Advertisment

TRF: ଆମେରିକା ନେଲା ପଦକ୍ଷେପ, ଭାରତ କହିଲା ଆମର ନୀତି ‘ଶୂନ୍ୟ ସହନଶୀଳତା’

TRF କୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବା ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ଏହାର ଆର୍ଥିକ ଓ ଲଜିଷ୍ଟିକ ସମର୍ଥନ ନେଟୱାର୍କକୁ ଦୁର୍ବଳ କରାଯାଇ ପାରିବ। ଏହା ପାକିସ୍ତାନର ଆଇଏସଆଇ ଏବଂ ଲସ୍କର-ଇ-ତୋଇବା ଭଳି ସଂଗଠନମାନଙ୍କ ଦ୍ୱାରା ପରିଚାଳିତ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଏକ ଶକ୍ତ ଆଘାତ ବୋଲି ବିବେଚନା କରାଯାଉଛି।

ଅଦ୍ୟତନ ହୋଇଛି
USA

USA

Advertisment

ଆମେରିକା ଦ୍ୱାରା ଦ ରେଜିଷ୍ଟେନ୍ସ ଫ୍ରଣ୍ଟ (TRF) କୁ ବିଦେଶୀ ଆତଙ୍କବାଦୀ ସଂଗଠନ ଏବଂ ସ୍ପେସିଆଲି ଡେଜିନେଟେଡ୍ ଗ୍ଲୋବାଲ୍ ଟେରରିଷ୍ଟ ଭାବେ ଘୋଷଣା କରାଯିବା ପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଏହାକୁ ସ୍ୱାଗତ କରିଛନ୍ତି । ଏହାକୁ ଭାରତ-ଆମେରିକା ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗିତାର ଏକ ଦୃଢ ପ୍ରମାଣ ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କର ପ୍ରତିକ୍ରିୟାରେ ସେ ଏହି ପଦକ୍ଷେପ ପାଇଁ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଆମେରିକାର ରାଷ୍ଟ୍ର ବିଭାଗଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜୟଶଙ୍କର ତାଙ୍କର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଏହା କହିଛନ୍ତି ।

Advertisment

ଆତଙ୍କବାଦ ବିରୋଧରେ ଭାରତ ଓ ଆମେରିକାର ମିଳିତ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇଛନ୍ତି ଜୟଶଙ୍କର । ସେ କହିଛନ୍ତି ଯେ ଏହି ଘୋଷଣା ଆତଙ୍କବାଦ ବିରୁଦ୍ଧରେ "ଶୂନ୍ୟ ସହନଶୀଳତା" (Zero Tolerance for Terrorism) ନୀତିର ଏକ ପ୍ରମାଣ। ଏହା ଭାରତର ଦୀର୍ଘଦିନର ଆତଙ୍କବାଦ ବିରୋଧୀ ନୀତି ସହ ସମାନତା ରଖୁଛି । ସେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି ।

ଜୟଶଙ୍କର ତାଙ୍କ ପ୍ରତିକ୍ରିୟାରେ ଆମେରିକା ସହ ଭାରତର ଆତଙ୍କବାଦ ବିରୋଧୀ ସହଯୋଗିତାକୁ ଆହୁରି ମଜବୁତ କରିବାର ଆହ୍ୱାନ ରହିଛି । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ TRF କୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବା ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ଏହାର ଆର୍ଥିକ ଓ ଲଜିଷ୍ଟିକ ସମର୍ଥନ ନେଟୱାର୍କକୁ ଦୁର୍ବଳ କରାଯାଇ ପାରିବ। ଏହା ପାକିସ୍ତାନର ଆଇଏସଆଇ ଏବଂ ଲସ୍କର-ଇ-ତୋଇବା ଭଳି ସଂଗଠନମାନଙ୍କ ଦ୍ୱାରା ପରିଚାଳିତ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଏକ ଶକ୍ତ ଆଘାତ ବୋଲି ବିବେଚନା କରାଯାଉଛି।

Advertisment

ପହଲଗାମ ଆକ୍ରମଣ ପାଇଁ TRF ନିଜକୁ ଦାୟୀ ବୋଲି ଘୋଷଣା କରିଥିଲା। ଏହି ଆକ୍ରମଣକୁ ୨୦୦୮ ମୁମ୍ବାଇ ଆକ୍ରମଣ ପରେ ଲସ୍କର-ଏ-ତୋଇବା ଦ୍ୱାରା କରାଯାଇଥିବା ସବୁଠାରୁ ଘାତକ ଆକ୍ରମଣ ବୋଲି କୁହାଯାଉଛି । 

ଭାରତ ଅନ୍ତର୍ଜାତୀୟ ମଞ୍ଚରେ TRF କୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଇବା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି।

Advertisment

TRF ୨୦୧୯ରେ ଗଠିତ ହୋଇଥିଲା । ଲସ୍କର-ଇ-ତୋଇବାର ଏକ ପ୍ରକ୍ସି ଭାବେ କାର୍ଯ୍ୟ କରୁଛି । ଜମ୍ମୁ ଓ କାଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣ ପଛରେ ଏହି ଟିଆରଏଫର ହାତ ରହିଥିବା ଅଭିଯୋଗ ହେଉଛି ।

ଏହା ଅନଲାଇନ ମାଧ୍ୟମରେ ଯୁବକମାନଙ୍କୁ କଠୋରପନ୍ଥୀ କରାଇବା, ଆତଙ୍କବାଦ ପାଇଁ ନିଯୁକ୍ତ କରାଇବା କାମ କରୁଛି । ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଚୋରା ଚାଲାଣ କରିବାରେ ଜଡିତ ଥିବାର ମଧ୍ୟ ଅଭିଯୋଗ ରହିଛି । ପହଲଗାମ ଆକ୍ରମଣ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିଲା ।

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ଶକ୍ତ ଚାପୁଡ଼ା, ଟିଆରଏଫକୁ ଆତଙ୍କବାଦୀ ସଂଗଠନ ଘୋଷଣା

Lashkar-e-Taiba Terrorist Outfit S. Jaishankar Indian External Affairs Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ