Advertisment

ଗୁଲଜାର ହେବେ କି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ?

ଆସନ୍ତାକାଲି ସାଢେ ୧୨ଟାରେ କୋର୍ଟ ଏହି ମାମଲାର ପୁଣି ଥରେ ବିଚାର କରିବେ।

Caretaker PAK PM

Caretaker PAK PM

Advertisment

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଗୁଲଜାର ଅହମ୍ମଦଙ୍କ ନାଁ ପ୍ରସ୍ତାବ ଦେଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ। ଗୁଲଜାର ଅହମ୍ମଦ ହେଉଛନ୍ତି ପାକିସ୍ତାନର ପୂର୍ବତନ ମୁଖ୍ୟ ବିଚାରପତି। ଆଜି ତେହରିକ୍-ଏ-ଇନସାଫ୍ ପାର୍ଟିର କୋର କମିଟି ଅହମ୍ମଦଙ୍କ ନାଁ ଉପରେ ମୋହର ମାରିଥିଲା। ଏହାପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦେଶର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଅହମ୍ମଦଙ୍କ ନାଁ ପ୍ରସ୍ତାବ ଦେଇଥିବା ଦଳର ନେତା ଫଓ୍ବଦ ଚୌଧୁରୀ କହିଛନ୍ତି।

Advertisment

ସରକାରଙ୍କ ବିରୋଧରେ ରାୟ ହେଉ ଅବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଶୁଣାଣି, ସବୁବେଳେ ଚର୍ଚାରେ ରହିଆସିଛନ୍ତି ଗୁଲଜାର ଅହମ୍ମଦ। ସେପଟେ ପାକିସ୍ତାନର ରାଜନୈତିକ ସଙ୍କଟ ମାମଲାର ଶୁଣାଣି ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ସାଢେ ୧୨ଟାରେ କୋର୍ଟ ଏହି ମାମଲାର ପୁଣି ଥରେ ବିଚାର କରିବେ।

ଏଥିସହ ନାସନାଲ ଆସେମ୍ଲିର ଉପବାଚସ୍ପତିଙ୍କ ରାୟର ଆଇନଗତ ଦିଗ ଉପରେ ମଧ୍ୟ ଦୃଷ୍ଟି ଦେବେ। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଥିଲେ। ଏହାରି ଭିତରେ ନିର୍ବାଚନ ଘୋଷଣା ପରେ ମଧ୍ୟ ସୁପ୍ରିମକୋର୍ଟ ଯିବା ପାଇଁ ବିରୋଧୀ ଦଳର ନିଷ୍ପତ୍ତିକୁ ଇମ୍ରାନ ବିରୋଧ କରିଛନ୍ତି ଏବଂ ଏହା ପ୍ରତିବାଦରେ ସେ ଇସଲାମାବାଦରେ ଧର୍ମଘଟ କରିବେ ବୋଲି କହିଛନ୍ତି।  

Advertisment
Pak PM Pakistan Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ