Advertisment

ଗାଜା ହସ୍ପିଟାଲକୁ ମାଡ଼ ହୋଇଥିବା ରକେଟ୍ କାହାର ? ପ୍ରମାଣ ଦେଖାଇଲା ଇସ୍ରାଏଲ

ଇସଲାମିକ ଜିହାଦ ଗୋଷ୍ଠୀଙ୍କ ମିସ୍ ଫାୟାରରୁ ନରସଂହାର । ନେତନ୍ୟାହୁଙ୍କୁ ଭେଟି ସହାୟତାର ଅଭୟବାଣୀ ଦେଲେ ବାଇଡେନ୍ ।

Hamas - Israel

Hamas - Israel

Advertisment

ଗାଜା ସିଟିର ଅଲ ଆହାଲି ହସପିଟାଲ ଉପରେ ପଡ଼ିଥିବା ରକେଟ୍ କାହାର ? ହସ୍ପିଟାଲ ଭଳି ସମ୍ବେଦନଶୀଳ ସ୍ଥାନରେ ଏ ଭୟଙ୍କର ନରସଂହାର ପଛରେ କିଏ ? ହମାସର ସହଯୋଗୀ ଆତଙ୍କୀ ସଂଗଠନ ଇସଲାମିକ ଜିହାଦ ଗୋଷ୍ଠୀ ନା ଇସ୍ରାଏଲ ବାୟୁ ସେନା ? ଏ ପ୍ରଶ୍ନ ସାରା ବିଶ୍ୱବାସୀଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ବେଳେ ଏ ବର୍ବର ଆକ୍ରମଣକୁ ନେଇ ପରସ୍ପର ଉପରେ ଦୋଷ ଲଦିଛନ୍ତି ହମାସ ଓ ଇସ୍ରାଏଲ ।

Advertisment

ପାଲେଷ୍ଟାଇନ କହିଛିି ଯେ ହମାସକୁ ଟାର୍ଗେଟ କରିବାକୁ ଯାଇ ହସ୍ପିଟାଲକୁ ଉଡ଼ାଇ ଦେଇଛି ଇସ୍ରାଏଲ ସେନା । ହମାସ ଆତଙ୍କବାଦୀ ହସପିଟାଲ ପରିସରରେ ଆଡ୍ଡା ଜମାଇଥିବା ସନ୍ଦେହ କରି ଇସ୍ରାଏଲ ସେନା ଏଭଳି ପ୍ରତିଶୋଧ ନେଇଛି । ତେଣେ ଇସ୍ରାଏଲ କିନ୍ତୁ ପାଲେଷ୍ଟାଇନର ଏ ଦାବିକୁ ପ୍ରତ୍ୟାଖାନ କରି ରକେଟଟି ହମାସର ସହଯୋଗୀ ଆତଙ୍କୀ ଗୋଷ୍ଠୀ ଇସଲାମିକ ଜିହାଦର ବୋଲି ଦାବି କରିଛି ।

ଇସ୍ରାଏଲକୁ ଟାର୍ଗେଟ୍ କରି ଛଡ଼ାଯାଉଥିବା ଏ ରକେଟ୍ ଲକ୍ଷ୍ୟଭ୍ରଷ୍ଟ ହୋଇ ହସ୍ପିଟାଲ ଉପରେ ପଡ଼ିଥିଲା । ଏ ଦାବିକୁ ସତ୍ୟ ବୋଲି ଦର୍ଶାଇ ଅନ୍ତର୍ଜାତୀୟ ଗଣମାଧ୍ୟମ ଆଗରେ ସବୁ ପ୍ରକାର ପ୍ରମାଣ ରଖିଛି ଇସ୍ରାଏଲ ସେନା । ରକେଟ ଲକ୍ଷ୍ୟଚ୍ୟୁତ ହୋଇଥିବା ନେଇ ଦୁଇ ହମାସ ଆତଙ୍କୀଙ୍କ ମଧ୍ୟରେ ଟେଲିଫୋନିକ ବାର୍ତ୍ତାଳାପକୁ ଶୁଣାଇଛି ଇସ୍ରାଏଲ ସେନା- IDF। ରକେଟ କେଉଁଠୁ ଫାୟାର ହୋଇଛି, ଏହାର ଗତିପଥ କିଭଳି ଥିଲା ଓ ଏହା କେମିତି ହସପିଟାଲ ଉପରେ ପଡିଲା ତାର ଭିିଡିଓ ଓ ଗ୍ରାଫିକାଲ ଚିତ୍ର ବି ଜାରି କରିଛି ।

Advertisment

ଇସ୍ରାଏଲ ସେନା ଦାବି କିରଛି କେବଳ ଗତକାଲି ନୁହେଁ, ଯୁଦ୍ଧ ଆରମ୍ଭ ହେବା ପରଠୁ ଇସ୍ରାଏଲକୁ ଟାର୍ଗେଟ କରି ଗାଜାରୁ ଫାୟାର କରାଯାଇଥିବା ପାଖାପାଖି ୪୫୦ଟି ରକେଟ ଲକ୍ଷ୍ୟଭ୍ରଷ୍ଟ ହୋଇ ଗାଜାରେ ପଡୁଥିବାରୁ ଏଥିପାଇଁ ବହୁମୂଲ୍ୟ ଦେଉଛନ୍ତି ପାଲେଷ୍ଟାଇନର ସାଧାରଣ ଜନତା। ଏପଟେ ହମାସ ଓ ଇସ୍ରାଏଲ ଯୁଦ୍ଧ ଘନଘଟା ଭିତରେ ତେଲ ଆଭିଭରେ ପହଞ୍ଚିଛନ୍ତି ଇସ୍ରାଏଲକୁ ଦୃଢ଼ ସମର୍ଥନ କରି ଆସୁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।

ବାଇଡେନ୍‌ଙ୍କ ସହ ଆଲୋଚନା ବେଳେ ହମାସକୁ, ଆଇଏସ୍ଆଇଠୁ ବି ଅଧିକ ବିପଜ୍ଜନକ ବୋଲି ସୂଚାଇ ଦେଇଛନ୍ତି ନେତନ୍ୟାହୁ । ଆଉ ବାଇଡେନ୍ ବି ଗାଜା ମେଡିକାଲ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ଏ ଆକ୍ରମଣ ଇସ୍ରାଏଲ ପକ୍ଷରୁ ହୋଇନି ବୋଲି ସ୍ପଷ୍ଟ କହିଛନ୍ତି। ତା ସହ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଇସ୍ରାଏଲ ନେଉଥିବା ପଦକ୍ଷେପ ପଛରେ ଆମେରିକା ଦୃଢ଼ ଭାବେ ଛିଡ଼ା ହେବ ବୋଲି ଘୋଷଣା କରିଛନ୍ତି ବାଇଡେନ୍।

Advertisment

ଗାଜାର ଅଲ ଆହାଲି ହସ୍ପିଟାଲ ଉପରେ ହୋଇଥିବା ରକେଟ ମାଡ଼ରେ ୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏ ହମଲାରେ ବହୁ ସଂଖ୍ୟାରେ ଶିଶୁଙ୍କୁ ଜୀବନ ଯାଇଥିବାରୁ ଏ ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଛି ।

Israel Palestine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ