Advertisment

UNରେ କିପରି ହୁଏ ଭୋଟିଂ, ପ୍ରସ୍ତାବ ପାରିତ ହେଲେ ହୁଏ କ’ଣ ?

ଜାତିସଂଘ ସାଧାରଣ ସଭାରେ ଯେକୌଣସି ଦେଶ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ତେବେ ଏହି ପ୍ରସ୍ତାବ ଉପରେ ଭୋଟିଂ ହେବ କି ନାହିଁ ତାହା ଅଧ୍ୟକ୍ଷ ନିଷ୍ପତ୍ତି ନେବେ। ଭୋଟ୍ ଦେବା ପରେ, ଏହି ପ୍ରସ୍ତାବ ପାରିତ ହେବାକୁ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକ।

ଅଦ୍ୟତନ ହୋଇଛି
UNGA

UNGA

Advertisment

ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଗତ କିଛି ଦିନ ହେବ ଯୁଦ୍ଧ ବଢ଼ିବାରେ ଲାଗିଛି। ଏହି ଯୁଦ୍ଧରେ ଉଭୟ ପକ୍ଷର ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଶିଶୁ ଓ ମହିଳା ଅଛନ୍ତି। ତେବେ ବର୍ତ୍ତମାନ ଯେକୌଣସି ସ୍ଥିତିରେ ଏହି ଯୁଦ୍ଧକୁ ବନ୍ଦ କରିବା ସମଗ୍ର ବିଶ୍ୱ ପାଇଁ ଏକ ଆହ୍ୱାନ ପାଲଟିଛି। ଏହି ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଆମେରିକାରୁ ବ୍ରିଟେନ୍ ସମସ୍ତେ ଚେଷ୍ଟା କରିଥିଲେ ମଧ୍ୟ ଏହି ପ୍ରୟାସରେ ବିଫଳ ହୋଇଛନ୍ତି। ଏବେ ମିଳିତ ଜାତିସଂଘର ସାଧାରଣ ସଭାରେ ଇସ୍ରାଏଲ- ହମାସ୍‌ ଯୁଦ୍ଧକୁ ନେଇ ଏକ ପ୍ରସ୍ତାବ ରଖାଯାଇଥିଲା ଓ ଭୋଟିଂ ମଧ୍ୟ ହୋଇଥିଲା। କିନ୍ତୁ ଜାତିସଂଘରେ ହୋଇଥିବା ଏହି ଭୋଟିଂରେ ସାମିଲ ହୋଇନଥିଲା ଭାରତ। ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଁ କି ଜାତିସଂଘରେ ଭୋଟ୍ କିପରି ହୁଏ ଓ ପ୍ରସ୍ତାବ ପାରିତ ହେଲେ କ’ଣ ହୁଏ ?

Advertisment

ଋଷ ଓ ୟୁକ୍ରେନ୍‌ ଯୁଦ୍ଧ ସମୟ ପରି ଏଥର ମଧ୍ୟ ଭୋଟିଂରୁ ନିଜକୁ ଦୂରେଇ ରଖିଥିଲା ଭାରତ। ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଆସିଥିବା ଏହି ପ୍ରସ୍ତାବରେ ଯୁଦ୍ଧକୁ ଯଥାଶୀଘ୍ର ସମାପ୍ତ କରିବା, ଗାଜାରେ ଉପସ୍ଥିତ ପୀଡ଼ିତାଙ୍କୁ ରିଲିଫ୍ ଯୋଗାଇବା, ଅସ୍ତ୍ରବିରତି ଉଲ୍ଲଂଘନ, ବନ୍ଧକ ପରିସ୍ଥିତି ଭଳି ଜିନିଷ ଅନ୍ତର୍ଭୁକ୍ତ କରାଯାଇଥିଲା। ଜାତିସଂଘରେ ଜୋର୍ଡାନ ଏହି ପ୍ରସ୍ତାବ ଆଣିଥିଲା ।

ଜାତିସଂଘ ସାଧାରଣ ସଭାରେ ଯେକୌଣସି ଦେଶ ପ୍ରସ୍ତାବ ଉପସ୍ଥାପନ କରିପାରିବେ। ତେବେ ଏହି ପ୍ରସ୍ତାବ ଉପରେ ଭୋଟିଂ ହେବ କି ନାହିଁ ତାହା ଅଧ୍ୟକ୍ଷ ନିଷ୍ପତ୍ତି ନିଅନ୍ତି। ଭୋଟ୍ ଦେବା ପରେ, ଏହି ପ୍ରସ୍ତାବ ପାରିତ ହେବାକୁ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ। ବର୍ତ୍ତମାନ ବିଶ୍ୱର ୧୯୩ ଦେଶ ମିଳିତ ଜାତିସଂଘର ସଦସ୍ୟ ଅଛନ୍ତି । ଇସ୍ରାଏଲ୍-ହମାସ୍ ଯୁଦ୍ଧ ଘଟଣାରେ ଆସିଥିବା ପ୍ରସ୍ତାବରେ ୧୨୦ ଭୋଟ୍ ମିଳିଛି। ଅର୍ଥାତ୍ ଏହି ପ୍ରସ୍ତାବ ମିଳିତ ଜାତିସଂଘରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି।

Advertisment

ବର୍ତ୍ତମାନ ପ୍ରଶ୍ନ ହେଉଛି, ଯଦି ମିଳିତ ଜାତିସଂଘର ସାଧାରଣ ସଭା(UNGA)ରେ ପ୍ରସ୍ତାବ ପାରିତ ହୁଏ ତେବେ କ’ଣ ହେବ? ବାସ୍ତବରେ, ଯେକୌଣସି ପରିସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସୁପାରିଶ କରିବା UNGAର କାମ। ଏହି ପ୍ରସ୍ତାବ ପାରିତ ହେବା ପରେ, ଯୁଦ୍ଧରେ ଜଡିତ ଦେଶକୁ ଏକ ନୈତିକ ବାର୍ତ୍ତା ପଠାଯାଇଥାଏ। ଏହାର ଅର୍ଥ UNGA କୌଣସି ଦେଶକୁ ଆଇନଗତ ଭାବେ ବାନ୍ଧି ପାରିବ ନାହିଁ। ଏଥିପାଇଁ UNSC ଗଠନ କରାଯାଇଛି।

United Nation Israel UNSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ