Advertisment

Gaza:‍ ବଞ୍ଚିବାଠୁ ମୃତ୍ୟୁ ଭଲ, ଗାଜାର ଭିଡିଓ ଭାଇରାଲ...ହମାସର କ୍ରୁରତା ସାମନାକୁ ଆସିଛି

ହମାସର କ୍ରୁରତା ଏବଂ ଗାଜାରେ ଇସ୍ରାଏଲ ବନ୍ଧକଙ୍କ ଉପରେ ଅମାନବୀୟ ଅତ୍ୟାଚାର ପୁଣି ଥରେ ସାମ୍ନାକୁ ଆସିଛି। ଏହି ଭିଡିଓ ଇସ୍ରାଏଲବାସୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଚିନ୍ତାରେ ପକାଇଦେଇଛି।

Gaza

Gaza

Advertisment

ମୁଁ ଏବେ ମୋର କବର ଖୋଳୁଛି... ମୋ ଶରୀର ପ୍ରତିଦିନ ଦୁର୍ବଳ ହେଇଚାଲିଛି। ମୁଁ ସିଧା ମୋ କବର ପାଖକୁ ଯାଉଛି। ଏହା ହେଉଛି ସେହି କବର, ଯେଉଁଠାରେ ମୋତେ ସମାଧି ଦିଆଯିବ। ମୁକ୍ତ ହେବା ଏବଂ ମୋ ପରିବାର ସହିତ ମୋ ନିଜ ବିଛଣାରେ ଶୋଇବାର ସମୟ ମୋ ପାଇଁ ସରିଆସୁଛି।

Advertisment

୨୦୨୩ ଅକ୍ଟୋବର ୭ରେ ହମାସ୍ ଦ୍ୱାରା ଅପହୃତ ହୋଇଥିବା ଇସ୍ରାଏଲ ନାଗରିକ ୨୪ ବର୍ଷୀୟ ଇଭ୍ୟାତର ଡେଭିଡ୍ ନିଜ ପାଇଁ କବର ଖୋଳୁ ଖୋଳୁ ଏମିତି ହୃଦୟ ବିଦାରକ କଥା କହିଛନ୍ତି। ଗାଜା ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ। ୟା ଭିତରେ ଗାଜାରୁ ଏଭଳି ଏକ ଦୃଶ୍ୟ ଆସିଛି ଯାହା ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଇଛି। ଏହାକୁ ହମାସ ପକ୍ଷରୁ ଜାରି କରାଯାଇଛି।

ହମାସର କ୍ରୁରତା ଏବଂ ଗାଜାରେ ଇସ୍ରାଏଲ ବନ୍ଧକଙ୍କ ଉପରେ ଅମାନବୀୟ ଅତ୍ୟାଚାର ପୁଣି ଥରେ ସାମ୍ନାକୁ ଆସିଛି। ଏହି ଭିଡିଓ ଇସ୍ରାଏଲବାସୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଚିନ୍ତାରେ ପକାଇଦେଇଛି। ଏହି ଭିଡିଓରେ ଦେଖାଯାଉଛି ଯେ ଡେଭିଡ୍ ଏକ ସଙ୍କୀର୍ଣ୍ଣ ସୁଡଙ୍ଗରେ ଅଛନ୍ତି ଆଉ ହାତରେ ବେଲ୍‌ଚା ଧରି ମାଟି ଖୋଳୁଛନ୍ତି। ସେ ଖୁବ ଦୁର୍ବଳ ଆଉ ନିର୍ଜୀବ ଦେଖାଯାଉଛନ୍ତି। ସତେ ଯେପରି ତାଙ୍କ ଦେହରେ କେଇ ଖଣ୍ଡ ହାଡ ପଡିଛି। ଡେଭିଡ୍ ଅତି ଅସୁସ୍ଥ ଥିବା ନଜର ଆସୁଛନ୍ତି।

Advertisment

ଡେଭିଡଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ଭାଇ କହିଛନ୍ତି, 'ସେ ଏବେ ଅଧା ମଣିଷ ପରି ଦେଖାଯାଉଛନ୍ତି। ସେ ବହୁତ ଭୋକିଲା ଏବଂ ବହୁତ କ୍ଲାନ୍ତ ନଜର୍ ଆସୁଛନ୍ତି।' ଏହା ଦୁନିଆର ସବୁଠୁ ଭୟାବହ ଅବସ୍ଥା। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଡେଭିଡଙ୍କ ପରିବାର ସହ କଥା ହୋଇଛନ୍ତି। ସରକାର ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଭାବେ ମୁକୁଳାଇବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ବୋଲି ନେତାନ୍ୟାହୁ କହିଛନ୍ତି ।

ଅନ୍ୟପଟେ ଇସ୍ରାଏଲ ମଧ୍ୟ ହମାସକୁ ଚେତାବନୀ ଦେଇଛି। ତୁରନ୍ତ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ ନକଲେ ଗାଜାରେ ସାଙ୍ଗାତିକ ଆକ୍ରମଣ ହେବ ବୋଲି ସେନା ପକ୍ଷରୁ କୁହାଯାଇଛି। ତେବେ ଇସ୍ରାଏଲ ସେନା ଅନୁସାରେ, ହମାସ୍ ୨୫୧ ଜଣଙ୍କୁ ଅପହରଣ କରିଥିଲା। ପରେ ହୋଇଥିଲା ବନ୍ଦୀ ଅଦଳବଦଳ। ଏହା ପରେ ଆଉ ୪୯ ଇସ୍ରାଏଲ ନାଗରିକ ହମାସ୍ କବଳରେ ରହିଯାଇଥିଲେ। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

Advertisment
Benjamin Netanyahu Israel-Gaza Ceasefire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ