Advertisment

ଇମ୍ରାନଙ୍କ ବିରୋଧରେ ଚୋରି ଅଭିଯୋଗ; ରାଜକୋଷରୁ ଉଠାଇ ନେଲେ ଦାମୀ ବନ୍ଧୁକ, ସୁନାଘଣ୍ଟା

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନାଁରେ ଚୋରୀ ଅଭିଯୋଗ। ଆଉ କେଉଁଠୁ ନୁହେଁ, ପାକ୍‌ ରାଜକୋଷରୁ ଚୋରି କରିଥିବା ତଥା ଏସବୁ ଜିନିଷକୁ ବଜାରରେ ବିକ୍ରୀ କରିଥିବା ନେଇ ଇମ୍ରାନଙ୍କ ବିରୋଧରେ ଅଭିଯୋଗ ଆସିଛି ।

ଅଦ୍ୟତନ ହୋଇଛି
Allegation Against Imran Khan

Allegation Against Imran Khan

Advertisment

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନାଁରେ ଚୋରୀ ଅଭିଯୋଗ। ଆଉ କେଉଁଠୁ ନୁହେଁ, ପାକ୍‌ ରାଜକୋଷରୁ ଚୋରି କରିଥିବା ତଥା ଏସବୁ ଜିନିଷକୁ ବଜାରରେ ବିକ୍ରୀ କରିଥିବା ନେଇ ଇମ୍ରାନଙ୍କ ବିରୋଧରେ ଅଭିଯୋଗ ଆସିଛି । ଏପରି ଅଭିଯୋଗର ଶୁଣାଣି କରି ନିର୍ବାଚନ କମିଶନ ଇମ୍ରାନଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ତାଙ୍କ ବିରୋଧରେ ଫୌଜଦାରୀ ମାମଲା ଲଗା ଯାଇ ପାରେ ବୋଲି ନିର୍ବାଚନ କମିଶନ ନିଜ ରାୟରେ କହିଛନ୍ତି। ବିଦେଶରୁ ମିଳିଥିବା ଉପହାର ନିଜ ପାଖେ ରଖିବା ଏବଂ ଏହାକୁ ବିକିବା ନେଇ ଇମ୍ରାନଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ଯଦି ଇମ୍ରାନ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଜେଲଦଣ୍ଡ ବି ମିଳିପାରେ। ଅନ୍ୟପକ୍ଷେ ଏପରି ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବ ବୋଲି ଇମ୍ରାନଙ୍କ ଦଳ ପାକିସ୍ତାନ ତହରିକ-ଏ-ଇନସାଫ ଘୋଷଣା କରିଛି। ଦଳର ବରିଷ୍ଠ ନେତା ନିର୍ବାଚନ କମିଶନ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ନିର୍ବାଚନ ଆୟୋଗର ଏପରି ନିଷ୍ପତି ଉପରେ ପ୍ରତିକ୍ରିୟା ରଖି ପିଏମଏଲ ଏନ ନେତା ମରିୟମ ନବାଜ କହିଛନ୍ତି, ଏହାପରେ ଇମ୍ରାନ ସ୍ୱୀକୃତିପ୍ରାପ୍ତ ଚୋର ବୋଲି ପ୍ରମାଣିତ ହୋଇଗଲେ।

Advertisment

ତେବେ ପ୍ରଶ୍ନ ଉଠୁଛି, କେଉଁ ବିଦେଶୀ ଉପହାର ସବୁ ଇମ୍ରାନ ଓ ତାଙ୍କ ପତ୍ନୀ ବୁଶ୍‌ରା ବିବି ଟ୍ରେଜେରୀକୁ ନ ଦେଇ ନିଜ ପାଖରେ ରଖିଛନ୍ତି ? ଇମ୍ରାନ ଖାନ୍‌ ଦେଶକୁ ନୂଆ ପାକିସ୍ତାନର ପରିଚୟ ଦେବେ ବୋଲି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। ହେଲେ ଅଧିକାଂଶ ସମୟ ଦେଶର ଉନ୍ନତି ପରିବର୍ତ୍ତେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଶାହବାଜ ଶରୀଫ ଏବଂ ଆସିଫ ଅଲି ଜରଦାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ କଟାଇଦେଲେ। ଏବେ କାର୍ଯ୍ୟକାଳ ସମୟରେ ବିଦେଶୀ ଉପହାର ହେରାଫେରି କରିଥିବା ଅଭିଯୋଗ ଆସିଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ କହିଛନ୍ତି, ଇମ୍ରନା ତାଙ୍କ କାର୍ଯ୍ୟକାଳ ସମୟରେ ଅନେକ ଭ୍ରଷ୍ଟାଚାର କରିଛନ୍ତି। ସେ ଅଭିଯୋଗ ଆଣିଛନ୍ତି, ଇମ୍ରାନ ଖାନ ବିଦେଶରୁ ମିଳିଥିବା ଉପହାରକୁ ବିକ୍ରି କରି ଟଙ୍କା ନେଇଛନ୍ତି। ଇମ୍ରାନ ଓ ତାଙ୍କ ପତ୍ନୀ ବୁଶ୍‌ରା ଖାନ୍‌ କୋଷାଗାରରୁ ୧୪.୨ କୋଟି ଟଙ୍କାର ୧୧୨ଟି ଉପହାରକୁ ମାତ୍ର ୪ କୋଟି ଦେଇ ହଡପ କରିଛନ୍ତି। ଏହି ଉପହାର ମଧ୍ୟରେ ରହିଛି, ବିଭିନ୍ନ ଦେଶରୁ ଇମ୍ରାନଙ୍କୁ ମିଳିଥିବା ରୋଲେକ୍ସର ୭ଟି ଘଣ୍ଟା, ଅନ୍ୟ ୨ଟି ଦାମୀ ଘଣ୍ଟା, ସୁନା ଏବଂ ହୀରା ଗହଣା, ଦାମୀ ପେନ, ସୁନାର ମୁଦି, ଲକ୍ଷାଧିକ ଟଙ୍କାର ଡିନର ସେଟ ଇତ୍ୟାଦି।

Advertisment

ଏସବୁ ଭିତରେ ସବୁଠାର ମହଙ୍ଗା ଥିଲା ରୋଲେକ୍ସର ଏକ ଗୋଲଡେନ ଘଡି। ପାକିସ୍ତାନ ସରକାର ଏହାର ଦାମ ୮ କୋଟି ୫୦ ଲକ୍ଷ ବୋଲି ଆକଳନ କରିଛି। ଏହି ଘଡିକୁ ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ଅଲ ସଉଦ ୨୦୧୮ ସେପ୍ଟେମ୍ବର ୧୮ ତାରିଖ ଦିନ ଇମ୍ରାନଙ୍କୁ ଉପହାର ଆକାରରେ ଦେଇଥିଲେ। ହେଲେ ଏହି ଘଡିକୁ ନେବାପାଇଁ ଇମ୍ରାନ ପାକିସ୍ତାନ ରାଜକୋଷରେ ମାତ୍ର ୧ କୋଟି ୭୦ ଲକ୍ଷ ଜମା କରିଥିଲେ। ଏହି ଘଡି ପାକିସ୍ତାନରେ କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ମିଳିଥିବା ସବୁଠାରୁ ଦାମୀ ବିଦେଶୀ ଉପହାର।

 ସାଉଦି ଆରବ ପ୍ରିନ୍ସ ଇମ୍ରାନଙ୍କୁ ଗୋଲ୍‌ଡ ପ୍ଲଟେଡ କ୍ଲାଶ୍ନିକୋବ ରାଇଫଲ (ଏକେ-୪୭)ମଧ୍ୟ ଉପହାରରେ ଦେଇଥିଲେ। ଏହି ଏକେ-୪୭କୁ ୨୦୧୯ରେ ପାକସ୍ଥାନ ଗସ୍ତରେ ଆସିଥିବା ସାଉଦୀ ଆରବ ପ୍ରିନ୍ସ ଫହଦ ବିନ୍‌ ସୁଲ୍‌ତାନ ଇମ୍ରାନଙ୍କୁ ଦେଇଥିଲେ। ହେଲେ କୋଷାଗାରରେ ଏହି ରାଇଫଲର ଏଣ୍ଟ୍ରି ନାହିଁ। ତେବେ ଏହି ରାଇଫଲର ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇ ସାରିଛି। ଇମ୍ରାନ ଏ ସମନ୍ଧରେ ତଥ୍ୟ ଟାକ୍ସ ଅଧିକାରୀଙ୍କୁ ଲୁଚାଇଥିଲେ। ସେହିପରି ସୁନା ଘଣ୍ଟା ତଥ୍ୟ ମଧ୍ୟ ୩ ବର୍ଷ ଯାଏ ଲୁଚାଇଥିଲେ।

Advertisment

ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ନିଜ ଉପହାର ନେବା କ’ଣ ଅପରାଧ ? ଏଥିପାଇଁ କ’ଣ ଇମ୍ରାନଙ୍କୁ ଚୋର ବୋଲି କୁହାଯାଇ ପାରିବ ? ପାକିସ୍ତାନର ନିୟମ ଅନୁଯାୟୀ, ରାଷ୍ଟ୍ରାଧ୍ୟକ୍ଷ ବା ନେତା ବା ପ୍ରଶାସନିକ ପଦବୀରେ ଥିବା ବରିଷ୍ଠ ଅଧିକାରୀ ଦଶ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଉପହାର ନିଜ ପାଖରେ ରଖି ପାରିବେ ନାହିଁ। ପାକିସ୍ତାନର ସରକାରୀ ଗିଫ୍ଟ ଡିପୋଜିଟାରୀ ନିୟମ ଅନୁସାରେ, ବିଦେଶାରୀ ଉପହାରକୁ ରାଜକୋଷରେ ଜମା କରାଯିବ। ପରେ ଏସବୁ ଉପହାରର ନିଲାମ ଡକାଯିବ। ଯଦି କେହି ରାଷ୍ଟ୍ରମୁଖ୍ୟ ଏହାକୁ ନିଜ ପାଖରେ ରଖିବାକୁ ଚାହିଁବେ ତେବେ ତାହାର ମୂଲ୍ୟ ରାଜକୋଷକୁ ଦେଇ ନେଇପାରିବେ। କିନ୍ତୁ ଏହି ନିୟମର ଫାଇଦା ଉଠାଇ କମ୍‌ ପଇସା ଦେଇ ଅଧିକ ମୂଲ୍ୟର ଉପହାର ନେଇ ଯାଇଥିଲେ।

Imran Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ