Advertisment

ଶକ୍ତିଶାଳୀ ଭୂକମ୍ପ ପରେ ଜାପାନରେ ସୁନାମି, ମାଡ଼ି ଆସିଲା ଉଚ୍ଚ ଜୁଆର

ଭୂକମ୍ପ ପରେ ଜାପାନ ସହରକୁ ପ୍ରାୟ ୧.୨ ମିଟରର ଉଚ୍ଚ ସମୁଦ୍ର ଜୁଆର ମାଡ଼ି ଆସିଛି।

ଅଦ୍ୟତନ ହୋଇଛି
undefined

Tsunami In Japan

Advertisment

ଜାପାନରେ ପୁଣି ଥରେ ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପଶ୍ଚିମ ଜାପାନରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ ୭.୬ ରହିଛି। ଏହି ଶକ୍ତିଶାଳୀ ଭୂକମ୍ପ ପରେ ଜାପାନ ଇଶିକାୱା ସହର ଆଡ଼କୁ ପ୍ରାୟ ୧.୨ ମିଟରର ଉଚ୍ଚ ସମୁଦ୍ର ଜୁଆର ମାଡ଼ି ଆସିଛି । ତେବେ ଭୟଙ୍କର ଭୂକମ୍ପ ପରେ ଜାପାନର ପାଣିପାଗ ବିଭାଗ କହିଥିଲା ଯେ ଏକ ବୃହତ୍ ସୁନାମି ପଶ୍ଚିମ ଉପକୂଳରେ ପହଞ୍ଚିପାରେ। ପଶ୍ଚିମ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ପରେ ଜାପାନର ପାଣିପାଗ ବିଭାଗ ଇଶିକାୱା, ନିଗାଟା ଏବଂ ତୋୟାମା ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା।

Advertisment

ଭୂମିକମ୍ପ ପରେ ଜାପାନରେ ସୁନାମିର ଆଶଙ୍କା ରହିଥିବା ସୂଚନା ଦେଇଥିଲା ଜାପାନ ପାଣିପାଗ ବିଭାଗ। ଏନେଇ ସତର୍କ ସୂଚନା ଜାରି କରିଥିଲା ଜାପାନ ପାଣିପାଗ ବିଭାଗ। ବିଶେଷ କରି ଉପକୂଳ ଅଂଚଳ ଇଶିକାୱା, ନିଗାଟା ଓ ଟୋୟାମା ଅଂଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରାୟ ୫ ମିଟର ଉଚ୍ଚର ଜୁଆର ଆସିବାର ଆଶଙ୍କା ଥିବାରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। ତେବେ ଏହାରି ମଧ୍ୟରେ ଜାପାନର ଇଶିକାୱା ସହର ଆଡ଼କୁ ପ୍ରାୟ ୧.୨ ମିଟରର ଜୁଆର ମାଡ଼ି ଆସିଥିବା ସୂଚନା ମିଳିଛି। ଅନ୍ୟପଟେ ଭୂକମ୍ପ ଓ ସୁନାମି ଜନିତ କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।

Earthquake Tsunami Alert In Japan Japan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ