Advertisment

World Future Prediction: ୨୦୨୬ରେ ବିଶ୍ୱର ଘଟିବ ଅନ୍ତ! ଭୟଙ୍କର ଭବିଷ୍ୟବାଣୀ କଲେ…

ଫୋଷ୍ଟରଙ୍କ ମତ ଅନୁସାରେ ବିଶ୍ୱର ଦ୍ରୁତ ବର୍ଦ୍ଧିତ ଜନସଂଖ୍ୟା, ଖାଦ୍ୟ ସୁରକ୍ଷା, ସହରୀକରଣ, ଜଙ୍ଗଲ କ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି କାରଣଗୁଡ଼ିକ ମିଳିତ ଭାବରେ ୨୦୨୬ରେ ମାନବଜାତି ପାଇଁ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।

ଅଦ୍ୟତନ ହୋଇଛି
World's Future

World's Future

Advertisment

ପ୍ରସିଦ୍ଧ ପଦାର୍ଥ ବିଜ୍ଞାନୀ ହାଇଞ୍ଜ ଭନ ଫୋର୍ଷ୍ଟର କଲେ ଭୟଙ୍କର ଭବିଷ୍ୟତବାଣୀ । ଯାହା ଶୁଣି ଛାନିଆ ହେଲେଣି ବିଶ୍ବବାସୀ । ପଦାର୍ଥ ବିଜ୍ଞାନୀ ହାଇଞ୍ଜ ଭନ ଫୋର୍ଷ୍ଟରଙ୍କ ଅନୁସାରେ ମାନବଜାତି ପାଇଁ ୨୦୨୬ ଅତ୍ୟନ୍ତ ଖରାପ ବର୍ଷ ହୋଇପାରେ । ଏମିତିକି ଚଳିତ ବର୍ଷ ନଭେମ୍ବର ୧୩ ତାରିଖରେ ବିଶ୍ୱର ଅନ୍ତ ହୋଇପାରେ ।

Advertisment

ଫୋର୍ଷ୍ଟରଙ୍କ ମତ ଅନୁସାରେ ବିଶ୍ୱର ଦ୍ରୁତ ବର୍ଦ୍ଧିତ ଜନସଂଖ୍ୟା, ଖାଦ୍ୟ ସୁରକ୍ଷା, ସହରୀକରଣ, ଜଙ୍ଗଲ କ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି କାରଣଗୁଡ଼ିକ ମିଳିତ ଭାବରେ ୨୦୨୬ରେ ମାନବଜାତି ପାଇଁ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ବିଶ୍ୱର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ, ସମ୍ବଳ ଉପରେ ଚାପ ବୃଦ୍ଧି ପାଉଛି । ଏହି ଜନସଂଖ୍ୟା ବୃଦ୍ଧି ଯୋଗୁ ଖାଦ୍ୟ ଏବଂ ପାଣି ଭଳି ଅତ୍ୟାବଶ୍ୟକୀୟ ଜିନିଷଗୁଡ଼ିକର ଚାହିଦା ମଧ୍ୟ ପ୍ରବଳ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଆମର ପ୍ରାକୃତିକ ସମ୍ପଦ ଉପରେ ଏକ ବଡ଼ ବୋଝ ସୃଷ୍ଟି କରୁଛି ।

ବଢୁଥିବା ଜନସଂଖ୍ୟା ସହିତ, ଖାଦ୍ୟ ଉତ୍ପାଦନ ମଧ୍ୟ ସଙ୍କଟରେ ପଡ଼ିପାରେ । ଫୋର୍ଷ୍ଟରଙ୍କ ଆକଳନ ଅନୁଯାୟୀ ୨୦୨୬ ସୁଦ୍ଧା, ବିଶ୍ୱବ୍ୟାପୀ ଖାଦ୍ୟ ସୁରକ୍ଷା ପାଇଁ ଚାଲେଞ୍ଜ ସୃଷ୍ଟି କରିବ, ଯାହାଦ୍ୱାରା ଲକ୍ଷ ଲକ୍ଷ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେବେ ।

Advertisment

ଅଧିକ ପଢ଼ନ୍ତୁ:ଫିଟ୍ ଅଛନ୍ତି ସୁନୀତା ! ଅନ୍ତରୀକ୍ଷରେ କଲେ ସାଢ଼େ ୫ ଘଣ୍ଟାର ସ୍ପେଶୱାକ୍

ପରିବେଶ ଉପରେ ବଢ଼ୁଥିବା ଚାପ:

ଦ୍ରୁତ ସହରୀକରଣ କେବଳ ପରିବେଶ ଉପରେ ଚାପ ବୃଦ୍ଧି କରୁନାହିଁ ବରଂ ଦାରିଦ୍ର୍ୟ, ଭିଡ଼ ଏବଂ ମୌଳିକ ସେବାର ଅଭାବ ଭଳି ସମସ୍ୟାକୁ ମଧ୍ୟ ଜନ୍ମ ଦେଉଛି । ସହରାଞ୍ଚଳରେ ସମ୍ବଳର ଅସମାନ ବଣ୍ଟନ ଏବଂ ଦ୍ରୁତ ଗତିରେ ବିସ୍ତାରିତ ସହରଗୁଡ଼ିକର ପରିଚାଳନା ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇ ଛିଡାହେବ । କେବଳ ସେତିକି ନୁହେଁ ଜଙ୍ଗଲ ସମ୍ପଦର ଅବାଧ ଶୋଷଣ ଏବଂ ଜଙ୍ଗଲ କ୍ଷୟ ଜଳବାୟୁ ସନ୍ତୁଳନକୁ ବିପର୍ଯ୍ୟସ୍ତ କରୁଛି । ଜଙ୍ଗଲ କ୍ଷୟ ବିଶ୍ୱ ଉଷ୍ଣତା ଏବଂ ଜୈବ ବିବିଧତାର କ୍ଷତି ଭଳି ପରିବେଶଗତ ସମସ୍ୟାକୁ ଆହୁରି ଖରାପ କରିପାରେ ।

Advertisment

ବିଶ୍ୱ ଜଳବାୟୁ ପରିବର୍ତ୍ତନ:

ଜଳବାୟୁ ପରିବର୍ତ୍ତନ ହେବାଦ୍ୱାରା ପୂର୍ବରୁ ସାରା ବିଶ୍ୱରେ ବିପର୍ଯ୍ୟୟ ସୃଷ୍ଟି ହେଉଛି । ଆଗାମୀ ବର୍ଷ ଅର୍ଥାତ୍‌ ୨୦୨୬ ସୁଦ୍ଧା ଏହି ପରିସ୍ଥିତି ଅଧିକ ଗମ୍ଭୀର ହୋଇପାରେ । ଫୋର୍ଷ୍ଟର ଅନୁମାନ କରିଛନ୍ତି ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ଏବଂ ପାଗର ପ୍ରଭାବ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦରେ ପକାଇପାରେ ।

କେଉଁ ଆଧାରରେ କଲେ ଏପରି ଭବିଷ୍ୟବାଣୀ?

ଫୋର୍ଷ୍ଟରଙ୍କ ଭବିଷ୍ୟବାଣୀ ଗାଣିତିକ ମଡେଲ ଏବଂ ଜନସଂଖ୍ୟା, ସମ୍ବଳ ଏବଂ ପରିବେଶର ଧାରା ବିଶ୍ଳେଷଣ ଉପରେ ଆଧାରିତ । ସେ ନିଜର ଯୁକ୍ତିରେ ଦର୍ଶାଇଛନ୍ତି, ଏହି ସମସ୍ତ କାରଣଗୁଡ଼ିକର ମିଶ୍ରଣରୁ ସ୍ଫୁଟନାଙ୍କ ସୃଷ୍ଟିହେବ । ତାଙ୍କ ମତରେ, ଏହି ବିନ୍ଦୁ ଯେତେ ନିକଟତର ହେବ, ମାନବଜାତିକୁ ଏହି ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ିବ । ତେଣୁ ସେଗୁଡ଼ିକୁ ଶୀଘ୍ର ସମାଧାନ କରିବା ପାଇଁ ସମାଧାନର ମଧ୍ୟ ଆବଶ୍ୟକତା ପଡ଼ିବ ।

ଏହି ଅବସ୍ଥାକୁ କିପରି ରୋକାଯାଇ ପାରିବ?

ଫୋର୍ଷ୍ଟରଙ୍କ ମତ ଅନୁସାରେ ସମ୍ଭାବ୍ୟ ବିପର୍ଯ୍ୟୟକୁ ଏଡାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ । ସେ କହିଛନ୍ତି ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ପରିବାର ନିୟୋଜନ ଏବଂ ଜନସଂଖ୍ୟା ନୀତି ମାଧ୍ୟମରେ ସଚେତନତା ଏବଂ ସମ୍ବଳ ଯୋଗାଇବା ଆବଶ୍ୟକ । ଏହା ପ୍ରାକୃତିକ ସମ୍ପଦ ଉପରେ ଚାପ ହ୍ରାସ କରିପାରିବ । ଖାଦ୍ୟ ଉତ୍ପାଦନରେ ନୂତନ ପଦ୍ଧତି ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ସହିତ ସ୍ଥାୟୀ କୃଷି ପଦ୍ଧତି ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ । ଏହା ବ୍ୟତୀତ ସହରୀକରଣକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ, ଉତ୍ତମ ଯୋଜନା, ଭିତ୍ତିଭୂମିର ବିକାଶ ଏବଂ ଜନସଂଖ୍ୟା ବଣ୍ଟନକୁ ସନ୍ତୁଳିତ କରିବା ଆବଶ୍ୟକ ।

ତେବେ ଏଭଳି ଭବିଷ୍ୟବାଣୀକୁ ହେତୁବାଦୀମାନେ ସମାଲୋଚନା କରିଛନ୍ତି । ଏମିତି ଆଦୌ ଘଟିବ ନାହିଁ ବୋଲି ସେମାନେ କହିଛନ୍ତି । 

ଅଧିକ ପଢ଼ନ୍ତୁ: ଇସ୍ରୋ ପାଇଁ ଆଉ ଏକ ମାଇଲଖୁଣ୍ଟ, ସ୍ପେଡେକ୍ସ ସାଟେଲାଇଟର ସଫଳତାର ସହ ଡି-ଡକିଂ

Astrological Prediction International News Special Story Physics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ