Advertisment

ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି : ଭାରତରେ କରିପାରିବେ ଇଣ୍ଟର୍ନସିପ୍‌

ବର୍ତ୍ତମାନ ନିମୟ ଅନୁସାରେ ବିଦେଶର ମେଡିକାଲ୍ କଲେଜରୁ ପଢ଼ା ଶେଷ କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ଭାରତ ବାହାରେ ତାଲିମ ନେବା ସହ ଇଣ୍ଟର୍ନସିପ୍ କରିବାକୁ ପଡ଼ିଥାଏ

medical student

medical student

Advertisment

ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଅପରେସନ୍ ଗଙ୍ଗା ଅଧୀନରେ ଘରକୁ ଫେରିଥିବା ଡାକ୍ତରୀ ଛାତ୍ରମାନଙ୍କୁ ଭାରତରେ ଇଣ୍ଟର୍ଣ୍ଣସିପ୍‌ କରିବାର ସୁଯୋଗ ମିଳିବ । କେନ୍ଦ୍ର ସରକାର ଏ ସମ୍ପର୍କରେ ବୈଦେଶିକ ମେଡିକାଲ ଗ୍ରାଜୁଏଟ୍ ଲାଇସେନ୍ସ ଆକ୍ଟ (Foreign Medical Graduate Licensing Act)ରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଫଳରେ ୟୁକ୍ରେନରୁ ଫେରିଥିବା ଛାତ୍ର ଓ ଛାତ୍ରମାନଙ୍କର ଭବିଷ୍ୟତ ନଷ୍ଟ ହେବ ନାହିଁ ।

Advertisment

Russia-Ukraine War Day-10: LIVE UPDATE

ବର୍ତ୍ତମାନ ନିମୟ ଅନୁସାରେ ବିଦେଶର ମେଡିକାଲ୍ କଲେଜରୁ ପଢ଼ା ଶେଷ କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ଭାରତ ବାହାରେ ତାଲିମ ନେବା ସହ ଇଣ୍ଟର୍ନସିପ୍ କରିବାକୁ ପଡ଼ିଥାଏ । ଏପରି ସ୍ଥିତିରେ ୟୁକ୍ରେନରୁ ଫେରିବା ତଥା ଅତୀତରେ ଚୀନରୁ ଫେରିଥିବା ଛାତ୍ରମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର କିଛି ପରିବର୍ତ୍ତନ କରିଛନ୍ତି ।

Advertisment

ଏବେ ବିଦେଶରେ ପାଠପଢ଼ି ଆସୁଥିବା ଡାକ୍ତରୀ ଛାତ୍ରମାନେ ଭାରତରେ ସେମାନଙ୍କ ଇଣ୍ଟର୍ନସିପ୍ ସମାପ୍ତ କରିପାରିବେ । ଏହାପୂର୍ବରୁ ବିଦେଶରେ ପଢ଼ୁଥିବା ଛାତ୍ରମାନଙ୍କୁ ଭାରତୀୟ ମେଡିକାଲ କଲେଜ କିମ୍ବା ଅନୁଷ୍ଠାନରେ ଇଣ୍ଟର୍ନସିପ୍ କରିବାକୁ ଅନୁମତି ପ୍ରଦାନ କରାଯାଉନଥିଲା ।

ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏ ସମ୍ପର୍କରେ ଏକ ସର୍କୁଲାର ଜାରି କରିଛି । ଦେଶରେ ଅନେକ ଏପରି ବିଦେଶୀ ମେଡିକାଲ୍ ସ୍ନାତକ ଅଛନ୍ତି, ଯେଉଁମାନେ ଏପରି ବ୍ୟବସ୍ଥା ଯୋଗୁଁ ଦେଶରେ ଇଣ୍ଟର୍ନସିପ୍ କରିପାରୁ ନାହାନ୍ତି । ବର୍ତ୍ତମାନ କୋଭିଡ -19 ମହାମାରୀ ଏବଂ ଯୁଦ୍ଧ ପରି ବିପର୍ଯ୍ୟୟ ସ୍ଥିତି ନିୟନ୍ତ୍ରଣ ବାହାରେ। ଏଭଳି ସ୍ଥିତିରେ ସେମାନଙ୍କ ମାନସିକ ଚାପକୁ ଧ୍ୟାନରେ ରଖି ଭାରତରେ ଇଣ୍ଟର୍ନସିପ୍ ସମାପ୍ତ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

Advertisment
Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ