• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜେଲ୍‌ରେ ସେକ୍ସ ପାଇଁ କରାଯାଉଛି ବାଧ୍ୟ । ଜେଲ୍‌ରେ ଥିବା ଜଣେ ପୂର୍ବତନ ମହିଳା ଗାର୍ଡ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଜେଲ୍‌ର ବରିଷ୍ଠ ଅଧିକାରୀ ମାନେ ତାଙ୍କୁ ସେକ୍ସ କରିବା ପାଇଁ ବାଧ୍ୟ କରୁଥିବାର କହିଛନ୍ତି ମହିଳା ଗାର୍ଡ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇସ୍ରାଇଲ୍‌ ପାଲେଷ୍ଟାଇନର(Palestine) କଏଦୀମାନେ ଅନେକ ଥର ତାଙ୍କ ସହ ଦୁଷ୍କର୍ମ ମଧ୍ୟ କରିଛନ୍ତି ।

ଇସ୍ରାଇଲ୍‌ର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅନେକ ଦିନରୁ (Gilboa) ଜିଲ୍ଲାରେ ଥିବା ଜେଲ୍‌ ଗୁଡିକର ମହିଳା କର୍ମଚାରୀଙ୍କୁ ଶୋଷଣ କରାଯାଉଛି । ଗତ ବର୍ଷ ଇସ୍ରାଇଲ୍‌ର ପାଲେଷ୍ଟାଇନ ଜେଲ୍‌ରୁ ୬ଜଣ କଏଦୀ ସୁଡ଼ଙ୍ଗ ମାଧ୍ୟମରେ ଜେଲ୍‌ରୁ ଚମ୍ପଟ୍ ମାରିଥିଲେ । ଯାହାର ଯାଂଚ କରିବାବେଳେ ଏହି ନିନ୍ଦନୀୟ ଘଟଣାର ରିପୋର୍ଟ ସାମ୍ନାକୁ ଆସିଥିଲା । କେବଳ ଏତିକି ନହେଁ ଏପରି ଅନେକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ପୁରୁଷ ସୁପରଭାଇଜର ମହିଳା ଗାର୍ଡ ମାନଙ୍କୁ ଏଭଳି ଖରାପ୍ କାମ କରିବାକୁ ବାଧ୍ୟ କରିଥାନ୍ତି । ଫଳରେ କଏଦୀ ମାନେ ଅତି ସହଜ ତଥା ବିନା କୌଣସି ଡ଼ର ଭୟରେ ସେମାନଙ୍କୁ ଶୋଷଣ କରିଥାନ୍ତି ।

ଏନେଇ ପୂର୍ବତନ ମହିଳା ଗାର୍ଡ କହିଛନ୍ତି ଯେ, ‘ମୁଁ ଆଦୌ ଚାହୁଁ ନଥିଲି କି ମୋ ସହ ଏପରି ଯୌନ ଶୋଷଣ ହେଉ । ହେଲେ ବରିଷ୍ଠ ଅଧିକାରୀଙ୍କ ପାଇଁ ମୋ ସହ ବାରମ୍ୱାର ଏହିପରି ହେଉଥିଲା’ ।

ଏହି ଘଟଣାକୁ ନେଇ ଗତ ରବିବାର ଦିନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ୟାଇର ଲାପିଡ (Yair Lapid) ତାଙ୍କ କ୍ୟାବିନେଟକୁ କହିଛନ୍ତି, ‘ଡ୍ୟୁଟି ସମୟରେ ଜଣେ କର୍ମଚାରୀଙ୍କୁ କଏଦୀମାନଙ୍କ ଦ୍ୱାରା ଯୌନ ଶୋଷଣ କରାଯିବା ଘଟଣାକୁ ଆଦୌ ସହ୍ୟ କରାଯିବ ନାହିଁ । ଏନେଇ ତୁରନ୍ତ ତଦନ୍ତ କରାଯିବ ।’