Advertisment

୩ ମାସରେ ସରିବ ନିର୍ବାଚନ, ନୂଆ PM ବାଛିବେ ବାଂଲାଦେଶୀ

ଅନ୍ତରୀଣ ସରକାରର ମୁଖିଆ ଭାବେ ଶପଥ ନେଲେ ୟୁନୁସ୍ । ହଟୁନି ଶେଖ୍ ହାସିନାଙ୍କ ଶରଣ ସସପେନ୍ସ ।

ଅଦ୍ୟତନ ହୋଇଛି
Muhammad Yunus Takes Oath As Bangladesh PM

Muhammad Yunus

Advertisment

ବାଂଲାଦେଶରେ ଆରମ୍ଭ ହେଲା ୟୁନୁସ୍ ସରକାର । ଅନ୍ତରୀଣ ସରକାରର ମୁଖିଆ ଭାବେ ଶପଥ ନେଲେ ମହମ୍ମଦ ୟୁନୁସ୍ । ଦେଶରେ ରାଜନୈତିକ ଅସ୍ଥିରତା ଭିତରେ ରାତି ୮ଟା ୫୦ ବେଳେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ୮୪ ବର୍ଷୀୟ ୟୁନୁସ୍ ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ଭାବେ ଶପଥ ନେଇଛନ୍ତି।

Advertisment

ଦେଶବାସୀଙ୍କୁ ଶାନ୍ତ ରହିବାକୁ ଏବଂ ନୂଆ ବାଂଲାଦେଶ ଗଠନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଛନ୍ତି ୟୁନୁସ। ନୂଆ ସରକାର ପାଇଁ ଏକ ୧୫ ଜଣିଆ ପରାମର୍ଶଦାତା ପରିଷଦ ମଧ୍ୟ ଗଠନ ହୋଇଛି। କୁହାଯାଉଛି, ଏହି ସରକାର ୩ ମାସ ପାଇଁ କାର୍ଯ୍ୟ କରିବ । ତାଭିତରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବ। 

ଏପଟେ ମହମ୍ମଦ ୟୁନୁସ୍ ଶପଥ ନେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଂଲାଦେଶରେ ଖୁବ୍ ଶୀଘ୍ର ସ୍ଥିତି ସ୍ବାଭାବିକ ହେବ ଏବଂ ହିନ୍ଦୁଙ୍କ ସମେତ ସମସ୍ତ ସଂଖ୍ୟାଲଘୁ ସମୁଦାୟର ସୁରକ୍ଷା ସୁନିଶ୍ଚିତ କରାଯିବ ବୋଲି ମୋଦି ଆଶା ପ୍ରକାଶ କରିଛନ୍ତି ।

Advertisment

ଅଧିକ ପଢନ୍ତୁ : କିଏ ଏହି ଛାତ୍ରନେତା, ଯିଏ ଶେଖ ହସିନାଙ୍କ ବିରୋଧରେ ନେଉଥିଲେ ଆନ୍ଦୋଳନର ନେତୃତ୍ୱ

ଗତକାଲି ସେ ଫ୍ରାନ୍ସରୁ ଢାକା ଫେରିଛନ୍ତି । ନୂଆ ସରକାର ପାଇଁ ଏକ ୧୫ ଜଣିଆ ପରାମର୍ଶଦାତା ପରିଷଦ ମଧ୍ୟ ଗଠନ କରାଯାଇଛି । ରାଷ୍ଟ୍ରପତି ଶାହାବୁଦ୍ଦିନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । କୁହାଯାଉଛି, ଏହି ସରକାର ୩ ମାସ ପାଇଁ କାର୍ଯ୍ୟ କରିବ ଏବଂ ସେ ଭିତରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ସଂପୂର୍ଣ୍ଣ କରିବ । ସେପଟେ ବାଂଲାଦେଶରେ ଏବେ ବି ରାଜନୈତିକ ହିଂସାକାଣ୍ଡ ଜାରି ରହିଛି । ଆୱାମୀ ଲିଗ୍ ନେତାଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ ହୋଇଛି ।

Advertisment

ଏପଟେ ଭାରତରେ ଆଉ କିଛି ଦିନ ରହିପାରନ୍ତି ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା । ତାଙ୍କ ପୁଅ ସଜିବ ୱାଜିଦ ଏହି ସୂଚନା ଦେଇଛନ୍ତି । ତେବେ ପରବର୍ତ୍ତୀ ସମୟରେ ସେ କୁଆଡେ ଯିବେ ତାହା ସ୍ପଷ୍ଟ ହୋଇନାହିଁ । 

ଅଧିକ ପଢନ୍ତୁ : ୟୁରୋପୀୟ ଦେଶରେ ଶରଣ ଖୋଜୁଛନ୍ତି ହସିନା, ଶରଣ ଦେବାକୁ ବ୍ରିଟେନ, ଆମେରିକା ଅମଙ୍ଗ

Bangladesh Sheikh Hasina
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ