• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟ୍ୱିଟର କିଣାବିକାକୁ ନେଇ ଚାଲିଥିବା ଚର୍ଚ୍ଚା ଥମି ନଥିବା ବେଳେ ସ୍ପେସ୍ ଏକ୍ସ ତଥା ଟେସଲା ସିଇଓ ଏଲନ୍ ମସ୍କ ପୁଣି ଥରେ ଚର୍ଚ୍ଚାରେ । ହେଲେ ଏଥର କୌଣସି ଟ୍ୱିଟ୍ କିମ୍ବା ବିଜିନେସ୍‌ ଡିଲକୁ ନେଇ ନୁହେଁ, ବରଂ ବ୍ୟକ୍ତିଗତ କାରଣକୁ ନେଇ ସେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ୨୦୧୬ ମସିହାରେ ଜଣେ ଏୟାର ହୋଷ୍ଟେସଙ୍କୁ ଏଲନ୍ ମସ୍କଙ୍କୁ ବିମାନରେ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଥିଲା । ବର୍ତ୍ତମାନ ସେହି ପୁରୁଣା ଘଟଣାକୁ ନେଇ ଏଲନ୍ ମସ୍କ ମୁହଁ ଖୋଲିଛନ୍ତି । ଘଟଣାଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ସଫେଇ ଦେଇଛନ୍ତି ।

ରଏଟର୍ସ ରିପୋର୍ଟ ଅନୁସାରେ ବିଜନେସ୍ ଇନସାଇଡର୍ ଗୁରୁବାର ଦିନ ମସ୍କଙ୍କ ସେହି ମାମଲା ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଥିଲା । ଯୌନ ଉତ୍ପୀଡ଼ନର ଏହି ମାମଲାକୁ ରଫାଦଫା କରିବାକୁ ୨୦୧୮ ମସିହାରେ ଏୟାର ହୋଷ୍ଟେସଙ୍କୁ ୨,୫୦,୦୦୦ ଡଲାର୍ ଟଙ୍କା ଦିଆଯାଇଥିବା ରିପୋର୍ଟରେ କୁହାଯାଇଥିଲା ।

ତେବେ ଏହି ଅଭିଯୋଗର ଚାରି ବର୍ଷ ପରେ ଏବେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଟେସଲା ସିଇଓ । ଟ୍ୱିଟ୍‌ କରି ନିଜ ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି । ଏପରି ମିଛକୁ ମୁଁ ଚ୍ୟାଲେଞ୍ଜ କରୁଛି ବୋଲି ସେ ଲେଖିଛନ୍ତି । ତାଙ୍କ ଅନୁସାରେ ଏପରି କୌଣସି ଘଟଣା ଘଟିନାହିଁ  । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି ।

ଗତ ଗୁରୁବାର ଦିନ ବିଜିନେସ୍ ଇନସାଇଡର୍ ମସ୍କଙ୍କ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଥିଲା । ୨୦୧୮ ମସିହାରେ ଘଟିଥିବା ଘଟଣା ଉପରୁ ପରଦା ଉଠାଇଥିଲା । ସ୍ପେସ୍ ଏକ୍ସ ଜେଟ୍ ବିମାନରେ ଠିକା ନିଯୁକ୍ତି ପାଇଥିବା ଜଣେ ଏୟାର ହୋଷ୍ଟେସଙ୍କୁ ଏଲନ୍‌ ଦୁର୍ବ୍ୟବହାର କରିଥିବା ରିପୋର୍ଟରେ ଲେଖା ହୋଇଥିଲା ।

ସୂଚନା ଅନୁସାରେ ୨୦୧୮ରେ ବିମାନ ଯାତ୍ରା ସମୟରେ ଏଲୋନ୍ ମସ୍କ ଏୟାର ହୋଷ୍ଟେସଙ୍କ ବିନା ଅନୁମତିରେ ଖରାପ ଉଦ୍ଦେଶ୍ୟ ନେଇ ତାଙ୍କୁ ସ୍ପର୍ଶ କରିଥିଲେ । କେବଳ ଏତିକି ନୁହେଁ ଏଲନ୍‌ ମସ୍କ ତାଙ୍କୁ ଏରୋଟିକ୍‌ ମସାଜ୍‌ କରିବା ପାଇଁ ମଧ୍ୟ କହିଥିଲେ । ପ୍ରତିବଦଳରେ ତାଙ୍କୁ ଏକ ଘୋଡା ଉପହାର ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏହି ଘଟଣା ପରେ ଏୟାର ହୋଷ୍ଟେସ୍‌ ଜଣକ ଏଲନ୍ ମସ୍କଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଏହା ପରେ ସ୍ପେସ୍‌ ଏକ୍ସ ପକ୍ଷରୁ ସଂପୃକ୍ତ କର୍ମଚାରୀଙ୍କ ଠାରୁ ଏକ ଦସ୍ତଖତ ନିଆଯାଇ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଚୁକ୍ତି କରାଯାଇଥିଲା ।

ରିପୋର୍ଟ ଅନୁସାରେ ଏଲନ୍‌ ମସ୍କ ଯେଉଁ ରକେଟ୍ ଲଂଚ କମ୍ପାନୀର ପ୍ରତିଷ୍ଠାତା ଏବଂ ସିଇଓ, ସେହି କମ୍ପାନୀ ୨୦୧୮ରେ ଜଣେ ଅଜ୍ଞାତ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କ ଆକାଉଣ୍ଟକୁ ଏକ ବଡ଼ ରକମ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ସାକ୍ଷାତକାର, ଦଲିଲ ଏବଂ ଦସ୍ତଖତ ଆଧାରରେ ଇନସାଇଡର୍ ଏହି ରିପୋର୍ଟ ପ୍ରଦାନ କରିଥିଲା । ଏହାକୁ ନେଇ ଦୁଇ ବର୍ଷ ବିବାଦ ଲାଗି ରହିଥିଲା । ତେବେ ଘଟଣାର ଏତେ ବର୍ଷ ପରେ ଶେଷରେ ମୁହଁ ଖୋଲିଛନ୍ତି ଏଲନ୍‌ ମସ୍କ ।