4 Indians found dead in America
ଏଇ ଫଟୋକୁ ଭଲ କରି ଦେଖନ୍ତୁ। ୪ ଦିନ ହେବ ୮ମାସର ଏହି ଶିଶୁ ସମେତ ଏକ ଭାରତୀୟ ପରିବାର ନିଖୋଜ ଥିଲେ। ଆମେରିକାରେ ରହୁଥିବା ଏହି ପରିବାରର ୩ ଜଣ ସଦସ୍ୟ ସମେତ ୪ ଜଣଙ୍କୁ କେହି ତାଙ୍କୁ ଅପହରଣ କରି ନେଇଥିବା କାଲିଫର୍ଣ୍ଣିଆ ପୋଲିସ ସୂଚନା ଦେଇଥିଲା। ଅପହରଣ ଖବର ଆମେ ଆପଣଙ୍କୁ ଦେଇଥିଲୁ। ହେଲେ ଦୁଃଖର କଥା, ପୋଲିସ ଏହି ୪ ଜଣଙ୍କ ଶବକୁ ଏବେ ଜବତ କରିଛି। ଏକ ଗ୍ରାମୀଣ ଅଞ୍ଚଳରୁ ଏମାନଙ୍କ ଶବକୁ ପୋଲିସ ଠାବ କରିଛି।
ନିଉଜ ଏଜେନ୍ସି ରଏଟର୍ସର ତଥ୍ୟ ଅନୁଯାୟୀ, ଭାରତୀୟ ମୂଳ ପରିବାରର ୪ ଜଣ ସଦସ୍ୟଙ୍କୁ ମେରେଡ ସହରରୁ ସୋମବାର ଅପହରଣ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୮ ମାସର ଏକ ଶିଶୁ ଥିଲା। ଏମାନଙ୍କୁ ହତ୍ୟା କରାଯାଇଛି। ଏମାନଙ୍କ ଶବକୁ ପୋଲିସ ଜବତ କରିଛି। ମୃତକମାନେ ହେଲେ ୮ ମାସର ଆରୋହୀ, ତାଙ୍କର ମା’ ୨୭ ବର୍ଷୀୟ ଜସଲିନ କୌର, ବାପା ୩୬ ବର୍ଷୀୟ ୟଶଦୀପ ସିଂ, ଶିଶୁର ଦାଦା ତଥା ୩୯ ବର୍ଷୀୟ ଅମନଦୀପ ସିଂହ। ଏମାନେ ପଞ୍ଜାବର ହୋଶିଆର ପୁରର ମୂଳ ବାସିନ୍ଦା ଅଟନ୍ତି।
ଆମେରିକୀ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ପରିବାର ସଦସ୍ୟଙ୍କୁ କାଲିଫର୍ଣ୍ଣିଆର ମର୍ସିଡର ଏକ ବ୍ୟାବସାୟିକ କାର୍ଯ୍ୟାଳୟରୁ ଅପହରଣ କରାଯାଇଥିଲା। କାହିଁକି ଅପହରଣ କରାଯାଇଥିଲା ତାହା ଜଣାପଡ଼ି ନ ଥିଲା। ବୁଧବାର ସନ୍ଧ୍ୟାରେ ଇଣ୍ଡିଆନା ରୋଡ ଏବଂ ହଞ୍ଚିସନ ରୋଡ ନିକଟ ଏକ ବଗିଚାରୁ ଏମାନଙ୍କ ମୃତଦେହ ଜବତ କରାଯାଇଛି। ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରିଛି। ତେବେ ତାଙ୍କ ଅବସ୍ଥା ବି ଗୁରୁତର ଅଛି। ଗିରଫ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇ ପଡ଼ିଥିବା ଅନୁମାନ କରାଯାଉଛି। ସେମାନଙ୍କ କାରକୁ ପୋଡି ଦିଆଯାଇଛି। ତେବେ ଏ ସଂକ୍ରାନ୍ତରେ ପଞ୍ଜାବ ହୋଶିଆରପୁରରେ ଥିବା ପରିବାର ଲୋକଙ୍କୁ କୌଣସି ସୂଚନା ଦିଆ ଯାଇ ନ ଥିବା ଜଣାଯାଇଛି।
ଅପହରଣ ପରେ ମର୍ସିଡର ଶେରିଫ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ଭିଡିଓରେ ଅପହରଣର କିଛି ଦୃଶ୍ୟ ରହିଛି। ଏଥିରେ ଦେଖିବାକୁ ମିଳିଛି, ଜସଦୀପ ଏବଂ ଅମନଦୀପଙ୍କ ହାତ ଦଉଡିରେ ବନ୍ଧା ଯାଇଛି। ପରେ ଅପହର୍ତ୍ତା ଜସଲିନ ଏବଂ ୮ମାସର ଶିଶୁକୁ ନେଇ ଆସିଛି। ସେମାନଙ୍କୁ ଏକ ଟ୍ରକରେ ନେଇ ଯାଉଥିବା ଦେଖାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665037021.jpg)