Advertisment

ଆଉ ଚାପରେ ରହିବେନି କର୍ମଚାରୀ; ସପ୍ତାହକୁ ୩ ଦିନ ଛୁଟି, ଅଫିସ୍‌ ଆସିବେ ୪ ଦିନ !

ଏଣିକି ସପ୍ତାହକୁ ମିଳିବ ୩ ଦିନ ଛୁଟି । କର୍ମଚାରୀମାନେ ଅଫିସରେ କାମ କରିବେ ମାତ୍ର ୪ ଦିନ । କର୍ମଚାରୀମାନଙ୍କ ଚାପ ଓ ଚିନ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ଅଦ୍ୟତନ ହୋଇଛି
Four-Day Work Week

Four-Day Work Week

Advertisment

କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ସପ୍ତାହକୁ ମିଳିବ ୩ ଦିନ ଛୁଟି । କର୍ମଚାରୀମାନେ କେବଳ ଅଫିସରେ କାମ କରିବେ ମାତ୍ର ୪ ଦିନ । କର୍ମଚାରୀମାନଙ୍କ ଚାପ ଓ ଚିନ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଗୋଟିଏ ସପ୍ତାହକୁ ଅର୍ଥାତ୍‌ ୭ଦିନ ମଧ୍ୟରେ କର୍ମଚାରୀମାନେ ୩ ଦିନ ଛୁଟିରେ ରହିବେ ।

Advertisment

ବ୍ରିଟେନର ୪ ଦିନିଆ କାର୍ଯ୍ୟ ସପ୍ତାହ ପରୀକ୍ଷା ଆରମ୍ଭ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଏପରି କରିବା ଦ୍ୱାରା କର୍ମଚାରୀଙ୍କ ମଧ୍ୟରେ କମ୍ ଚାପ ଓ ବ୍ରେନଆଉଟ୍ ସ୍ତର କମ୍‌ ଦେଖାଯାଇଥିବା ସୂଚନା ରହିଛି । ସେହିପରି ୟୁରୋପର ବୃହତ୍ତମ ଅର୍ଥନୀତି ଦେଶ ଜର୍ମାନୀ ଏହି ନିୟମ ପରୀକ୍ଷାମୂଳକ ଭାବେ ବର୍ତ୍ତମାନ ଆରମ୍ଭ କରିବାକୁ ଯାଉଛି ।

କରୋନା ପରେ ଅନେକ ଦେଶ ଧୀରେ ଧୀରେ ଏବେ ଅଣ୍ଟା ସଳଖି ଛିଡ଼ା ହୋଇଛନ୍ତି । ନିଜର ଅର୍ଥନୀତିରେ ସୁଧାର ଆସୁଛି । ଏପରି ସମୟରେ ଆର୍ଥିକସ୍ଥିତି ମଜଭୁତ କରିବା ଓ ଶ୍ରମ ସଙ୍କଟ ସହ ମୁକାବିଲା କରିବାକୁ ପ୍ରୟାସ କରୁଛନ୍ତି ଅନେକ ଦେଶ । ହେଲେ ଜର୍ମାନୀ ୨୦୨୪ ଫେବ୍ରୁଆରୀ ୧ ତାରିଖରୁ ଚାରି ଦିନିଆ କାର୍ଯ୍ୟ ସପ୍ତାହ ପରୀକ୍ଷାମୂଳକ ଭାବେ ଆରମ୍ଭ କରିବାକୁ ଯାଉଛି । ଯାହାକି କର୍ମଚାରୀମାନଙ୍କ ପାଇଁ ବେଶ୍‌ ଭଲ ଖବର ।

Advertisment

ତେବେ ଜର୍ମାନୀ ସହ ଆହୁରି କିଛି ଦେଶ ୪ ଦିନିଆ କାର୍ଯ୍ୟ ଦିବସ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଦେଶଗୁଡ଼ିକୁ...

୧. ଅଷ୍ଟ୍ରେଲିଆ

୨. ଅଷ୍ଟ୍ରିଆ

୩. ବେଲଜିୟମ୍

୪. କାନାଡ଼ା

୫. ଡେନମାର୍କ

୬. ଫ୍ରାନ୍ସ

୭. ଜର୍ମାନୀ

୮. ଆଇସଲ୍ୟାଣ୍ଡ

୯. ଆୟର୍ଲାଣ୍ଡ

୧୦. ଜାପାନ

୧୧. ନେଦରଲ୍ୟାଣ୍ଡ

୧୨. ନ୍ୟୁଜିଲ୍ୟାଣ୍ଡ

୧୩. ନରୱେ

୧୪. ପର୍ତ୍ତୁଗାଲ୍

୧୫. ସ୍କଟଲ୍ୟାଣ୍ଡ

୧୬. ଦକ୍ଷିଣ ଆଫ୍ରିକା

୧୭. ସ୍ପେନ୍

୧୮. ସ୍ୱିଜରଲ୍ୟାଣ୍ଡ

୧୯. ବ୍ରିଟେନ

୨୦. ଯୁକ୍ତରାଷ୍ଟ୍ର

୨୧. ସଂଯୁକ୍ତ ଆରବ ଏମିରେଟ୍ସ

ତେବେ ଏହି ସମସ୍ତ ଦେଶ ପରୀକ୍ଷାମୂଳକ ଭାବେ ୪ ଦିନିଆ କାର୍ଯ୍ୟ ଦିବସ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଦ୍ୱାରା କର୍ମଚାରୀମାନେ ମାନସିକ ଭାବେ ଚିନ୍ତା ମୂକ୍ତ ରହିବେ ବୋଲି ଆଶା କରାଯାଉଛି ।

Advertisment
Germany
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ