Advertisment

Drone Attack: ହସ୍ପିଟାଲରେ ଡ୍ରୋନ୍ ହମଲା; ୭୦ ମୃତ

ଆକ୍ରମଣରେ ଛାରଖାର ହୋଇଛି ପୂରା ହସ୍ପିଟାଲ। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସନ୍ଦେହ କରାଯାଇଛି। ଆକ୍ରମଣ ବେଳେ ହସ୍ପିଟାଲରେ ଶତାଧିକ ରୋଗୀ ଓ ସମ୍ପର୍କୀୟଙ୍କ ଭିଡ଼ ଥିଲା।

Drone Attack

Drone Attack

Advertisment

ସୁଦାନର ଦାରଫର ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ହୋଇଛି ବଡ଼ ଧରଣର ଡ୍ରୋନ୍ ହମଲା। ଏଥିରେ ୭୦ ଜଣଙ୍କର ଜୀବନ ଯାଇଛି। ଅନେକ ଲୋକ ଆହତ ହୋଇଛନ୍ତି। ଏନେଇ ସ୍ପଷ୍ଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧାନୋମ୍ ଘେବ୍ରିୟେସ୍।

Advertisment

ସୁଦାନର ଅଲ୍ ଫାସର ସହରରେ ଥିବା ସାଉଦି ଟିଚିଂ ମାଟରନାଲ୍ ହସ୍ପିଟାଲରେ ଏହି ହମଲା ହୋଇଛି। ଆକ୍ରମଣରେ ଛାରଖାର ହୋଇଛି ପୂରା ହସ୍ପିଟାଲ। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସନ୍ଦେହ କରାଯାଇଛି। ଆକ୍ରମଣ ବେଳେ ହସ୍ପିଟାଲରେ ଶତାଧିକ ରୋଗୀ ଓ ସମ୍ପର୍କୀୟଙ୍କ ଭିଡ଼ ଥିଲା। ହଠାତ୍ ଏହି ସମୟରେ ହସପିଟାଲରେ ଡ୍ରୋନ ଯୋଗେ ହମଲା ହୋଇଥିଲା।

ତେବେ ହମଲା ପଛରେ କାହାର ସଂପୃକ୍ତି ରହିଛି ଏନେଇ ସ୍ପଷ୍ଟ ହୋଇନାହିଁ। କୌଣସି ସଂଗଠନ ଏଥିପାଇଁ ନିଜକୁ ମଧ୍ୟ ଦାୟୀ  କରି ନାହାନ୍ତି। ତେବେ ଆକ୍ରମଣ ପଛରେ ବିଦ୍ରୋହୀ ରାପିଡ୍ ସପୋର୍ଟ ଫୋର୍ସେସ-RSF ଥିବା କୁହାଯାଉଛି। ଆକ୍ରମଣ ପରେ ହସ୍ପିଟାଲରୁ ୮୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ଗତ ୨୦୨୩ ଏପ୍ରିଲରୁ ସୁଦାନ ସେନା ଓ ଅର୍ଦ୍ଧସାମରିକ ରାପିଡ ସପୋର୍ଟ ଫୋର୍ସ ମଧ୍ୟରେ ସଂଘର୍ଷ ଜାରି ରହିଛି। ଦାରଫର ଅନେକ ପଶ୍ଚିମାଞ୍ଚଳକୁ କବଜାକୁ ନେଇସାରିଲାଣି ରାପିଡ ସପୋର୍ଟ ଫୋର୍ସ। ଉତ୍ତର ଦାରଫରର ରାଜଧାନୀ ଏଲ-ଫାସେରକୁ ମଧ୍ୟ ବିଦ୍ରୋହୀମାନେ କବଜାକୁ ନେଇସାରିଛି।

ସୁଦାନରେ ଜାରି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୧୦ ହଜାରରୁ ଅଧିକ ଲୋକ। ବାସଚ୍ୟୁତ ହେଲେଣି ୧ କୋଟି ୨୦ ଲକ୍ଷରୁ ଅଧିକ ଲୋକ। ଲକ୍ଷ ଲକ୍ଷ ଲୋକ ଅନାହାରରେ ସଢୁଥିଲେ ବି ଥମିବାର ନାଁ ନେଉନି ଯୁଦ୍ଧ।

Advertisment

ଅଧିକ ପଢ଼ନ୍ତୁ:ସୁଦାନରେ ‘ଅପରେସନ କାବେରୀ’ ଜୋରଦାର, ୫୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର...

 

Attack Sudan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ