Advertisment

ଏମିତି ଗାଁ...୨୦ ବର୍ଷ ପରେ ଜନ୍ମ ହେଲା ପିଲା; ସଙ୍କଟରେ ଜନସଂଖ୍ୟା...

ଏମିତି ଗାଁ ଯେଉଁଠି ୨୦ ବର୍ଷ ପରେ ଜନ୍ମ ହୋଇଛି ଜଣେ ପିଲା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ଅଦ୍ୟତନ ହୋଇଛି
Japan village

Japan village

Advertisment

ଆଶ୍ଚର୍ଯ୍ୟ ! ଏମିତି ଗାଁ ଯେଉଁଠି ୨୦ ବର୍ଷ ପରେ ଜନ୍ମ ହୋଇଛି ଜଣେ ପିଲା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଠି ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବସବାସ କରନ୍ତି । ଏମିତି ବହୁତ ଦେଶ ରହିଛି ଯାହାର ଜନସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ସେମିତି ଏକ ଦେଶ ହେଉଛି ଜାପାନା । ଦୁଇ ଦଶନ୍ଧି ପରେ ଜାପାନାର ଇଚିନୋ ଗାଁରେ ଜନ୍ମ ହୋଇଛି ଜଣେ ପିଲା । ଯାହାକୁ ନେଇ ଗାଁରେ ଖେଳି ଯାଇଥିଲା ଖୁସି । ଗାଁରେ ଏହାକୁ ନେଇ ସେଲିବ୍ରେସନ୍‌ ମଧ୍ୟ ହୋଇଥିଲା । 

Advertisment

ସବୁଠୁ ବଡ଼ କଥା ହେଉଛି ଜାପାନା ଆଗରେ ବଡ଼ ସଙ୍କଟ ହେଉଛି ହ୍ରାସ ପାଉଥିବା ଜନସଂଖ୍ୟା । ଜାପାନର ଜନସଂଖ୍ୟା ୨୦୦୮ରେ ହ୍ରାସ ପାଇବା ଆରମ୍ଭ କରିଥିଲା । ସେତେବେଳେ ଜନସଂଖ୍ୟା ୧୨.୮ କୋଟି ଥିଲା, ସେଭଳି ୨୦୨୨ରେ ଦ୍ରୁତ ଗତିରେ ହ୍ରାସ ପାଇ ୧୨.୫ କୋଟି ହୋଇଯାଇଛି।

ଅନୁମାନ କରାଯାଉଛି ଯେ, ଯଦି ଏଭଳି ହୁଏ ତେବେ ୭୫ ବର୍ଷ ପରେ ଅର୍ଥାତ ୨୧୦୦ ପର୍ଯ୍ୟନ୍ତ ଜାପାନର ଜନସଂଖ୍ୟା ୬.୩ କୋଟି ହୋଇଯିବ । ଜାପାନରେ ଜନ୍ମହାର କମ୍ ହେବା ଜନସଂଖ୍ୟା ହ୍ରାସର ପ୍ରମୁଖ କାରଣ। ଦ୍ବିତୀୟଟି ହେଉଛି ବୟସ୍କଙ୍କ ଜନସଂଖ୍ୟା ବଢୁଛି । ଜାପାନର ମୋଟ ଜନସଂଖ୍ୟାରେ ବୟସ୍କଙ୍କ ସଂଖ୍ୟା ୨୦୦୦ ରେ ୧୭.୪% ଥିଲା, ଯାହାକି ଏ‌ବେ ୨୦୨୨ ରେ ବଢିକି ୨୯ % ହୋଇଯାଇଛି।

Advertisment

ଏବେ ଆଉ ଏକ ଡରାଇବା ଭଳି ଅନୁମାନ କରାଯାଉଛି । ତାହା ହେଲା ଜାପାନର ଜନସଂଖ୍ୟାରେ ୭୫ ବର୍ଷ ପରେ ବୟସ୍କଙ୍କ ସଂଖ୍ୟା ୪୧.୨% ହୋଇଯିବ । ଏହାର ଅର୍ଥ ପ୍ରାୟ ଅଧା ଜନସଂଖ୍ୟା ବୟସ୍କ ହୋଇଯିବ। ଜାପାନରେ ୨୦୨୨ର ସୂଚନା ଅନୁସାରେ, ୧୫ ରୁ ୬୪ ବର୍ଷର ଜନସଂଖ୍ୟା ୫୯% ହୋଇ ରହିଯିବ, ଯାହାକି ୨୦ ବର୍ଷ ପୂର୍ବରୁ ୬୮% ଥିଲା । ୨୧୦୦ ପର୍ଯ୍ୟନ୍ତ ତାହା ଦୃତ ଗତିରେ କମ୍ ହୋଇ ୫୧.୨  ପର୍ଯ୍ୟନ୍ତ ରହିଯିବ ।

ଜାପାନର ଲୋକେ ୩୦ ବର୍ଷ ପରେ ବିବାହ କରିବାକୁ ଚାହୁଁଛନ୍ତି । ବୟସ ଅଧିକ କାରଣରୁ ସନ୍ତାନ ଜନ୍ମ କରିବାକୁ ଚାହୁଁ ନାହାନ୍ତି । ମହିଳାମାନେ ମଧ୍ୟ ନିଜର କ୍ୟାରିୟରକୁ ଦେଖୁଛନ୍ତି । ତା’ଛଡା ସନ୍ତାନର ଲାଳନପାଳନରେ ଜାପାନର ଲୋକ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି, ଯେଉଁ କାରଣରୁ ଲୋକେ ଅଧିକ ସନ୍ତାନ ମଧ୍ୟ ଜନ୍ମ କରିବାକୁ ପସନ୍ଦ କରୁନାହାନ୍ତି। 

Advertisment
Village Japan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ