• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଥମେ ଟ୍ୱିଟର ସହ ବିବାଦ ତା’ପରେ ଯୌନ ନିର୍ଯାତନା ଆଉ ଏବେ ଅବୈଧ ପ୍ରେମ ସମ୍ପର୍କ । ପୁଣି ଚର୍ଚ୍ଚାରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ୍ ମସ୍କ । ତାଙ୍କ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଗୁଗୁଲର ସହ-ପ୍ରତିଷ୍ଠାତା Sergey Brinଙ୍କ ଛାଡ଼ପତ୍ର ପାଇଁ ଏଲନ୍ ଦାୟୀ ବୋଲି କୁହାଯାଉଛି । ଗତ ବର୍ଷ ଠାରୁ ଏଲନ୍ ମସ୍କ ଏବଂ ବ୍ରିନଙ୍କ ପତ୍ନୀ Nicole Shanahanଙ୍କ ମଧ୍ୟରେ ଅବୈଧ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ଶୁଣିବାକୁ ମିଳିଥିଲା । ତେବେ ଏହି ଖବରକୁ ମିଛ କହିବା ସହ ଏଲନ୍‌ ସଫେଇ ଦେଇଛନ୍ତି । Nicole ଏବଂ ମୁଁ ଭଲ ବନ୍ଧୁ ଓ ତିନି ବର୍ଷରେ କେବଳ ଦୁଇଥର ନିକୋଲଙ୍କୁ ଦେଖିଛି ବୋଲି କହିଛନ୍ତି । ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଖବରକୁ ସେ ଖଣ୍ଡନ କରିଛନ୍ତି ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁସାରେ ଗୁଗୁଲର ସହ-ପ୍ରତିଷ୍ଠାତା Sergey Brinଙ୍କ ପତ୍ନୀ ଏବଂ ଏଲନ୍‌ ମସ୍କଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାରୁ ସେ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । କିନ୍ତୁ ବର୍ତ୍ତମାନ ମସ୍କ ଏହି ଖବରକୁ ଭିତ୍ତିହୀନ ବୋଲି କହିଛନ୍ତି ।

ରିପୋର୍ଟ ଅନୁସାରେ ଏଲୋନ୍ ମସ୍କ ଏବଂ Sergey Brinଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବନ୍ଧୁତା ଥିଲା । ଟେସଲା ସିଇଓ ବର୍ଷ ବର୍ଷ ଧରି ବ୍ରିନର ସିଲିକନ୍ ଭ୍ୟାଲି ଘରକୁ ନିୟମିତ ଯିବାଆସିବା କରୁଥିଲେ । ଏହି ସମୟରେ ହିଁ ମସ୍କ Nicole Shanahanଙ୍କ ନିକଟତର ହୋଇଥିଲେ । ଏପରି ଖବର ପରେ Sergey Brin ଗତ ମାସରେ ଏଲନ୍ ମସ୍କର କମ୍ପାନୀରେ ସେ କରିଥିବା ବ୍ୟକ୍ତିଗତ ନିବେଶକୁ ବିକ୍ରି କରିବାକୁ ତାଙ୍କ ପରାମର୍ଶଦାତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମସ୍କଙ୍କ କମ୍ପାନୀରେ ବ୍ରିନ କେତେ ନିବେଶ କରିଛନ୍ତି, ସେସମ୍ପର୍କରେ ଜଣାପଡ଼ି ନାହିଁ ।

ସୂଚନା ଅନୁସାରେ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଖବର ଆସିଥିଲା, ଏଲନ୍‌ ମସ୍କ ଜାଆଁଳା ପିଲାଙ୍କ ବାପା ଅଟନ୍ତି । ଜାଆଁଳା ପିଲାଙ୍କ ମା ତାଙ୍କ କମ୍ପାନୀର ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ୍ ନ୍ୟୁରାଲିଙ୍କରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀ ବୋଲି ଶୁଣିବାକୁ ମିଳିଛି ।