Advertisment

ଉଡ଼ାଣ ଆରମ୍ଭ କରୁଥିଲା ବିମାନ; ଯାତ୍ରୀ ଖୋଲିଦେଲେ ଜରୁରୀକାଳୀନ ଦ୍ୱାର

ଯାତ୍ରୀ ଜଣକଙ୍କ ଏପରି ହରକତ ଯୋଗୁ ବିମାନଟିର ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ବିମାନଟିକୁ ପୁଣିଥରେ ଟର୍ମିନାଲକୁ ଫେରାଇ ଅଣାଯାଇଥିଲା ।

Flight door

Flight door

Advertisment

ଉଡ଼ାଣ ଭରିବା ଆରମ୍ଭ କରୁଥିଲା ବିମାନ । ହେଲେ ବିଶୃଙ୍ଖଳା ସୃଷ୍ଟି କଲେ ଯାତ୍ରୀ । ବିମାନଟି ଚାଲିବା ସମୟରେ ଯାତ୍ରୀ ଜଣକ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିଦେଲେ । ଯାହାକୁ ନେଇ ଦେଖା ଦେଲା ଅସନ୍ତୋଷ । ଏପରି ଏକ କାଣ୍ଡ ଘଟାଇଛନ୍ତି ଜଣେ କାନାଡ଼ୀୟ ପର୍ଯ୍ୟଟକ । ଚଳିତ ସପ୍ତାହରେ ଚିଆଙ୍ଗ ମାଇ ବିମାନବନ୍ଦରରେ ଏହି ଘଟଣା ଘଟିଛି ।

Advertisment

ଯାତ୍ରୀ ଜଣକଙ୍କ ଏପରି ହରକତ ଯୋଗୁ ବିମାନଟିର ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ବିମାନଟିକୁ ପୁଣିଥରେ ଟର୍ମିନାଲକୁ ଫେରାଇ ଅଣାଯାଇଥିଲା । ଏହି ଘଟଣାରେ ଯାତ୍ରୀଙ୍କ ବିଶୃଙ୍ଖଳାକୁ ଦର୍ଶାଯାଇଛି । ସୋସିଆଲ ମିଡିଆରେ ଏ ସମ୍ପର୍କରେ ଏକ ପୋଷ୍ଟ ମଧ୍ୟ ହୋଇଛି ।

ପୂରା ବିମାନରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇଥିବା କୁହାଯାଇଥିବା ବେଳେ ଜଣେ କାନାଡ଼ୀୟ ପର୍ଯ୍ୟଟକ ଏହି କାଣ୍ଡ ଘଟାଇଥିବା ସୂଚନା ଦିଆଯାଇଛି । ଏ ସମ୍ପର୍କରେ ଚିଆଙ୍ଗ ମାଇ ବିମାନବନ୍ଦର ନିର୍ଦ୍ଦେଶକ ରୋନାକର୍ନ ଚାଲେର୍ମେସେନାକର୍ନ ସୂଚନା ଦେଇଛନ୍ତି ।

Advertisment

ସେପଟେ ଏହି ଘଟଣା ଘଟିବା ପରେ ହଠାତ୍‌ ବିମାନଟିକୁ ଅଟକାଇ ଦିଆଯାଇଥିଲା । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା । ଘଟଣାସ୍ଥଳରେ ଟେକ୍ନିସିଆନ୍‌ମାନେ ପହଞ୍ଚି ବିମାନଟିକୁ ଯାଞ୍ଚ କରିଥିଲେ । ତେବେ ଗୋଟିଗୋଟି କରି ଯାଞ୍ଚ କରିବା ପରେ ବିମାନଟି ଉଡ଼ାଣ ପାଇଁ ନିରାପଦ ଥିବା ଘୋଷଣା କରିଥିଲେ ।

Flight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ