Flying Car tested in Dubai
ଆକାଶରେ ଉଡ଼ିଲା କାର୍ । କାର୍ରେ ଯାତ୍ରା କଲେ ମାଟିରେ ଯିବା ଆବଶ୍ୟକ ନାହିଁ, ଆକାଶରେ ଯାଇହେବ। ନା ରହିବ ଟ୍ରାଫିକ୍ ଟେନସନ୍ ନା ଥିବ ଗହଳି। ଯୁଆଡେ ଚାହିଁଲେ ଉଡନ୍ତା କାର୍ରେ ବସି ବୁଲିପାରିବେ। ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇ ନିର୍ମାଣ ହୋଇଛି ଏହି ଉଡ଼ନ୍ତା କାର୍। ୟୁଏଇର ଦୁବାଇ ଠାରେ ଏହାକୁ ପରୀକ୍ଷଣ କରାଯାଇଛି।
ଖଲିଜ୍ ଟାଇମ୍ର ରିପୋର୍ଟ ଅନୁସାରେ ଚାଇନାର ଟେକ୍ନୋଲୋଜି ଓ ଇଲେକ୍ଟ୍ରିକ୍ ଭେଇକିଲ୍ ମାନୁଫାକ୍ଚରିଂକୁ ବ୍ୟବହାର କରାଯାଇ ବିଶ୍ୱର ପ୍ରଥମ ଇଲେକ୍ଟ୍ରିକ ଉଡ଼ନ୍ତା ଟ୍ୟାକ୍ସି(X2 Flying Car)କୁ ଉଦ୍ଭାବନ କରିଛି Xpeng କମ୍ପାନୀ। ମଣିଷର ଜୀବନଶୈଳୀକୁ ଅଧିକ ରୋମାଞ୍ଚକର ଓ ବିଳାସପୂର୍ଣ୍ଣ କରିବା ପାଇଁ ଏହା ନିର୍ମାଣ କରାଯାଇଥିବା ଉଡ଼ନ୍ତା କାର୍ର ନିର୍ମାତା କହିଛନ୍ତି। ଏହି ଯାନଟି ଦେଖିବାକୁ କାର୍ ପରି। ଦୁବାଇର ସ୍କାଇଡିଭ୍ ଅଞ୍ଚଳରେ X2 Flying Carର ପରୀକ୍ଷଣ କରାଯାଇଥିଲା।
ଖଲିଜ୍ ଟାଇମ୍ର ରିପୋର୍ଟ ଅନୁସାରେ ଏହି କାର୍ରେ ୨ଟି ସିଟ୍ ରହିଛି ଅର୍ଥାତ୍ କାର୍ରେ ଏକାସଂଙ୍ଗେ ୨ଜଣ ଯାତ୍ରା କରିପାରିବେ। ଏହି କାର୍ରେ ସର୍ବାଧିକ ୭୬୦ କେଜି ଓଜନକୁ ବହନ କରି ବୁଲିବା କ୍ଷମତା ରହିଛି। ଏହା ଆକାଶରେ ଘଣ୍ଟା ପ୍ରତି ୧୩୦ କିମି ବେଗରେ ଉଡ଼ିପାରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଉଡ଼ାଣର ସମୟ ଅବଧି ୩୫ ମିନିଟ୍ ରଖାଯାଇଛି।
ତେବେ X2 ମଡେଲର୍ ଏହି କାର୍ ସହର ଠାରୁ କମ୍ ଉଚ୍ଚତାରେ ଉଡ଼ିବ ଓ ଏଥିରୁ ଅଙ୍ଗାରକାମ୍ଲ ଗ୍ୟାସ୍ ନିର୍ଗତ ହେବନାହିଁ। ଆସନ୍ତା ୨ରୁ ୩ ବର୍ଷ ଭିତରେ ଏହି କାର୍ ବ୍ୟବସାୟିକ ଭିତ୍ତିରେ ଚାଲିବା ପାଇଁ ଯୋଜନା ରଖାଯାଇଥିବା ନେଇ ଦୁବାଇର ବାଣିଜ୍ୟ ଓ ଶିଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅବଦୁଲ୍ଲାଜିଜ୍ ଅଲଖାନ୍ କହିଛନ୍ତି। ଏହାପୂର୍ବରୁ ଅନେକ ରାଷ୍ଟ୍ର ଉଡ଼ନ୍ତା କାର୍ ଉଦ୍ଭାବନ କରିଥିଲେ ବି ଏହା ପ୍ରଥମ ଇଲେକ୍ଟ୍ରିକ କାର ବୋଲି ଦାବି କରିଛି Xpeng।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665652831.jpg)