Lossangeless Fire : ତିନିବର୍ଷ ପୂର୍ବେ ଯିଏ ଥିଲେ କୋଟିପତି ଆଜି ହୋଇଗଲେ ଭିକାରୀ

ଲଟେରୀ ଜିତିବା ପରେ ତାଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଭଲରେ ରହିବା ପାଇଁ ଯାହା ଦରକାର ସବୁ କରିଥିଲେ ଏଡବିନ । ପ୍ରଥମେ ସେ ହଲିଉଡ ହିଲ୍ସୂ୍ରେ ନିଜ ପାଇଁ ୨୫.୫ ମିଲିଅନ ଡଲାର ଦେଇ ଏକ ଆଲିଶାନ ବଙ୍ଗଳା କିଣିଥିଲେ । ଏହାବ୍ୟତୀତ ୪ ମିଲିଅନ ଡଲାର ଦେଇ ନିଜ ମା’ ବାପା-ମା’ଙ୍କ ପାଇଁ ଏକ ଜାପାନୀ ଷ୍ଟାଇଲରେ ଭବ୍ୟ ବଙ୍ଗଳା କିଣିଥିଲେ । ପରେ ୪୭ ମିଲିଅନ ଡଲାର ଦେଇ ବେଲ ଏୟରରେ ଏକ ଛୋଟ ଘର କିଣିଥିଲେ ।

ନିଆଁରେ ଜଳିଗଲା ସବୁ ସଂପତ୍ତି

ଭରସାହୀନ ଏ ଭାଗ୍ୟ । ଆଜି ଯାହାକୁ ବସାଇଥିବ ରାଜ ସିଂହାସନରେ କାଲି ଥୋଇଦବେ ରାସ୍ତା କଡରେ । ଭାଗ୍ୟ ହାତରେ ସମସ୍ତେ ଏଠି କ୍ରୀଡନକ । ଏହା ଖାଲି ପ୍ରବାଦ ନୁହେଁ । ଲସ ଆଞ୍ଜଲ୍ସ ଏହି ଉକ୍ତିର ଜୀବନ୍ତ ସାକ୍ଷୀ । ଲସ ଆଞ୍ଜେଲ୍ସ ଅଗ୍ନିକାଣ୍ଡର ଅନେକ ହୃଦୟଭିଜା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଠି ଜଣେ ବ୍ୟକ୍ତି ପ୍ରଥମେ ଲଟେରି ଜିତି ନିଜ ପାଇଁ ତିଆରି କରିଥିଲା ଆଲିଶାନ ଘର, ଆଜି ଭାଗ୍ୟ ତାଙ୍କଠାରୁ ସବୁକିଛି ଛଡାଇ ନେଇଛି । ଯେଉଁ ଭାଗ୍ୟ ତାଙ୍କ ହାତରେ ଖୁସି ଅଜାଡି ଦେଇଥିଲା ସେଇ ଭାଗ୍ୟ ଆଜି ଅଜାଡି ଦେଉଛି ଲୁହ ।

ଏହି କାହାଣୀ ଲସ ଆଞ୍ଜୋଲ୍ସର ଏଡବିନ କାସ୍ତ୍ରୋଙ୍କର । ଦିନେ ଭାଗ୍ୟ ତାଙ୍କୁ ସାଥ ଦେଇଥିଲା । ଏମିତି ହେଲା ଯେ ରାତାରାତି ହୋଇଗଲେ କୋଟିପତି । ହେଲେ ଆଜି ସେ ଯେଉଁଠି ଥିଲେ ପୁଣି ସେଇଠି ପହଞ୍ଚି ଯାଇଛନ୍ତି ।

୨୦୨୨ ମସିହାରେ ଦିନେ ଚର୍ଚ୍ଚାକୁ ଆସିଥିଲେ ଏଡବିନ କାସ୍ତ୍ରୋ । ଲଟେରୀ କିଣି ସେ ଜିତିଥିଲେ ୨.୦୪ ବିଲିଅନ ଡଲାର । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୧୬,୯୩୨ କୋଟି ଟଙ୍କା ।

ଲଟେରୀ ଜିତିବା ପରେ ତାଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଭଲରେ ରହିବା ପାଇଁ ଯାହା ଦରକାର ସବୁ କରିଥିଲେ ଏଡବିନ । ପ୍ରଥମେ ସେ ହଲିଉଡ ହିଲ୍ସୂ୍ରେ ନିଜ ପାଇଁ ୨୫.୫ ମିଲିଅନ ଡଲାର ଦେଇ ଏକ ଆଲିଶାନ ବଙ୍ଗଳା କିଣିଥିଲେ । ଏହାବ୍ୟତୀତ ୪ ମିଲିଅନ ଡଲାର ଦେଇ ନିଜ ମା’ ବାପା-ମା’ଙ୍କ ପାଇଁ ଏକ ଜାପାନୀ ଷ୍ଟାଇଲରେ ଭବ୍ୟ ବଙ୍ଗଳା କିଣିଥିଲେ । ପରେ ୪୭ ମିଲିଅନ ଡଲାର ଦେଇ ବେଲ ଏୟରରେ ଏକ ଛୋଟ ଘର କିଣିଥିଲେ ।

ପାଉଁଶ ହୋଇଗଲା ସବୁ ସମ୍ପତ୍ତି

ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଏଡବିନ । ଲସ ଆଞ୍ଜେଲ୍ସରେ ଲାଗିଥିବା ନିଆଁ ତାଙ୍କଠାରୁ ସବୁକିଛି ଛଡେଇ ନେଇଛି । ତାଙ୍କର ଅନେକ ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ତାଙ୍କର ସୁମୁଦ୍ର ନିକଟ ସମ୍ପତ୍ତି, ଯାହାର ମୂଲ୍ୟ ୩.୮ ମିଲିୟନ ଡଲାର ହେବ ତାହା ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି ।

ଏଡବିନଙ୍କ ଧନୀ ହେବାର ରହସ୍ୟ ଜାଣିବା ପରେ ସମସ୍ତେ କହୁଛନ୍ତି, ଭାଗ୍ୟର କୌଣସି ଭରସା ନାହି । ସମ୍ପତ୍ତି ଯେ କୌଣସି ସମୟରେ ଆପଣଙ୍କ ପାଖ ଛାଡି ଚାଲି ଯାଇପାରେ ।

ଏଠି କହିରଖିବୁ, ଦୀର୍ଘ ୭ ଦିନ ଧରି ଆମେରିକାର ଲସ ଆଞ୍ଜେଲ୍ସ ଜଳୁଛି । ଟେକ୍ନୋଲଜିରେ ଶକ୍ତିଶାଳୀ ଆମେରିକା ପରି ଦେଶ ବି ଆଣ୍ଠେଇ ପଡିଲାଣି । ତଥାପି ନିଆଁକୁ ଆୟତ୍ତ କରି ପାରୁନି । ଲସଆଞ୍ଜେଲ୍ସ ପରି ସହରର ଜଳିପୋଡି ଭସ୍ମ ହୋଇଗଲାଣି । ୩୫ କିଲୋମିଟର ଏବଂ ୩ଲକ୍ଷ ୨୧ ହଜାର ଏକରରେ ବ୍ୟାପିଥିବା ଏହି ସହରର ଲୋକ ସଂଖ୍ୟା ପାଖାପାଖି ୩୮ ଲକ୍ଷ । ମାତ୍ର ୭ ଦିନରେ ୪୦ ହଜାର ଏକର ଜମି ପୋଡି ପାଉଁଶ ହୋଇଗଲାଣି । ହଲିଉଡର ବଡ ବଡ ଷ୍ଟାର ଏହି ଅଗ୍ନିକାଣ୍ଡ ପାଇଁ ବେଘର ହେଇଗଲେଣି । ୭ ଦିନରେ ୨୫୦ ବିଲିଅନ ଡଲାର ଅର୍ଥାତ ୨୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଗଲାଣି । ଏହି ରାଶି ଭାରତୀୟ ଡିଫେନ୍ସ ବିଭାଗର ୩ ବର୍ଷର ବଜେଟ ସଙ୍ଗେ ସମାନ ବୋଲି କହିହେବ । ବର୍ତ୍ତମାନ ସୁଦ୍ଧା ଏହି ଅଗ୍ନିକାଣ୍ଡରେ ୨୬ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଲାଣି ।