରତିରକ୍ଷା ବିଭାଗର ସୂଚନା ଅନୁସାରେ ଏହା ୯୬ ପ୍ରତିଶତ ନିଖୁଣ ଲକ୍ଷ୍ୟଭେଦ କରିପାରେ । ତେବେ କୌଣସି ଅସ୍ତ୍ର ଶତ ପ୍ରତିଶତ ନିଖୁଣ ନୁହେଁ କି ୫ ହଜାରରୁ ଅଧିକ ରକେଟକୁ ପ୍ରତିରୋଧ କରିବା ଲାଗି ସକ୍ଷମ ନୁହେଁ, ତାହା ହମାସ ଆକ୍ରମଣରୁ ପ୍ରମାଣିତ ହୋଇଛି।...