Advertisment

ଆଫ୍‌ଗାନିସ୍ତାନ ଆସୁଛନ୍ତି ୧୫ ହଜାର ପାକିସ୍ତାନୀ ଆତଙ୍କବାଦୀ, ୨୩ ଜୁଲାଇରେ ବାଇଡେନ୍‌ଙ୍କୁ କହିଥିଲେ ଘନି

ଗତ ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ଦଖଲ କରିନେଲା ତାଲିବାନ । ଏହା ସାରା ବିଶ୍ୱ ଦେଖିଲା । ହେଲେ ୧୫ ତରିଖ ପୂର୍ବରୁ ପାଖାପାଖି ୧୦ରୁ ୧୫ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫ୍‌ଗାନିସ୍ତାନରେ ପ୍ରବେଶ କରିଥିବା ନେଇ ଏବେ ଖବର ସାମ୍ନାକୁ ଆସୁଛି ।

ଅଦ୍ୟତନ ହୋଇଛି
Joe Biden With Asraf Ghani

Joe Biden With Asraf Ghani

Advertisment

କାବୁଲ: ଗତ ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ଦଖଲ କରିନେଲା ତାଲିବାନ । ଏହା ସାରା ବିଶ୍ୱ ଦେଖିଲା । ହେଲେ ୧୫ ତରିଖ ପୂର୍ବରୁ ପାଖାପାଖି ୧୦ରୁ ୧୫ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫ୍‌ଗାନିସ୍ତାନରେ ପ୍ରବେଶ କରିଥିବା ନେଇ ଏବେ ଖବର ସାମ୍ନାକୁ ଆସୁଛି । ପୂର୍ବରୁ ଏନେଇ କୌଣସି ତଥ୍ୟ ସାମ୍ନାକୁ ଆସିନଥିଲା । ତେବେ ଏହି ଘଟଣା ପାକିସ୍ତାନର ଯୋଜନା ଅନୁଯାୟୀ ହୋଇଥିବା ଜଣାପଡ଼ିଛି । ଆଫ୍‌ଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସ୍ରଫ ଘନି ଏନେଇ ୨୩ ଜୁଲାଇରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ମଧ୍ୟ ସୂଚନା ଦେଇଥିଲେ । ଗାନି ସରକାର ପତନ ହେବାର କିଛି ସପ୍ତାହ ପୂର୍ବରୁ ବାଇଡେନ୍‌ଙ୍କୁ ଫୋନ କରି ସେ କହିଥିଲେ ଯେ, “ମିଷ୍ଟର ପ୍ରେସିଡେଣ୍ଟ ଆମେ ଏକ ବଡ଼ ଧରଣ ଆକ୍ରମଣର ସାମ୍ନା କରୁଛୁ । ଯେଉଁଥିରେ ତାଲିବାନ, ସମ୍ପୂର୍ଣ୍ଣ ପାକିସ୍ତାନୀ ଯୋଜନା ଏବଂ ସୈନ୍ୟ ସମର୍ଥନ ସାମିଲ ଅଛନ୍ତି । ଏହାସହ ଅତି କମ୍‌ରେ ୧୦ରୁ ୧୫ ହଜାର ଅନ୍ତର୍ଜାତୀୟ ଆତଙ୍କବାଦୀ ଯେଉଁଥିରେ ପ୍ରାୟ ସମସ୍ତେ ପାକିସ୍ତାନୀ ରହିଛନ୍ତି । ଏହା ଉପରେ ଗୁରୁତ୍ୱ ଦେବା ଉଚିତ୍‌ ।” ନ୍ୟୁଜ ଏଜେନ୍ସି ରଏଟର୍ସ ନିକଟରେ ଏନେଇ ୧୪ ମିନିଟ୍‌ର ଏକ ଅଡିଓ କ୍ଲିପ୍‌ ମଧ୍ୟ ରହିଛି ।

Advertisment

ରଏଟର୍ସ ଅନୁଯାୟୀ, ଅସ୍ରଫ ଘନି କିମ୍ବା ବାଇଡେନଙ୍କ ଏହି କଥାବାର୍ତ୍ତାରୁ ଜଣାପଡ଼ୁନଥିଲା ଯେ ଆଫ୍‌ଗାନିସ୍ତାନରେ ଏତେ ଶୀଘ୍ର ସରକାର ପତନ ହୋଇଯିବ । କାରଣ ବାଇଡେନ୍‌ ଏହି ବାର୍ତ୍ତାଳାପରେ ଆଫ୍‌ଗାନିସ୍ତାନକୁ ପୂର୍ଣ୍ଣ ସହଯୋଗ କରିବାର ଆସ୍ୱସନା ଦେଇଥିଲେ । କିନ୍ତୁ ଘନି ସେଠାରୁ ଯଥାଶୀଘ୍ର ବାହାରିବା ନେଇ ଗୁରୁତ୍ୱ ଦେଉଥିଲେ । ଆଫଗାନିସ୍ତାନର ସରକାରୀ ଅଧିକାରୀ ଏବଂ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ବାରମ୍ବାର ଅଭିଯୋଗ କରିଆସୁଥିଲେ ଯେ, ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ତାଲିବାନକୁ ସମର୍ଥନ କରୁଛି । ହେଲେ ପାକିସ୍ତାନର ମନ୍ତ୍ରୀମାନେ ଏହାକୁ ଅସ୍ୱୀକାର କରୁଛନ୍ତି ।

Advertisment

ଏମିତି ସାମ୍ନାକୁ ଆସିଲା ପାକିସ୍ତାନ ନାଁ

୨୩ ଜୁଲାଇରେ ଘନି ଏବଂ ବାଇଡେନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରୁ ପାକିସ୍ତାନର ନାଁ ସାମ୍ନାକୁ ଆସିଥିଲା । କାରଣ ଆଫ୍‌ଗାନିସ୍ତାନରେ ତାଲିବାନ ଆକ୍ରମଣର ମୁକାବିଲା ନେଇ ସାରା ବିଶ୍ୱ ଆଗରେ ଘୋଷଣା କରିବାକୁ ବାଇଡେନ୍‌ ଘନିଙ୍କୁ କହିଥିଲେ । ଏହି ସମୟରେ ଘନି ଉତ୍ତର ଦେଇଥିଲେ ଯେ, କେବଳ ତାଲିବାନ ନୁହଁନ୍ତି ବରଂ ପାକିସ୍ତାନର ପୂଣ୍ଣଆ ଯୋଜନା ଏଥିରେ ସାମିଲ ଅଛି । ଏହାସହ ତାର ସାମରିକ ସମର୍ଥନ ମଧ୍ୟ ରହିଛି । ପ୍ରାୟ ୧୦ରୁ ୧୫ ହଜାର ଅନ୍ତର୍ଜାତୀୟ ଆତଙ୍କବାଦୀ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଯେଉଁମାନେ ମୁଖ୍ୟତଃ ପାକିସ୍ତାନର ବୋଲି ମଧ୍ୟ ଘନି, ବାଇଡେନ୍‌ଙ୍କୁ ସୂଚନା ଦେଇଥିଲେ ।

Advertisment

ଏହାର କିଛି ସପ୍ତାହ ପରେ, ଅଗଷ୍ଟ ୧୫ ରେ ତାଲିବାନ ଆତଙ୍କବାଦୀ କାବୁଲରେ ପହଞ୍ଚିଥିଲେ । ଯାହାଫଳରେ ଘନି ସରକାରର ପତନ ଘଟିଥିଲା । ଏହାର ଗୋଟିଏ ଦିନ ପୂର୍ବରୁ ଘନି ଦେଶକୁ ସମ୍ବୋଧିତ କରି ଆଫଗାନିସ୍ତାନକୁ ଆଶ୍ୱାସନା ଦେଇଥିଲେ ଯେ ସେ ସାମରିକ ଶକ୍ତି ବୃଦ୍ଧି କରିବା ସହ ସୈନ୍ୟ ନିୟୋଜନ କରିବେ । ହେଲେ ଗୋଟିଏ ଦିନ ପରେ ସେ ଦେଶ ଛାଡି ପଳାଇଥିଲେ ।

ଜୁଲାଇ ୨୩ ରେ, ବିଡେନଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୂଲିବନ, ଜେନେରାଲ ମାର୍କ ମିଲେ ଏବଂ ୟୁଏସ୍‌ ସେଣ୍ଟ୍ରାଲ କମାଣ୍ଡ୍‌ର କମାଣ୍ଡର ଜେନେରାଲ ଫ୍ରାଙ୍କ ମ୍ୟାକେଞ୍ଜି ଆଫ୍‌ଗାନ ରାଷ୍ଟ୍ରପତି ଅସ୍‌ରଫ ଘନିଙ୍କ ସହ କଥା ହୋଇଥିଲେ।

Joe Biden Afghanistan Crisis Taliban Attacks
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ