Advertisment

Indian Army Successful Operation: କୁଆଡ଼େ ଗଲେ ହାଫିଜ୍ ଓ ମାସୁଦ ? ମିଳୁନି ପତ୍ତା

ଭାରତୀୟ ସେନାର ଅପରେସନ ସିନ୍ଦୂରର ଜବରଦସ୍ତ ସଫଳତା ପରେ କୁଆଡ଼େ ଗଲେ ଦୁଇ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସୟିଦ୍ ଓ ମୌଲାନା ମାସୁଦ ଆଝାର।

ଅଦ୍ୟତନ ହୋଇଛି
hafiz-saeed

hafiz-saeed

Advertisment

ଭାରତୀୟ ସେନାର ଅପରେସନ ସିନ୍ଦୂରର ଅପରେସନ ପରେ କୁଆଡ଼େ ଗଲେ ଦୁଇ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସୟିଦ୍ ଓ ମୌଲାନା ମାସୁଦ ଆଝାର। ସଫା ହୋଇଗଲେ ନା ଲୁଚିଛନ୍ତି ? ଯେହେତୁ ଏମାନଙ୍କର ଦୁଇ ଦିନ ହେଲା ପତ୍ତା ନାହିଁ, ତେଣୁ ସେମାନେ ନିପାତ ହୋଇଥିବା କିମ୍ବା ପାକିସ୍ତାନ ସେନା ଉଭୟଙ୍କୁ ଗୁପ୍ତରେ ଲୁଚାଇଥିବା ଚର୍ଚ୍ଚା ଚାଲିଛି। ତଥାପି ସେମାନଙ୍କୁ ଖୋଜିବାରେ ଲାଗିଛି ଭାରତ।

Advertisment

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

ଭାରତୀୟ ସେନାର ପ୍ରଚଣ୍ଡ ଆକ୍ରମଣରେ ଆତଙ୍କୀ ସଂଗଠନ ଜୈସ-ଏ- ମହମ୍ମଦ ମୁଖ୍ୟ ମାସୁଦ ଆଝାର ଆଡ୍ଡା ଧ୍ବଂସ ହେବା ସହ ମାସୁଦ୍ ପରିବାରର ୧୦ ସଦସ୍ୟ ଓ ୪ ସହଯୋଗୀ ବି ମରିଥିବା ଖବର ସ୍ପଷ୍ଟ ହୋଇଛି। ତେବେ ଗତକାଲି କିଛି ନିହତ ଆତଙ୍କବାଦୀଙ୍କୁ ପାକିସ୍ତାନ ସେନା ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଉଥିବାର ଯେଉଁ ଭିଡ଼ିଓ ଆସିଥିଲା, ସେଥିରୁ କିଛି ବଡ଼ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଥିବା ଅନୁମାନ କରାଯାଉଛି। ଯେହେତୁ ପାକିସ୍ତାନ ଏଭଳି ଆତଙ୍କବାଦୀଙ୍କୁ ପାଳିପୋଷି ବଢ଼ାଇଥିଲା, ତେଣୁ ସେମାନଙ୍କ ନିପାତ, ପାକ୍ ସେନାକୁ କୁଆଡ଼େ ଗଭୀର ଆଘାତ ଦେଇଥିବା କୁହାଯାଉଛି।

Advertisment

ପାକିସ୍ତାନର ପଞ୍ଜାବ ପ୍ରୋଭିଏନ୍ସରେ ଥବା ମୁରିଦକେ ଓ ବାହାୱଲପୁର ଆତଙ୍କୀ ଆଡ୍ଡାକୁ ଅପରେସନ ସିନ୍ଦୂରରେ ଧ୍ୱସ୍ତ କରିଥିଲା ଭାରତ। ଏହି ଆକ୍ରମଣରେ ଉଭୟ ଆତଙ୍କୀ ସଫା ହୋଇଗଲେ ନାଁ କେଉଁଠି ଲୁଚିଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ୧୯୯୯ ମସିହା କାନ୍ଦାହାର ବିମାନ ଅପହରଣବେଳେ ଚାପରେ ପଡ଼ି ଭାରତ ମୁକ୍ତ କରିଥିବା ମାସୁଦ ଆଝାର ପରବର୍ତ୍ତୀ ସମୟରେ ୨୦୦୧ ମସିହା ସଂସଦ ଆକ୍ରମଣର ମାଷ୍ଟର ମାଇଣ୍ଡ ରହିବା ସହ ଭାରତରେ ଅନେକ ଆତଙ୍କୀ ହମଲା ପଛର ଖଳନାୟକ ସାଜିଛି।

ସେହିପରି ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ ସୟିଦ ବି ଏବେ ଚୁପ୍। ଯେଉଁ ହାଫିଜ୍ ସୟିଦ୍ ପାକିସ୍ତାନ ମାଟିରେ କିଛିଦିନ ତଳେ ଖୋଲା ଖୋଲି ଭାରତ ବିରୋଧୀ ଭାଷଣ ଦେଉଥିଲା ଓ ପହଲଗାମ୍ ଆକ୍ରମଣ ପରେ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ ଦେଲା । ଭାରତର ସିନ୍ଧୁ ନଦୀରୁ ପାଣି ବନ୍ଦ କଲେ, ରକ୍ତ ବୋହିବାର ଧମକ ଦେଉଥିଲା ଅପରେସନ ସିନ୍ଦୂର ପରେ ପୂରା ଚୁପ୍। କେଉଁଠି ଲୁଚିଛି ବୋଲି ପ୍ରଶ୍ନ ଉଠୁଥିବା ବେଳେ ଭାରତୀୟ ସେନାର ଟାର୍ଗେଟ୍ ରେ କିନ୍ତୁ ନମ୍ବର ୱାନ୍ ରେ ସେ ରହିଥିବା ଜାଣିସାରିଲେଣି ଉଭୟ ହାଫିଜ୍ ସୟିଦ୍ ଓ ପାକିସ୍ତାନ ସେନା।

Advertisment

ଅଧିକ ପଢ଼ନ୍ତୁ: ଚୀନ ଶରଣରେ ପଶିଥିଲା ପାକିସ୍ତାନ; ଧୋକାଦେଲା ଡୁପ୍ଲିକେଟ୍ ଚାଇନା ମାଲ୍

Pakistan Airstrike Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ