ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ଐତିହାସିକ ବିଜୟ । ଆଉ ଏହା ପରେ ବୁଧବାର ଟେସଲା ସିଇଓ ଏଲନ୍ ମସ୍କଙ୍କ ସମ୍ପତ୍ତିରେ ଆସିଛି ବଡ଼ ଜୁଆର । ରାତାରାତି ଏଲନ୍ଙ୍କ ସମ୍ପତ୍ତି ଖୁବ୍ ବୃଦ୍ଧି ଯାଇଛି । ଫୋର୍ବସ୍ ରିଅଲ୍ ଟାଇମ୍ ବିଲିନିଅର ତାଲିକା ଅନୁଯାୟୀ ଏଲନଙ୍କ ସମ୍ପତ୍ତି ୨୦.୫ ଆରବ ଡଲାର୍ ଅର୍ଥାତ୍ ୭.୭୩% ବୃଦ୍ଧି ଘଟିଛି । ଯାହାଫଳରେ ତାଙ୍କର ଏବେ ମୋଟ ସମ୍ପତ୍ତିର ମୂଲ୍ୟ ୨୮୫.୨ ଆରବ ଡଲାରରେ ପହଞ୍ଚିଛି ।
Also Read
ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ, ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାରକୁ ଖୋଲାଖୋଲି ସମର୍ଥନ କରିଥିଲେ । ଏମିତିକି ତାଙ୍କ ରାଲିରେ ମଧ୍ୟ ସାମିଲ ହୋଇଥିଲେ । ତେବେ ଭାରତୀୟ ମୁଦ୍ରାରେ ଯଦି ଦେଖାଯାଏ, ରାତାରାତି ବୃଦ୍ଧି ପାଇଥିବା ସମ୍ପତିର ପରିମାଣ ୧,୭୨,୮୬,୪୦,୫୩୮,୩୫୦ ଟଙ୍କା ଅର୍ଥାତ୍ ୧.୭୨ ଲକ୍ଷ କୋଟିରୁ ଅଧିକ ହେବ । ଏଠି ଆମେ ଆପଣଙ୍କୁ କହିରଖୁଛୁ ଯେ, ୨୦୨୪-୨୫ରେ ଭାରତର ରାଜଧାନୀ ଦିଲ୍ଲୀର ବଜେଟ୍ ପ୍ରାୟ ୭୧ ହଜାର କୋଟି ଟଙ୍କା ଥିଲା । ଯାହା କି ଏହି ସମ୍ପତିର ପରିମାଣଠାରୁ ଖୁବ୍ କମ୍ ।
ଅଧିକ ପଢ଼ନ୍ତୁ: US Election Result 2024: ଏଲନ୍ କେବଳ ବନ୍ଧୁ ନା ଅନ୍ୟ କିଛି ! ଟ୍ରମ୍ପ ପରିବାର ଫଟୋରେ Elon Musk
ବୁଧବାର ଟେସଲା ସେୟାର ୧୩% ବୃଦ୍ଧି ପାଇ ପ୍ରତି ସେୟାର ମୂଲ୍ୟ ୨୮୬.୧୦ ଡଲାରରେ ପହଞ୍ଚିଛି । ଗତ ଦୁଇ ଦିନ ମଧ୍ୟରେ ଟେସଲା ସେୟାର ମୂଲ୍ୟ ପ୍ରାୟ ୧୮% ବୃଦ୍ଧି ପାଇଛି । ଅନ୍ୟପଟେ ପ୍ରତିଦ୍ୱନ୍ଦ୍ୱୀ EV ନିର୍ମାତା ରିଭିଆନ୍ ସେୟାରରେ ୮% ହ୍ରାସ ପାଇଛି, ଲୁସିଡ୍ ଗ୍ରୁପ୍ ୪% ହ୍ରାସ ପାଇଛି ଏବଂ ଚୀନ୍ ଭିତ୍ତିକ NIO ସଂସ୍ଥାର ସେୟାର ୫.୩% ହ୍ରାସ ପାଇଛି ।
ଅନ୍ୟମାନଙ୍କର ସମ୍ପତ୍ତି ମଧ୍ୟ ଖୁବ୍ ବୃଦ୍ଧି ପାଇଛି
ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଟ୍ରମ୍ପଙ୍କ ବିଜୟ ପରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସମ୍ପତ୍ତି ମଧ୍ୟ ୫.୭ ଆରବ ଡଲାର ଅର୍ଥାତ୍ ୨.୬୨ ପ୍ରତିଶତ ବୃଦ୍ଧି ପାଇଛି । ଯାହାଫଳରେ ଏବେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୨୨୨.୧ ଆରବ ଡଲାରରେ ପହଞ୍ଚିଛି । ଏହାସହ ସେ ଏବେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇପାରିଛନ୍ତି । ସେହିଭଳି ଓରାକେଲର ଲ୍ୟାରି ଏଲିସନଙ୍କ ସମ୍ପତ୍ତି ୧୧.୪ ଆରବ ଡଲାର ଅର୍ଥାତ୍ ୫.୪୭% ବୃଦ୍ଧି ପାଇଛି । ଯାହାଫଳରେ ତାଙ୍କର ମୋଟ ସମ୍ପତ୍ତି ୨୨୦.୫ ଆରବ ଡଲାରରେ ପହଞ୍ଚିଛି । ଏବେ ସେ ବିଶ୍ୱର ତୃତୀୟ ଧନୀ ଭାବେ ବିବେଚିତ ।
ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ହ୍ରାସ
ମେଟାର ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ୧.୪% ହ୍ରାସ ଘଟିଛି । ଅର୍ଥାତ୍ ତାଙ୍କ ସମ୍ପତ୍ତି ୨୨୦ ମିଲିଅନ ଡଲାର ହ୍ରାସ ପାଇଛି । ଯାହାଫଳରେ ଏବେ ତାଙ୍କର ମୋଟ ସମ୍ପତ୍ତି ୧୯୭.୮ ଆରବ ଡଲାର ରହିଛି । ଏହାସହ ସେ ବିଶ୍ୱ ଧନୀ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ବୁଧବାର ଆମେରିକାର ସେୟାର ବଜାରରେ ବି ଜୋରଦାର ଲାଭ ଦେଖାଯାଇଛି । ଯାହାପଳରେ ଡାବ ଜୋନ୍ସ ୧୩୦୯ ଅଙ୍କ ବୃଦ୍ଧି ପାଇ ଏକ ନୂଆ ଉଚ୍ଚତାରେ ପହଞ୍ଚିଛି । ସେହିଭଳି S&P ୫୦୦ ଏବଂ ନେସ୍ଡେକ୍ ଇଣ୍ଡେକ୍ସ ମଧ୍ୟ ୧.୯% ବୃଦ୍ଧି ପାଇଛି । ବିଶ୍ଳେଷକଙ୍କ ଅନୁଯାୟୀ, ଟ୍ରମ୍ପଙ୍କ ସ୍ପଷ୍ଟ ବିଜୟ ଯୋଗୁଁ ସେୟାର ବଜାରରେ ସକରାତ୍ମକତା ବିସ୍ତାର କରିଛି, ଯାହାକି ନିବେଶକଙ୍କ ବିଶ୍ୱାସ ବଢ଼ାଇଛି ।