Advertisment

United States Of America: ଆମେରିକା ରାଜନୀତିରେ ହଲ୍‌ଚଲ୍, ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ଏଲନ ମସ୍କ !

ଏବେ ଚରମ ସୀମାରେ ପହଞ୍ଚିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ -ଟେସ୍‌ଲା ସିଇଓ ଏଲନ୍‌ ମସ୍କ କଳି। ମସ୍କଙ୍କ ନୂଆ ଦଳ ଘୋଷଣା ପରେ ଡୋନାଲ୍ଡ ଟ୍ରମ୍ପ ଏହାକୁ ସମାଲୋଚନା କରି କହିଛନ୍ତି, ‘ସବୁ ବକବାସ୍, ମସ୍କ ତୃତୀୟ ଦଳ ଗଢିବା ହାସ୍ୟାସ୍ପଦ ଏବଂ ନିନ୍ଦନୀୟ। ଆଗାମୀ ଦିନରେ ଏହାର ଫଳ ମଧ୍ୟ ସେ ଭୋଗିବେ।

Elon Musk

Elon Musk

Advertisment

ମଣିଷର ଚିତ୍ର ଆଉ ଚରିତ୍ର ଏତେ ଜଲ୍‌ଦି ବଦଳିଯାଏ, କେହି କଳ୍ପନା ବି କରିପାରନ୍ତି ନାହିଁ। କାଲି ଯିଏ ସାଥ୍‌ ଦେଉଥିଲେ ଆଜି ସେ ହିଁ ହାତ ଛାଡ଼ି ସୁବିଧାବାଦୀ ପାଲଟିଯାଆନ୍ତି। ଭୁଲିଯାଆନ୍ତି ଅନ୍ୟଜଣଙ୍କର ବଦାନ୍ୟତା ଏବଂ ସହଯୋଗକୁ। ଇତିହାସ ସାକ୍ଷୀ ରହିଛି, ବିଶ୍ବାସଘାତକତାର ଫଳ ନିଶ୍ଚୟ ଭୋଗିଛନ୍ତି। ଏମିତି କୃତଘ୍ନ ଯିଏ ବି ହେବେ, ଈଶ୍ବର ତାହାର ଫଳ ଆଜି ନ ହେଲେ କାଲି ନିଶ୍ଚୟ ଦେବେ। ଅବଶ୍ୟ ରାଜନୀତିରେ ପଦପଦବୀ ପାଇବାକୁ କେହି ବି କିଛି କରିପାରେ। ଏହା ନୂଆ ନୁହେଁ। ଦଳ ବଦଳାଇବା, ନୂଆ ଦଳ ଗଢ଼ିବା ସବୁ ସମୟରେ ସବୁ ଯୁଗରେ ହୋଇଛି। ୨୦୨୪ରେ ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜୟୀ କରାଇବାରେ ମସ୍କ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଟ୍ରମ୍ପଙ୍କ ସପକ୍ଷରେ ଅନେକ ସ୍ଥାନରେ ସେ ରାଲି କରିବା ସହ ବିପୁଳ ଚାନ୍ଦା ଦେଇ ସାହାଯ୍ୟ କରିଥିଲେ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ନିର୍ବାଚନ ସମୟରେ ଅକୁଣ୍ଠ ଭାବେ ସହଯୋଗର ହାତ ବଢ଼ାଇଥିଲେ ଏଲନ ମସ୍କ। ଆଉ ଏବେ ତାଙ୍କରି ବିରୋଧରେ ଛିଡା ହୋଇଛନ୍ତି ଏଲନ । ରାଜନୈତିକ ମୈଦାନରେ ଟ୍ରମ୍ପଙ୍କୁ ସିଧାସଳଖ ଟକ୍କର ଦେବେ ଏଲନ ମସ୍କ। ଏହି ଦୁଇ ହେଭିୱେଟ୍‌ଙ୍କ ଲଢ଼େଇ ସାରା ବିଶ୍ବ ଦେଖିବ। ତେବେ ରାଜନୈତିକ ଦଳ ଗଠନ ନେଇ ୭୫ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଥିଲା ବୋଲି ଏଲନ୍‌ କହିଛନ୍ତି। 

Advertisment

‘ଆମେରିକା ପାର୍ଟି’କୁ ସମାଲୋଚନା କଲେ ଟ୍ରମ୍ପ

ଏବେ ଚରମ ସୀମାରେ ପହଞ୍ଚିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ -ଟେସ୍‌ଲା ସିଇଓ ଏଲନ୍‌ ମସ୍କ କଳି। ମସ୍କଙ୍କ ନୂଆ ଦଳ ଘୋଷଣା ପରେ ଡୋନାଲ୍ଡ ଟ୍ରମ୍ପ ଏହାକୁ ସମାଲୋଚନା କରି କହିଛନ୍ତି, ‘ସବୁ ବକବାସ୍, ମସ୍କ ତୃତୀୟ ଦଳ ଗଢିବା ହାସ୍ୟାସ୍ପଦ ଏବଂ ନିନ୍ଦନୀୟ। ଆଗାମୀ ଦିନରେ ଏହାର ଫଳ ମଧ୍ୟ ସେ ଭୋଗିବେ। ମସ୍କ ବିପଦଆଡ଼କୁ ମୁହାଁଉଛନ୍ତି। ଆମେରିକାରେ ରିପବ୍ଲିକାନ୍ ପାର୍ଟି ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି। ମୋତେ ଲାଗୁନି ତୃତୀୟ ପାର୍ଟି ଆସିଲେ ସଫଳ ହେବ। ଟ୍ରମ୍ପ୍‌ଙ୍କ ‘ବିଗ୍‌ ବିୟୁଟିଫୁଲ୍‌ ବିଲ୍‌’କୁ ମସ୍କ ବିରୋଧ କରୁଥିଲେ। ଏହାଦ୍ୱାରା ଦେଶର ବିତ୍ତୀୟ ନିଅଣ୍ଟ ବଢ଼ିବ ଏବଂ ଲୋକଙ୍କ ଉପରେ ଏହାର ଚାପ ପଡ଼ିବା ନେଇ ସେ ଯୁକ୍ତି ବାଢ଼ିଥିଲେ । ଏହାକୁ ବିରୋଧ କରିବା ପରେ ପରେ ଦୁହିଁଙ୍କ କଳି ସାମ୍‌ନାକୁ ଆସିଥିଲା।

ଆମେରିକା ରାଜନୀତିରେ ହଲ୍‌ଚଲ

ବିଶ୍ବର ବିଶିଷ୍ଟ ଶିଳ୍ପପତି ଏଲନ୍‌ ନୂଆ ଦଳ ଘୋଷଣା କରିବା ପରେ ଆମେରିକା ରାଜନୀତିରେ ହଲଚଲ୍‌ ସୃଷ୍ଟି ହୋଇଛି। ‘ଆମେରିକା ପାର୍ଟି’ ଦଳର ନାଁ ରଖିଛନ୍ତି। ଏହା ଦ୍ବାରା ଗୋଟିଏ ପାର୍ଟି ବ୍ୟବସ୍ଥାରୁ ଆମେରିକାବାସୀଙ୍କୁ ମୁକ୍ତି ମିଳିବ ବୋଲି କହିଛନ୍ତି ମସ୍କ । କୋଟିପତି ଏଲନ ମସ୍କ ତାଙ୍କର ନୂତନ ରାଜନୈତିକ ଦଳ ଗଠନ କରି ବଦ୍‌ଲା ଦେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ସାରା ବିଶ୍ବରେ ସାଧାରଣରେ ଆଲୋଚନା ହେଉଛି। ତେବେ ରାଜନୀତି ଆଡ଼କୁ କାହିଁକି ମନ ବଳାଇଲେ ଏଲନ। ଅବଶ୍ୟ ଏଲନ କହିଛନ୍ତି ‘ଆମେରିକା ପାର୍ଟି’ ଗଠନ କରିବାର ମୂଳ ଉଦ୍ଦେଶ୍ୟ ଲୋକଙ୍କ ସ୍ବାଧୀନତା ଫେରାଇ ଆଣିବା ।
ମସ୍କ ଭାରତୀୟ ବଂଶୋଦ୍ଭବ ବୈଭବ ତନେଜାଙ୍କୁ ପାର୍ଟିରେ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ବୈଭବ ତନେଜା ଟେସଲା କମ୍ପାନୀର ସିଏଫଓ ମଧ୍ୟ ଅଛନ୍ତି। ବୈଭବଙ୍କର ମସ୍କଙ୍କ ପାର୍ଟିରେ କୋଷାଧ୍ୟକ୍ଷ ପଦରେ ନିଯୁକ୍ତି ୪ ଜୁଲାଇରେ ଆମେରିକୀୟ ଫେଡେରାଲ ଇଲେକ୍ସନ କମିଶନ (ଏଫଇସି)ରେ ପଞ୍ଜୀକୃତ କରାଯାଇଛି। ବୈଭବ ୨୦୧୭ରେ ଟେସଲାରେ ଯୋଗଦେଇଥିଲେ ଏବଂ ୨୦୨୩ରେ ସିଏଫ୍ଓ ହୋଇଥିଲେ। କୋଷାଧ୍ୟକ୍ଷ ଭାବେ, ତନେଜା ପାର୍ଟିର ଆର୍ଥିକ ସ୍ୱଚ୍ଛତା, ଡୋନେସନ ପରିଚାଳନା ଓ ଆଇନଗତ ନୀତିନିୟମକୁ ତଦାରଖ କରିବେ।
ଆମେରିକାର ୨୪୯ତମ ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଟ୍ରମ୍ପ ବହୁଚର୍ଚ୍ଚିତ ‘ୱାନ ବିଗ ବ୍ୟୁଟିଫୁଲ’ ଆଇନ ଲାଗୁ କରିଛନ୍ତି। ‘ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍’ରେ ସ୍ୱାକ୍ଷର କରିବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଥିଲା। ଦୁହେଁ ଦୁଦିଁଙ୍କୁ କଟାକ୍ଷ କରିଥିଲେ। ଆମେରିକା ସରକାରଙ୍କର ଏହି ବିଲ୍‌କୁ ମଧ୍ୟ ମସ୍କ ଦୃଢ଼ ବିରୋଧ କରିଥିଲେ। ସମ୍ପର୍କରେ ତିକ୍ତତା ଆସିବାର ମାତ୍ର ଦୁଇ ଦିନ ପରେ ନୂଆ ଦଳ ଗଢ଼ିଲେ ଆଉ ନିଜର ଦବଦବା ଜାହିର କରିବାକୁ ଏପରି କରିଥିବା ରାଜନୀତି ବିଶେଷଜ୍ଞ ମତ ରଖିଛନ୍ତି।

Advertisment

ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ମସ୍କ

ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ମସ୍କ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୁରୁଣା ବନ୍ଧୁ ଏଲନ ମସ୍କଙ୍କୁ ଦେଶରୁ ବାହାର କରିଦେବେ ବୋଲି ଧମକ ଦେଇଥିବାବେଳେ ଅନ୍ୟପଟେ ମସ୍କ ନୂଆ ଦଳ ଗଠନ କରି ଟ୍ରମ୍ପଙ୍କ ପାଇଁ ବଡ଼ ଆଶଙ୍କା ତିଆରି କରିଛନ୍ତି। ମସ୍କ ନୂଆ ଦଳ ଘୋଷଣା କରିବା ପରେ ୨୦୨୮ ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରାର୍ଥୀ ହୋଇପାରନ୍ତି ବୋଲି ବିଭିନ୍ନ ଦିଗରୁ ଆଶା କରାଯାଉଛି। ଏ ନେଇ ପରୋକ୍ଷରେ ସାମାଜିକ ଗଣମାଧ୍ୟମରେ ଇସାରା ଦେଇଛନ୍ତି ଏଲନ। ସାମାଜିକ ଗଣମାଧ୍ୟମରେ ଏଲନଙ୍କୁ ତାଙ୍କ ଫ୍ୟାନ୍‌ ପଚାରିଥିଲେ ‘ମିଡ୍ ଟର୍ମ ବା ୨୦୨୮ ନିର୍ବାଚନ ପାଇଁ ଆପଣଙ୍କର ଯୋଜନା କ’ଣ ? ଏହାର ଉତ୍ତରରେ ଏଲନ କହିଛନ୍ତି- ଆଗାମୀ ମଧ୍ୟବର୍ତ୍ତୀ ନିର୍ବାଚନରେ ତାଙ୍କ ଦଳ ସକ୍ରିୟ ଭୂମିକା ଗ୍ରହଣ କରିବ। ତେଣୁ ତାଙ୍କର ଏଭଳି ଆଭାସରୁ ଆଗାମୀ ନିର୍ବାଚନରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ଅଧିକ ପଢ଼ନ୍ତୁ: ନୋବେଲ ଶାନ୍ତି ପୁରସ୍କାର ପାଇବେ କି ଟ୍ରମ୍ପ? ପାକିସ୍ତାନ ପରେ ସୁପାରିସ୍ କଲେ ନେତାନ୍ୟାହୁ

Advertisment
Donald Trump USA Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ