Advertisment

ଟ୍ୱିଟରକୁ କିଣିଲେ ଏଲନ ମସ୍କ

କାହିଁକି ଟ୍ୱିଟରକୁ କିଣିବାକୁ ଚାହୁଁଥିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ?

undefined

Elon Musk to acquire Twitter

Advertisment

ଟୁଇଟରକୁ କିଣିଦେଲେ ବିଶ୍ୱର ଧନୀ ବ୍ୟକ୍ତି କୁହାଯାଉଥିବା ଏଲନ ମସ୍କ। ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ସେ ୪୪ ବିଲିୟନ ଡଲାରରେ ସେ କିଣିଛନ୍ତି। ତେବେ ଏଲନ ଟୁଇଟରକୁ କିଣିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ଆଉ ଶେଷରେ ଏଲନଙ୍କ ହାତକୁ ଯାଇଛି ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ।

Advertisment

ଟୁଇଟରକୁ କିଣିବା ପାଇଁ ବ୍ୟାପକ ମୂଲଚାଲ ହୋଇଥିଲା। ସେୟାର ହୋଲ୍ଡରଙ୍କୁ ପ୍ରତି ସେୟାର ମୂଲ୍ୟ ବାବଦରେ ସେ ୫୪.୨୦ ଡଲାର ନଗଦ ଦେବାକୁ ପ୍ରସ୍ତାବ ଦେଇଥିଲେ। ତାଙ୍କର ଏହି ପ୍ରସ୍ତାବକୁ ଟୁଇଟର ଗ୍ରହଣ କରିଛି। କିଛ ଦିନ ତଳେ ଟୁଇଟର ବୋର୍ଡ ଏଲନ ମସ୍କଙ୍କ ହାତକୁ ଯେଭଳି କମ୍ପାନୀ ଚାଲିନଯିବ, ସେଥିପାଇଁ ବିଭିନ୍ନ ପନ୍ଥା ଆପଣେଇଥିଲେ।

କିନ୍ତୁ ଏଲନଙ୍କ ଷ୍ଟ୍ରାଟେଜି ଆଗରେ ସେସବୁ ଫେଲ୍‌ ମାରିଥିଲା।  କାହିଁକି ଟ୍ୱିଟରକୁ କିଣିବାକୁ ଚାହୁଁଥିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ? ବାକ୍ ସ୍ୱାଧୀନତାକୁ ନେଇ ଟ୍ୱିଟରକୁ ଟାର୍ଗେଟ କରିଥିଲେ ମସ୍କ। ଏକ ପବ୍ଲିକ୍ ପ୍ଲାଟ୍‌ଫର୍ମ ଭାବେ ଟ୍ୱିଟର ଉପରେ ଆମର ଭରସା ଦୃଢ଼ ହେବା ଦରକାର ବୋଲି ସେ କହିଥିଲେ। 

Advertisment

ମାର୍ଚ୍ଚରେ ଟ୍ୱିଟର ଉପରେ ଏକ ପୋଲ୍ କରିଥିଲେ ମସ୍କ।ଟ୍ୱିଟର ଫ୍ରି ସ୍ପିଚ୍‌କୁ ସୁରକ୍ଷା ଦେଇପାରୁଛି କି ନାହିଁ, ଏନେଇ ମସ୍କ ନିଜର ଫଲୋୟର୍ସଙ୍କୁ ପଚାରିଥିଲେ।  ଏଥିରେ ୨୦ ଲକ୍ଷ ୟୁଜର୍ସ ଜବାବ ଦେଇଥିବା ଦାବି କରନ୍ତି ମସ୍କ। ଏହାସହ ୭୦% ଉତ୍ତର ନା ଥିବା ସେ କହିଛନ୍ତି। ଏହାପରେ ଏଲନ ମସ୍କ ଟ୍ୱିଟରର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରିବା ସହ ଏହାକୁ ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଥିଲେ।

Twitter Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ