Advertisment

ଗିରଫର ଘଣ୍ଟାଏ ଭିତରେ ଟ୍ରମ୍ପଙ୍କୁ ମିଳିଲା ଜାମିନ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯିବାର ଘଣ୍ଟାଏ ମଧ୍ୟରେ ଜାମିନ ମିଳିଛି। ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଥିଲା।

ଅଦ୍ୟତନ ହୋଇଛି
Donald Trump Gets Bail

Former US President Donald Trump Gets Bail

Advertisment

ଗିରଫ ପରେ ଟ୍ରମ୍ପଙ୍କୁ ଜାମିନ୍। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯିବାର ଘଣ୍ଟାଏ ମଧ୍ୟରେ ଜାମିନ ମିଳିଛି। ପର୍ଣ୍ଣଷ୍ଟାର୍ ଷ୍ଟର୍ମି ଡାନିଏଲ୍ସଙ୍କ ସହ ସମ୍ପର୍କ ରଖିବା ଓ ଲାଞ୍ଚ ଦେଇ ତାଙ୍କ ମୁହଁ ବନ୍ଦ କରିବା ଭଳି ମାମଲାରେ ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଥିଲା।

Advertisment

ଏହି ମାମଲାରେ ଟ୍ରମ୍ପ ନ୍ୟୁୟର୍କର ମ୍ୟାନହାଟ୍ଟନ୍ କୋର୍ଟରେ ଆତ୍ମସମପ୍ରଣ କରିବାକୁ ଯାଇଥିବା ବେଳେ ସେଠାରେ ନ୍ୟୁୟର୍କ ପୋଲିସ୍ ତାଙ୍କୁ ଗିରଫ କରିଥିଲା। ଟ୍ରମ୍ପଙ୍କ ବିରୋଧରେ ଥିବା ୩୪ଟି ଅଭିଯୋଗକୁ ବିଚାରପତି ପଢ଼ି ଶୁଣାଇଥିବା ବେଳେ ସମସ୍ତ ଅଭିଯୋଗକୁ ଟ୍ରମ୍ପ ଖଣ୍ଡନ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଆମେରିକା ରାଜନୈତିକ ଇତିହାସରେ ଏହା ପ୍ରଥମ ଘଟଣା। ଆପରାଧିକ ମାମଲାରେ ଗିରଫ ହେବାରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ପ୍ରଥମ ପୂର୍ବତନ ରାଷ୍ଟ୍ରପତି। ଆଗକୁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଆସୁଥିବା ବେଳେ ଟ୍ରମ୍ପ ଏହାକୁ ନଜରରେ ରଖିଥିଲେ। ତେବେ ଏ ଘଟଣା ପରେ ଟ୍ରମ୍ପଙ୍କୁ ଜନସମର୍ଥନ ମିଳିବ କି ନାହିଁ ତାହା ଏବେ ପ୍ରଶ୍ନ ଘେରରେ।

Advertisment
US Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ