Benjamin Netanyahu
ଇସ୍ରାଏଲ ଗୁଇନ୍ଦା ସଂସ୍ଥାର ପୂର୍ବତନ ମୁଖ୍ୟଙ୍କ ସମେତ ୬୦୦ରୁ ଅଧିକ ଅବସରପ୍ରାପ୍ତ ଇସ୍ରାଏଲୀ ସୁରକ୍ଷା ଅଧିକାରୀମାନେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ପତ୍ର ଲେଖିଛନ୍ତି । ଇସ୍ରାଏଲରେ ଖୁବଶୀଘ୍ର କିଛି ବଡ଼ ଘଟଣା ଘଟିବାକୁ ଯାଉଛି କି ? ୨୨ ମାସ ଧରି ହମାସ ବିରୋଧରେ ଇସ୍ରାଏଲକୁ ଯୁଦ୍ଧରେ ଜଡ଼ିତ କରିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପଦବୀ ଉପରେ ବିପଦ ଆସୁଛି କି? ଏଭଳି ଆଶଙ୍କା କରାଯାଉଛି । କାରଣ ନେତାନ୍ୟାହୁଙ୍କୁ ଏବେ ନିଜ ଦେଶରେ ମଧ୍ୟ ବିରୋଧର ସାମ୍ନା କରିବାକୁ ପଡୁଛି।
ଇସ୍ରାଏଲର ଗୁଇନ୍ଦା ସଂସ୍ଥାର ପୂର୍ବତନ ମୁଖ୍ୟଙ୍କ ଅବସରପ୍ରାପ୍ତ ଇସ୍ରାଏଲୀ ସୁରକ୍ଷା ଅଧିକାରୀମାନେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲେଖିଥିବା ପତ୍ରରେ ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଇସ୍ରାଏଲର ନେତାନ୍ୟାହୁ ସରକାର ଉପରେ ଚାପ ପକାଇବାକୁ ଅନୁରୋଧ କରିଛନ୍ତି।ପୂର୍ବତନ ଅଧିକାରୀମାନେ ସୋମବାର ଗଣମାଧ୍ୟମକୁ ଏହି ଖୋଲା ଚିଠି ସେୟାର କରି ଲେଖିଛନ୍ତି, “ଏହା ଆମର ମତ ଯେ ହମାସ ଏବେ ଇସ୍ରାଏଲ ପାଇଁ ହମାସ୍ କୌଣସି ବିପଦ ସୃଷ୍ଟି କରୁନାହିଁ।” ସେମାନେ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନିଷ୍ପତ୍ତିଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଆହ୍ୱାନ ଦେଇଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଚାହାଁନ୍ତି ଇସ୍ରାଏଲ ଗାଜାର ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇ ଦେଉ। ପେନସିଲଭାନିଆରେ ଟ୍ରମ୍ପ କହିଛନ୍ତି ଯେ ଆମେରିକା ଚାହେଁ ଗାଜାବାସୀଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉ ଏବଂ ସେମାନେ ପ୍ରକୃତରେ ଏହା କରୁଛନ୍ତି। ଟ୍ରମ୍ପ କହିଛନ୍ତି, “ଆମେ ଚାହୁଁ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉ ଏବଂ ଆମେ ଏକମାତ୍ର ଦେଶ ଯିଏ ପ୍ରକୃତରେ ଏହା କରୁଛି। ଆମେ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଟଙ୍କା ଖର୍ଚ୍ଚ କରୁଛୁ... ଆମେ ଚାହୁଁ ଇସ୍ରାଏଲ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଉ।” ସେ ଆହୁରି କହିଛନ୍ତି, “ଆମେ ଚାହୁଁ ନାହୁଁ ଯେ ଲୋକେ ଭୋକରେ ମରନ୍ତୁ ।”
ଟ୍ରମ୍ପ କହିଛନ୍ତି ଯେ ସେ ମନେ କରନ୍ତି ନାହିଁ ଯେ ଗାଜାରେ ଚାଲିଥିବା ଯୁଦ୍ଧ ଏକ ନରସଂହାର। ସେ କହିଛନ୍ତି ଯେ ହମାସ ନେତୃତ୍ୱାଧୀନ ଆକ୍ରମଣ ସମୟରେ “କିଛି ଭୟଙ୍କର ଜିନିଷ ଘଟିଥିଲା” । ଯାହା ଫଳରେ ୨୦୨୩ ଅକ୍ଟୋବରରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଟ୍ରମ୍ପଙ୍କୁ ସାମ୍ୱାଦିକମାନେ ପଚାରିଥିଲେ ଯେ ସେ ଇସ୍ରାଏଲର ପ୍ରତିକ୍ରିୟାକୁ ନରସଂହାର ବୋଲି ମନେ କରନ୍ତି କି? ସେ ଉତ୍ତର ଦେଇଥିଲେ, “ମୁଁ ମନେ କରୁନାହିଁ ଯେ ଏହା ସେପରି ଅଟେ... ସେମାନେ ଯୁଦ୍ଧରେ ଅଛନ୍ତି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754306631.jpg)