Advertisment

ମହିଳାଙ୍କ ଉପରେ ପଡ଼ିଗଲା ଗରମ କଫି, ୨୪ କୋଟି ଟଙ୍କା କ୍ଷତିପୂରଣ ଦେବେ ରେଷ୍ଟୁରାଣ୍ଟ ମାଲିକ

୨୦୨୧ରେ ଜର୍ଜିଆରେ ଜଣେ ମହିଳା କଫି ପିଇବାକୁ ଡୋନଟ ଓ କଫି ବ୍ରାଣ୍ଡ ଡାଇକିନର ଏକ ଆଉଟଲେଟ ଆସିଥିଲେ। ସେଠାରେ ୱେଟରଜଣଙ୍କ ମହିଳାଙ୍କୁ କଫି ଦେଉଥିବାବେଳେ ହଠାତ ଗରମ କଫି ତାଙ୍କ ଉପରେ ଢ଼ାଳି ଯାଇଥିଲା।

ଅଦ୍ୟତନ ହୋଇଛି
Coffee

Coffee

Advertisment

ଅନେକ ସମୟରେ ଛୋଟ ଛୋଟ ଘଟଣାର ସମାଧାନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି ଅଭିଯୋଗକାରୀ। ସେ ଦୁର୍ଘଟଣା ହେଉ କିମ୍ବା ଅନ୍ୟ କିଛି ଘଟଣା, ଦାୟୀ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥାନ୍ତି କୋର୍ଟ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଆପଣ ପୂର୍ବରୁ କେବେ ଶୁଣିନଥିବେ। ୱେଟରଙ୍କ ଗୋଟିଏ ଭୁଲ୍ ପାଇଁ ମହିଳାଙ୍କୁ ମିଳିବ ୨୪ କୋଟି ଟଙ୍କା। ସାମାନ୍ୟ କଫି ପାଇଁ ୨୪ କୋଟି ଟଙ୍କାର ଫାଇନ୍ ଦେବେ ରେଷ୍ଟୁରାଣ୍ଟ ମାଲିକ। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ...

Advertisment

୨୦୨୧ରେ ଜର୍ଜିଆରେ ଜଣେ ମହିଳା କଫି ପିଇବାକୁ ଡୋନଟ ଓ କଫି ବ୍ରାଣ୍ଡ ଡାଇକିନର ଏକ ଆଉଟଲେଟ ଆସିଥିଲେ। ସେଠାରେ ୱେଟରଜଣଙ୍କ ମହିଳାଙ୍କୁ କଫି ଦେଉଥିବାବେଳେ ହଠାତ ଗରମ କଫି ତାଙ୍କ ଉପରେ ଢ଼ାଳି ଯାଇଥିଲା। ଗରମ କଫି ପଡିଯିବା କାରଣରୁ ମହିଳାଙ୍କ ଶରୀରର ଏକ ନିର୍ଦ୍ଧିଷ୍ଟ ସ୍ଥାନ ପୋଡି ଯାଇଥିଲା । ଯାହାଫଳରେ ଉକ୍ତ ମହିଳା ଜଣକ କମ୍ପାନୀ ବିରୋଧରେ କୋର୍ଟରେ ପହଂଚିଥିଲେ । ଏହି ମାମଲାରେ ମହିଳା ଜଣକ ୩ ମିଲିୟନ ଡଲାରର କ୍ଷତିପୂରଣ ଦାବି କରିଥିଲେ। ତେବେ ଏବେ କୁହାଯାଉଛି କି କମ୍ପାନୀ ତରଫରୁ କ୍ଷତିପୂରଣ ବାବଦରେ ୨୪ କୋଟି ଟଙ୍କା ସେହି ମହିଳାଙ୍କୁ ଦିଆଯିବ।

ଜର୍ଜିଆର ଲ ଫାର୍ମ ମାର୍ଗନ ଆଣ୍ଡ ମାର୍ଗନର ବେଞ୍ଜାମିନ ୱେଲଚ କହିଛନ୍ତି କି, ୭୦ ବର୍ଷ ବୟସ୍କା ମହିଳାଙ୍କ ଉପରେ ଗରମ କଫି ପଡିଯିବା କାରଣରୁ ମହିଳା ଜଣଙ୍କ ଗୁରୁତର ହୋଇପଡିଥିଲେ । ତାଙ୍କ ପାଦରେ ବଡ ଧରଣର ଆଘାତ ଲାଗିଛି । ଏହା ଏତେ ଯନ୍ତ୍ରଣାଦାୟକ ଥିଲା କି ତାଙ୍କୁ ହସ୍ପିଟାଲର ବର୍ଣ୍ଣ ୱାର୍ଡରେ ଅନେକ ଦିନ ରହିବାକୁ ପଡ଼ିଲା। ଏହି କାରଣରୁ ଆଜି ବି ସେ ସାଧାରଣ ଲୋକଙ୍କ ଭଳି ଚଳାବୁଲା କରିପାରୁ ନାହାଁନ୍ତି । ଏହି ଦୁର୍ଘଟଣା ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି।

Advertisment

ବେଞ୍ଜାମିନ ଆହୁରି କହିଛନ୍ତି କି ଏହି ଦୁର୍ଘଟଣାରେ ଶିକାର ହେବା ପରେ ମହିଳା ଜଣଙ୍କ ମେଡିକାଲରେ ୧.୬୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଯଦି କର୍ମଚାରୀ ଜଣଙ୍କ କଫି କପର ଘୋଡଣି ଠିକଭାବେ ଦେଇଥାନ୍ତେ ତେବେ ଏଭଳି ଦୁର୍ଘଟଣା ଘଟି ନଥାନ୍ତା ।

Coffee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ