Advertisment

ଫେସବୁକ୍‌ ଡାଟାଲିକ୍‌ ମାମଲାରୁ ଜୁକରବର୍ଗଙ୍କ ନା ହଟାଇବାକୁ ୫ ବିଲିୟନ ଡଲାର ଖର୍ଚ୍ଚ !

ଫେସବୁକ୍‌ ଦେଇଛି ୫ ବିଲିୟନ ଡଲାର ଲାଞ୍ଚ ! ତଦନ୍ତରେ ନଫଶିବା ପାଇଁ ଫେସ୍‌ବୁକ୍‌ କରିଛି ଏଭଳି ବଡ଼ ଧରଣର ଲାଞ୍ଚ କାରବାର ! ଫେସବୁକ୍‌ ବିରୋଧରେ ଥିବା ମାମଲାର ରଫାଦଫା କରିବା ପାଇଁ ୟୁଏସ୍‌ ଫେଡରାଲ ଟ୍ରେଡ୍‌ ୟୁନିୟନ୍‌ କମିଶନ ସହ ଏଭଳି ଡିଲ୍ କରାଯାଇଥିବା କଥା ସାମ୍ନାକୁ ଆସିଛି ।

ଅଦ୍ୟତନ ହୋଇଛି
Mark Zuckerberg

Mark Zuckerberg

Advertisment

ଫେସବୁକ୍‌ ଦେଇଛି ୫ ବିଲିୟନ ଡଲାର ଲାଞ୍ଚ ! ତଦନ୍ତରେ ନଫଶିବା ପାଇଁ ଫେସ୍‌ବୁକ୍‌ କରିଛି ଏଭଳି ବଡ଼ ଧରଣର ଲାଞ୍ଚ କାରବାର ! ଫେସବୁକ୍‌ ବିରୋଧରେ ଥିବା ମାମଲାର ରଫାଦଫା କରିବା ପାଇଁ ୟୁଏସ୍‌ ଫେଡରାଲ ଟ୍ରେଡ୍‌ ୟୁନିୟନ୍‌ କମିଶନ ସହ ଏଭଳି ଡିଲ୍ କରାଯାଇଥିବା କଥା ସାମ୍ନାକୁ ଆସିଛି । କ୍ୟାମ୍ବ୍ରିଜ୍‌ ଆନାଲିଟିକା ଡାଟା ଲିକ୍‌ ଘଟଣାରେ ଫେସ୍‌ବୁକ୍‌ ସିଇଓଙ୍କୁ ନଫସାଇବା ପାଇଁ ଏଭଳି ଡିଲ୍‌ କରାଯାଇଥିବା ସୂଚନା ମିଳିଛି । ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପୋଲିଟିକୋରେ ଖବର ପ୍ରକାଶ ପାଇଛି ।

Advertisment

ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ, ଫେସ୍‌ବୁକ୍‌ର ସେୟାର ହୋଲ୍ଡର ଥିବା ଦୁଇ ଗୋଷ୍ଠି କହିଛନ୍ତି ଯେ, ଫେସବୁକର ବୋର୍ଡ ସଦସ୍ୟମାନେ କମ୍ପାନୀର ପ୍ରତିଷ୍ଠାତା ତଥା ସବୁଠାରୁ ବଡ଼ ଅଂଶୀଦାର ଜୁକରବର୍ଗଙ୍କୁ ସୁରକ୍ଷା ଦେବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାକୁ ସହମତି ପ୍ରକାଶ କରିଛନ୍ତି । ଫେସବୁକର ବୋର୍ଡ ସଦସ୍ୟଙ୍କ ଏଭଳି ଆଭ୍ୟନ୍ତରୀଣ ଆଲୋଚନାକୁ ନେଇ ଗତ ମାସରେ ଡେଲାୱେର୍ କୋର୍ଟ ଅଫ୍ ଚାନ୍‌ସେରିରେ ଅଭିଯୋଗ ହୋଇଛି ।

Advertisment

ମାମଲାରୁ ଯାହା ଜଣାପଡ଼ୁଛି, ଏବେ ସୁଦ୍ଧା ଫେସବୁକ୍, କେମ୍ବ୍ରିଜ୍ ଆନାଲିଟିକା ଡାଟାଲିକ୍‌ ଦୁର୍ନୀତି ଅଭିଯୋଗରୁ ମୁକୁଳି ପାରିନାହିଁ । କାରଣ ଫେସ୍‌ବୁକ୍‌ ନାଁରେ ରହିଛି ଅନେକ ସଙ୍ଗୀନ ଅଭିଯୋଗ । ଯେମିତିକି ବିଶ୍ୱାସ ଯୋଗ୍ୟ ନୁହେଁ ଫେସ୍‌ବୁକ୍‌, ତଥ୍ୟ ଚୋରି ଓ ଅନ୍ୟ କମ୍ପାନୀଗୁଡ଼ିକୁ ସମସ୍ୟାରେ ପକାଇବା । ଏଭଳି ସାଂଘାତିକ ଅଭିଯୋଗର ତଦନ୍ତରେ ଜୁକରବର୍ଗ ଫଶିବାର ଭୟ ରହିଥିବାରୁ ଫେସ୍‌ବୁକ୍‌ ପକ୍ଷରୁ ଏଭଳି ଏକ ବଡ଼ ଧରଣର ଟଙ୍କା କାରବାର କରାଯାଉଥିବା ଖବର ସାମ୍ନାକୁ ଆସିଛି ।

ଗତ ଫେବ୍ରୁଆରୀ ୨୦୯୧୯ରେ FTC ପକ୍ଷରୁ ଏକ ଅଭିଯୋଗ ହୋଇଥିଲା, ଯେଉଁଥିରେ ଉଭୟ ଫେସ୍‌ବୁକ୍‌ ଓ ଜୁକରବର୍ଗଙ୍କ ନାଁ ଉଲ୍ଲେଖ ଥିଲା ବୋଲି ସେୟାର ହୋଲ୍ଡରମାନେ ସୂଚନା ଦେଇଛନ୍ତି । ଉକ୍ତ ଚିଠିରେ FTC ପକ୍ଷରୁ ଆହୁରି କୁହାଯାଇଥିଲା ଯେ, ଫେସ୍‌ବୁକ୍‌ ବିରୋଧରେ ଥିବା ଜରିମାନା ରାଶି ୧୦୬ ମିଲିୟନ୍‌ ଡଲାର । ତେବେ କମ୍ପାନୀ ଏଥିପାଇଁ ୫ ବିଲିୟନ୍‌ ଡଲାର ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିବା ବେଳେ ଜୁକରବର୍ଗ କିମ୍ବା କମ୍ପାନୀର ଚିଫ୍‌ ଅପରେଟିଂ ଅଫିସର୍‌ ସେରିଙ୍କ ନାଁ ଯେପରି ମାମଲାରୁ ଦୂରରେ ରହିବ ସେନେଇ ଯୋଜନା କରୁଛି । 

Advertisment

ଅନ୍ୟଜଣେ ସେୟାର ହୋଲ୍ଡର କହିଛନ୍ତି ଯେ, ଫେସ୍‌ବୁକ୍‌ ପକ୍ଷରୁ ଏଭଳି କୌଣସି ଟଙ୍କା କାରବାର କରାଯାଇ ନାହିଁ । ଜୁକରବର୍ଗଙ୍କୁ ସୁରକ୍ଷା ବା ମାମଲା ରଫାଦଫା ପାଇଁ ଏଭଳି କୌଣସି ଡିଲ୍‌ ହୋଇନାହିଁ ।

Facebook Mark Zuckerberg
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ