Advertisment

India Attack Drones: ହାର୍ପି ମାଡ଼ରେ ପାକିସ୍ତାନର ହାଲତ୍ ଖରାପ୍; ତ୍ରାହି ତ୍ରାହି ଡାକ ଛାଡୁଛି, ଆଉ କାମ କରୁନି ମୁଣ୍ଡ...

ଅପରେସନ୍ ସିନ୍ଦୂର ପରେ ଥରହର ପାକିସ୍ତାନ। ଭାରତର ଜବରଦସ୍ତ ଆକ୍ସନରେ ବିଳିବିଳାଉଛି। ତ୍ରାହି ତ୍ରାହି ଡାକ ଛାଡୁଛି। ଆଉ କାମ କରୁନି ପାକିସ୍ତାନର ମୁଣ୍ଡ। କେମିତି ସାମନା କରିବ ଉପାୟ ପାଉନି।

India Attack Drones

India Attack Drones

Advertisment

ମଙ୍ଗଳବାର ରାତିରେ ‘ଅପରେସନ୍ ସିନ୍ଦୂର’ କରି ପାକିସ୍ତାନରେ ଆତଙ୍କୀ ଆଡ୍ଡା ଛାରଖାର କରିଥିବା ଭାରତ ଆଜି ଦିନ ଦ୍ବିପ୍ରହରରେ ପାକିସ୍ତାନ ଛାତିରେ ହମଲା କରିଛି। ଗତ ରାତିରେ ଭାରତର ପ୍ରାୟ ୧୫ଟି ଠିକଣାକୁ ଆକ୍ରମଣ ଉଦ୍ୟମ କରିବା ପରେ ଆଜି ପାକସ୍ତାନର ବିଭିନ୍ନ ସହରରେ କାଉଣ୍ଟର ଆଟାକ୍ କରିଛି ଭାରତୀୟ ସେନା। ଲାହୋର, ରାୱଲପିଣ୍ଡି ଓ କରାଚି ସହରରେ ଡ୍ରୋନ୍ ହମଲା କରି ନଷ୍ଟ କରିଛି ଏକାଧିକ ଏୟାର ଡିଫେନ୍ସ ସିଷ୍ଟମ। ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ବି ହମଲା କରିଛି ଭାରତ। ଏସବୁ ଆଟାକରେ ଇସ୍ରାଇଲ୍ ନିର୍ମିତ ସୁଇସାଇଡ୍ ଡ୍ରୋନ୍ ହାର୍ପିର ବ୍ୟବହାର ହୋଇଛି।

Advertisment

ଅପରେସନ୍ ସିନ୍ଦୂର ପରେ ଥରହର ପାକିସ୍ତାନ। ଭାରତର ଜବରଦସ୍ତ ଆକ୍ସନରେ ବିଳିବିଳାଉଛି। ତ୍ରାହି ତ୍ରାହି ଡାକ ଛାଡୁଛି। ଆଉ କାମ କରୁନି ପାକିସ୍ତାନର ମୁଣ୍ଡ। କେମିତି ସାମନା କରିବ ଉପାୟ ପାଉନି। ଭାରତକୁ ଉସୁକାଇବାର ପରିଣାମ ଭୋଗିବା ଆରମ୍ଭ କରିଛି। ମଙ୍ଗଳବାର ରାତିରେ ଅପରେସନ୍ ସିନ୍ଦୂରରେ ପ୍ରଚଣ୍ଡ ହମଲା କରିଥିବା ଭାରତୀୟ ସେନା ଆଜି ଦିନ ଦ୍ବିପ୍ରହରରେ ପ୍ରଚଣ୍ଡ କାଉଣ୍ଟର ଆଟାକ୍ କରିଛି। ଡ୍ରୋନ୍ ଓ ମିସାଇଲ୍ ମାଡ଼ରେ ଧ୍ବଂସ ହୋଇଛି ପାକିସ୍ତାନର ହାର୍ଟ କୁହାଯାଉଥିବା ଲାହୋର, ରାୱଲପିଣ୍ଡି ଓ କରାଚିରେ ଏକାଧିକ ଏୟାର ଡିଫେନ୍ସ ସିଷ୍ଟମ। ଛାରଖାର ହୋଇଛି ହାର୍ଟ ଅଫ୍ ପାକିସ୍ତାନ ଲାହୋରରେ ଥିବା ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ HQ-9। ଇସ୍ରାଏଲ୍ ନିର୍ମିତ ଭାରତର ସୁଇସାଇଡ୍ ଡ୍ରୋନ୍ ହାର୍ପି, ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଛି। ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମର ଡ୍ରୋନ୍ ଆଟାକରେ ଷ୍ଟାଡିୟମରେ ଥିବା ଫୁଟ୍ ଭେଣ୍ଡର କ୍ଷତି ହୋଇଛି। ଏହି ଷ୍ଟାଡିୟମରେ ରାତିରେ ପାକିସ୍ତାନ ସୁପର ଲିଗ୍ ମ୍ୟାଚ୍ ଖେଳାଯିବାର ଥିଲା। ତାପୂର୍ବରୁ ପାକିସ୍ତାନର ସେନାର ହେଡକ୍ବାର୍ଟର ଥିବା ରାୱଲପିଣ୍ଡିରେ ଡ୍ରୋନ୍ ହମଲା କରି ଦମ୍ ଦେଖାଇଛି ଭାରତ। ସେହିପରି ପୋର୍ଟ ସିଟି କରାଚିରେ ବି ଏକାଧିକ ଡ୍ରୋନ ଯୋଗେ କାଉଣ୍ଟର ଆଟାକ୍ ହୋଇଛି। ଏହାପରେ କରାଚି ସହର ବ୍ଲାକଆଉଟ୍ କରି ଦିଆଯାଇଛି। ଗୋଟିଏ କି ଦୁଇଟି ନୁହେଁ, ପାକିସ୍ତାନର ଏକାଧିକ ଏୟାର ଡିଫେନ୍ସ ସିଷ୍ଟମ ଓ ରାଡାରକୁ ଛାରଖାର କରିଛି ଭାରତ। ପାକିସ୍ତାନର ୯ଟି ସ୍ଥାନରେ ଡ୍ରୋନ୍ ଷ୍ଟ୍ରାଇକ୍ ହୋଇଥିବା କୁହାଯାଉଛି। 

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

Advertisment

ସୁଇସାଇଡ୍ ଡ୍ରୋନ୍ ହାର୍ପିରୁ ଆଟାକ୍ ପରେ ଛାନିଆ ହୋଇଛି ପାକିସ୍ତାନ। ଏହାକୁ ନିର୍ମାଣ କରିଛି ଇସ୍ରାଏଲର ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍। ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିବାକୁ ଏହାକୁ ନିର୍ମାଣ କରାଯାଇଛି। ଉଭୟ ଅଟୋମେଟିକ୍ ଓ ମାନୁଆଲ୍ ମୋଡରେ କାମ କରିବାରେ ସକ୍ଷମ ହାର୍ପି ଡ୍ରୋନ୍ ୬ ଘଣ୍ଟା ଉଡ଼ାଣ କରିପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା ୫୦୦ରୁ ହଜାରେ କିଲୋମିଟର। ଟାର୍ଗେଟ ନ ମିଳିଲେ ମିଶନରୁ ଫେରି ନଥାଏ। ନହେଲେ ନିଜକୁ ନିଜେ ନଷ୍ଟ କରିଦିଏ ହାର୍ପି ଡ୍ରୋନ୍। ରେଡିଓ ସିଗନାଲ ସନ୍ଧାନ କରି ଶତ୍ରୁ ଉପରେ ପ୍ରହାର ପକାଇଥାଏ। ଲଞ୍ଚ କଲେ ଅପରେଟ୍ କରିବା ଆଉ ଆବଶ୍ୟକ ପଡ଼ି ନଥାଏ। ଥରକେ ୧୫ କିଲୋ ବିସ୍ଫୋରକ ସାଙ୍ଗରେ ନେଇପାରିବ।

ଭାରତର ଡ୍ରୋନ୍ ଆଟାକରେ ଥରହର ପାକିସ୍ତାନ। ଭାରତ ଏୟାର ଡିଫେନ୍ସ ସିଷ୍ଟମ ଓ ରାଡାର ଧ୍ବଂସ କରୁଥିବାରୁ ଆଗକୁ କେମିତି ଡିଫେନ୍ସ କରିବ ବୁଦ୍ଧି ହଜି ଗଲାଣି। ଆଜି ଜରୁରୀକାଳୀନ ବୈଠକ ଡାକି ଆଲୋଚନା କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ସେହିପରି ଭାରତର ଆଟାକରେ ପାକିସ୍ତାନର ଜଣେ ସାଂସଦ ପାର୍ଲାମେଣ୍ଟରେ କାନ୍ଦି ପକାଉଥିବା ଭିଡ଼ିଓ ଏବେ ସାମନାକୁ ଆସିଛି। ଯେଉଁଥିରେ ସେ କହୁଛନ୍ତି, ଆହ୍ଲା ଆମକୁ ବଞ୍ଚାଅ ଦିଅ। ଆମେ ଭୁଲ୍ କରିଛୁ। କ୍ଷମା କରିଦିଅ କହୁଥଛନ୍ତି ପାକ୍ ସାଂସଦ ତାହିର ଇକବାଲ। ସେହିପରି ପାକିସ୍ତାନ ଲୋକ ବି କ୍ଷୁବ୍ଧ ହେଲେଣି। ସୋସିଆଲ୍ ମିଡିଆରେ ସରକାରଙ୍କ ଉପରେ ବିଷୋଦଗାର କରୁଛନ୍ତି।

Advertisment

୬ ତାରିଖ ରାତିରେ ପହଲଗାମ ବଦଲା ନେଇଥିଲା ଭାରତ। ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଉପରେ ସେନା କରିଥିଲା ଏୟାରଷ୍ଟ୍ରାଇକ୍। ଏହାପରେ  ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ଟେନସନ୍ ବଢୁଥିବାରୁ ନିଜ ଦେଶର ନାଗରିକଙ୍କୁ ଲାହୋର ଛାଡିବାକୁ ଆଡଭାଇଜରୀ ଜାରି କରିଛି ଆମେରିକା। 

India News Pakistan Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ