ବିବାହ ବେଳେ କଲେ ଏମିତି କାରନାମା, ସ୍ତବ୍ଧ ହୋଇଗଲେ ସମସ୍ତେ

ଏହା ଏପରି ଏକ ଘଟଣା, ଯାହା ଆପଣଙ୍କୁ ଚିନ୍ତାରେ ପକାଇ ଦେବ । ନିଜର ଭାବୀ ପତ୍ନୀଙ୍କ ପାଇଁ ସେ ଏପରି ଏକ ସରପ୍ରାଇଜ୍ ରେଡୀ କରିଥିଲେ, ଯାହାକୁ ଦେଖୁ ସମସ୍ତେ ସ୍ତବ୍ଧ ହୋଇ ରହିଗଲେ ।

Groom - Bride

ବିବାହ ଋତୁ ଆସିଯାଇଛି । ଏହି ସମୟରେ ପରସ୍ପର ପାଇଁ ଲୋକେ କେତେ କ’ଣ ଆୟୋଜନ କରୁଛନ୍ତି । ପରସ୍ପରକୁ ଆକର୍ଷିତ କରିବା ପାଇଁ ଯେତେ ସବୁ ଫନ୍ଦିଫିକର । କିନ୍ତୁ ଏହା ଏପରି ଏକ ଘଟଣା, ଯାହା ଆପଣଙ୍କୁ ଚିନ୍ତାରେ ପକାଇ ଦେବ । ନିଜର ଭାବୀ ପତ୍ନୀଙ୍କ ପାଇଁ ସେ ଏପରି ଏକ ସରପ୍ରାଇଜ୍ ରେଡୀ କରିଥିଲେ, ଯାହାକୁ ଦେଖୁ ଦେଖୁ ସମସ୍ତେ ସ୍ତବ୍ଧ ହୋଇ ରହିଗଲେ ।

ରିଙ୍ଗ୍ ସେରେମନି ବେଳେ ସମସ୍ତଙ୍କ ସାମ୍ନାରେ ଏପରି ଏକ ଭିଡିଓ ଚାଲିଲା ଯେ, ଯାହା ଅନେକଙ୍କୁ ଆଚମ୍ବିତ କରିଥିଲା । ବିବାହ କରିବାକୁ ଯାଉଥିବା ବର ଜାଣିପାରିଥିଲେ ଯେ ତାଙ୍କ ଭାବୀ ପତ୍ନୀ ଆଉ କାହା ସହ ସମ୍ବନ୍ଧରେ ଅଛନ୍ତି । ଏହାର ପ୍ରମାଣ ପାଇବା ପରେ କିନ୍ତୁ ସେ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ।

ଅଧିକ ପଢ଼ନ୍ତୁ: ବିବାହ ପାଇଁ ମହିଳାଙ୍କ ଅଜବ ସର୍ତ୍ତ, ‘୧ କୋଟି ଟଙ୍କା ରୋଜଗାର କରୁଥିଲେ କରିବେ ଜୀବନ ସାଥୀ ’...

ସେ ସଠିକ୍ ସମୟକୁ ଅପେକ୍ଷା କରିଥିଲେ । ଯେତେବେଳେ ସେମାନଙ୍କର ନିର୍ବନ୍ଧର ଦିନ ଆସିଲା ସେତେବେଳେ ସେ ଏହାକୁ ସମସ୍ତଙ୍କ ସାମ୍ନାରେ ଭିଡିଓ ମାଧ୍ୟମରେ ଚଲାଇଥିଲେ । ଘଟଣାଟି ଚୀନର । ଭିଡିଓ ଅନୁସାରେ ଭାବୀ ପତ୍ନୀ ଜଣକ ନିଜ ଗର୍ଭବତୀ ଭଉଣୀର ସ୍ୱାମୀଙ୍କ ସହ ସମ୍ବନ୍ଧରେ ଥିଲେ । ଦୁଇଟା ସମ୍ପର୍କ ଭାଙ୍ଗିବାକୁ ଏହି ଗୋଟିଏ ମାତ୍ର ଭିଡିଓ ହିଁ ଯଥେଷ୍ଟ ଥିଲା ।

ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି ଯେ, ବର ଚିତ୍କାର କରି କହୁଛନ୍ତି ତୁମେ ଭାବିଲ କି ମୁଁ ଏ ବିଷୟରେ ଜାଣି ନାହିଁ? ଏହା ସହ ସେ ଭାବୀ ପତ୍ନୀଙ୍କ ପାଇଁ ଆଣିଥିବା ଫୁଲତୋଡ଼ା ମଧ୍ୟ ଫିଙ୍ଗି ଦେଇଥିଲେ । ତେବେ ଜଣା ପଡ଼ିଛି ଯେ, ଭିଡିଓଟି ୨୦୧୯ର । ସେତେବେଳେ ବିଚ୍ଛିନ୍ନ ହେବାର ଏ ପ୍ରକାର ଶୈଳୀ ସମସ୍ତଙ୍କୁ ପସନ୍ଦ ଆସିଥିଲା ।

ସୂଚନା ଅନୁସାରେ, ବ୍ୟକ୍ତି ଜଣକ ନିଜ ଘରେ ଲଗାଇଥିବା ସିସିଟିଭି କ୍ୟାମେରା ପରୀକ୍ଷା କରିବା ବେଳେ ଜାଣିବାକୁ ପାଇଥିଲେ । ସେବେ ହିଁ ସେ ଭାବି ନେଇଥିଲେ ଯେ, ସମସ୍ତଙ୍କ ସାମ୍ନାରେ କନ୍ୟାର ଏପରି କଳା କାରନାମା ପଦାରେ ପକାଇବେ । ଭିଡିଓ ଭାଇରାଲ ହେବା ପରେ ଅନେକ ୟୁଜର୍ସ ବରପକ୍ଷରେ ରହିଥିଲେ ।

କେତେଜଣ କହିଥିଲେ ଯେ, ଏପରି ପ୍ରତିଶୋଧ ହିଁ ସର୍ବୋକୃଷ୍ଟ । ଅନ୍ୟ କେତେଜଣ କମେଣ୍ଟ ଦେଇଥିଲେ ଯେ, ଭଲ ଟାଇମିଂ । ତେବେ ଏପରି କରିବାରେ ଏହି ବ୍ୟକ୍ତି ଜଣକ ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଭାବୀ ସ୍ୱାମୀଙ୍କର ମେସେଜ ଭରା ସଭାରେ ପଢ଼ିଥିଲେ କନ୍ୟା । ଅତିଥିଙ୍କ ସାମ୍ନାରେ ସ୍ୱାମୀଙ୍କର ପୋଲ୍ ଖୋଲିଦେଇଥିଲେ କନ୍ୟାଜଣକ ।

ଅଧିକ ପଢ଼ନ୍ତୁ: ବିବାହରେ ସମସ୍ୟା; କଲ କରନ୍ତୁ ଏହି ନମ୍ବରରେ, ସମାଧାନ କରିବ ଆମ ସଂସ୍ଥା ..