Advertisment

ଶ୍ରୀଲଙ୍କାରେ ଉତ୍କଟ ଅର୍ଥନୈତିକ ଓ ରାଜନୈତିକ ସଂକଟ : ଚରମସୀମାରେ ସରକାର ବିରୋଧୀ ଜନଆନ୍ଦୋଳନ

ଆନ୍ଦୋଳନକାରୀଙ୍କୁ ଦମନ ଲାଗି ପୋଲିସ ଓ ସେନାର ସହାୟତା ନେଇଥିଲେ ରାଷ୍ଟ୍ରପତି ରାଜପକ୍ସା । ଦେଶରେ ଜରୁରୀ ପରିସ୍ଥିତି ପରେ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଥିଲେ ରାଷ୍ଟ୍ରପତି।

author-image
Prangyan Parimita
Sri Lanka Economic Crisis

Sri Lanka Economic Crisis

ସଂକଟରେ ପଡ଼ୋଶୀ ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କା । ପ୍ରଥମେ ଅର୍ଥନୈତିକ ସଂକଟ, ଆଉ ଏବେ ସେଥିଜନିତ ରାଜନୈତିକ ସଂକଟ । ଶ୍ରୀଲଙ୍କାରେ ଚରମସୀମାରେ ସରକାର ବିରୋଧୀ ଜନଆନ୍ଦୋଳନ । ଚାରିଆଡ଼ୁ ଚାପ ବଢ଼ିବା ପରେ ନିଜର ରଣନୀତି ବଦଳାଇଛନ୍ତି ଶ୍ରୀଲଙ୍କା ସରକାର । କର୍ଫ୍ୟୁ ହଟାଇବା ସହ ସରକାରରେ ସାମିଲ ହେବାକୁ ବିରୋଧୀଙ୍କୁ ଆହ୍ୱାନ ଦେଇଛନ୍ତି ।

Advertisment

ଆର୍ଥିକ ସଂକଟରୁ ଜନଅସନ୍ତୋଷ... ଜନ ଅସନ୍ତୋଷରୁ ବଡ଼ ଧରଣର ରାଜନୈତିକ ହଲଚଲ। ସ୍ୱର୍ଣ୍ଣର ଲଙ୍କାର ସ୍ଥିତି ସଂଗୀନ । କେବଳ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଛାଡ଼ି ଶ୍ରୀଲଙ୍କା ମନ୍ତ୍ରୀମଣ୍ଡଳର ୨୬ ଜଣ ଯାକ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ, ନିଜ ଗାଦିକୁ ସୁରକ୍ଷିତ ରଖିବା ଲାଗି ଗୋଟି ଚାଳନା କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା । ସବୁ ବିରୋଧୀ ରାଜନୈତିକ ଦଳଙ୍କୁ କ୍ୟାବିନେଟରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ସରକାରରେ ସାମିଲ ହୋଇ ସମସ୍ତେ ଏକାଠି ସମସ୍ୟା ମୁକାବିଲା କରିବା ଏବଂ ସାମାଧାନର ଉପାୟ ବାହାର କରିବା ଜରୁରୀ ହୋଇପଡ଼ିଛି ବୋଲି କହିଛନ୍ତି ରାଷ୍ଟ୍ରପତି ରାଜପକ୍ସା । 

ପ୍ରବଳ ବିରୋଧ ଏବଂ ଚାରିଆଡ଼ୁ ଚାପ ପରେ ଶ୍ରୀଲଙ୍କା ମନ୍ତ୍ରିମଣ୍ଡଳରୁ ସମୂହ ଇସ୍ତଫା ଦେଇଥିଲେ ସମସ୍ତ ୨୬ ମନ୍ତ୍ରୀ । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ନିଜ ଭାଇ ବାସିଲ ରାଜପକ୍ସାଙ୍କୁ ଅର୍ଥମନ୍ତ୍ରୀ ପଦରୁ ହଟାଇ ତାଙ୍କ ସ୍ଥାନରେ ଅଲି ସାବ୍ରିଙ୍କୁ ନୂଆ ଅର୍ଥମନ୍ତ୍ରୀ କରିଛନ୍ତି । ସେପଟେ ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କ୍ ଗଭର୍ଣ୍ଣର୍ ଅଜିତ ନିଭାର୍ଡ କାବ୍ରାଲ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କ୍ୟାବିନେଟରୁ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫାକୁ ଦେଖି ସେ ଇସ୍ତଫା ଦେଇଥିବା ଟ୍ୱିଟ୍ କରିଛନ୍ତି । ସେପଟେ ଶ୍ରୀଲଙ୍କାରେ ଜନଆନ୍ଦୋଳନ ଏବେବି ଜାରି ରହିଥିବା ବେଳେ, କର୍ଫ୍ୟୁ ଓ ସୋସିଆଲ୍ ମିଡିଆ ଉପରେ ଲାଗିଥିବା କଟକଣା ହଟିଛି । ସ୍କୁଲ କଲେଜ ବି ଖୋଲିଥିବା ସୂଚନା ମିଳିଛି । ଗତକାଲି କର୍ଫ୍ୟୁ ସତ୍ତ୍ୱେ ବହୁ ଲୋକ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା 

Advertisment

ଆନ୍ଦୋଳନକାରୀଙ୍କୁ ଦମନ ଲାଗି ପୋଲିସ ଓ ସେନାର ସହାୟତା ନେଇଥିଲେ ରାଷ୍ଟ୍ରପତି ରାଜପକ୍ସା । ଦେଶରେ ଜରୁରୀ ପରିସ୍ଥିତି ପରେ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଥିଲେ ରାଷ୍ଟ୍ରପତି। ରାଜପକ୍ସା କ୍ଷମତାରୁ ହଟିଯିବା ଲାଗି ସୋସିଆଲ ମିଡିଆରେ କ୍ୟାମ୍ପେନ ଚାଲିବା ପରେ ଶ୍ରୀଲଙ୍କା ସରକାର ସମସ୍ତ ସୋସିଆଲ ମିଡିଆ ଉପରେ କଟକଣା ଲଗାଇଥିଲେ। ଏହା ସତ୍ତ୍ୱେ ଆନ୍ଦୋଳନ ଥମୁନଥିବାରୁ ସରକାରର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବା କୁହାଯାଉଛି । 

ଅନ୍ୟପଟେ ସରକାର ବିରୋଧୀ ଆନ୍ଦୋଳନରେ ବିରୋଧୀ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସରକାର ଲୋକଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରୁଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ସାଜିଦ ପ୍ରେମଦାସ। ଲୋକଙ୍କ ବଞ୍ଚିବାର ଅଧିକାର ରକ୍ଷା କରିବା ଏବଂ ଆର୍ଥିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ, ନାଗରିକ ଓ ଅନ୍ୟ ସମସ୍ତ ଅଧିକାରର ସୁରକ୍ଷା ପାଇଁ ଆମେ ଅଛୁ ବୋଲି ସେ କହିଛନ୍ତି  

ସେହିପରି ଶ୍ରୀଲଙ୍କାବାସୀଙ୍କ ଅସନ୍ତୋଷର ମୂଳ କାରଣ ଖାତ୍ୟ ସାମଗ୍ରୀର ଆକାଶଛୁଆଁ ଦର । ଦୋକାନରୁ ଖାଲି ହାତରେ ଫେରିବାକୁ ବାଧ୍ୟ ହେଉଛନ୍ତି ଖାଉଟି । ହୁଏତ ଦୋକାନରେ ସାମଗ୍ରୀ ନାହିଁ, ନଚେତ୍ ନିଜ ପକେଟରେ ଟଙ୍କା ନାହିଁ ।  ଶ୍ରୀଲଙ୍କାରେ ଏବେ ଚାଉଳ କେଜି ୨୨୦ ଟଙ୍କା ଥିବା ବେଳେ, ଗହମ କିଲୋ ପିଛା ଦର ରହିଛି ୧୯୦ ଟଙ୍କା । ୨୪୦ ଟଙ୍କାରେ କେଜିଏ ଚିନି, ଗୁଣ୍ଡ କ୍ଷୀର ଦାମ୍ ତ ହୋସ୍ ଉଡ଼ାଇଦେବ ।

ଗୁଣ୍ଡ କ୍ଷୀର ବା ମିଲ୍କ ପାଉଡର୍ କିଲୋ ପ୍ରତି ଦର ରହିଛି ୧୯ଶହ ଟଙ୍କା । ୭୯୦ ଟଙ୍କାରେ ବିକ୍ରି ହେଉଛି ୪୦୦ ଗ୍ରାମ୍ ଓଜନର ମିଲ୍କ ପାଉଡର୍ ପ୍ଯାକେଟ୍ । ଅନ୍ୟତମ ଆବଶ୍ୟକ ଖାଉଟି ସାମଗ୍ରୀ ଭିତରେ ନଡ଼ିଆ ଦେଲ ଦର ଲିଟର ପିଛା ୮୫୦ ଟଙ୍କା ରହିଛି । କଲମ୍ବୋରେ ଅଣ୍ଡା ଗୋଟା ୩୦ ଟଙ୍କା । ଗତ କିଛି ସପ୍ତାହ ଭିତରେ ପରିବା ଦର ଦୁଇ ଗୁଣା ବଢ଼ିଛି । ଔଷଧ ଓ ଗୁଣ୍ଡକ୍ଷୀରର ଅଭାବ ଦେଖାଦେଇଛି ।.

Srilanka Economic Crisis
Advertisment
Advertisment