ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପ; ଜାରି ହେଲା ସୁନାମୀ ଆଲର୍ଟ

ସମୁଦ୍ର ଭିତରେ ଭୂକମ୍ପ ହୋଇଥବାରୁ ଏବେ ଏହାକୁ ନେଇ ସୁନାମୀ ଆଲର୍ଟ ଜାରି ହୋଇଛି ।

Earthquake

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡର ଉତ୍ତର ପଟେ ଥିବା କେର୍ମାଡେକ୍ ଦ୍ୱୀପରେ ଭୂକମ୍ପ ଝଟକା ଅନୂଭତ ହୋଇଛି । ୭.୧ ତ୍ରୀବତାରେ ଭୂମିକମ୍ପ ହୋଇଥିବା ୟୁନାଇଟେଡ୍ ଷ୍ଟେଟ୍ ଜିଓଲୋଜିକାଲ୍ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି । ସମୁଦ୍ର ଭିତରେ ଭୂକମ୍ପ ହୋଇଥବାରୁ ଏବେ ଏହାକୁ ନେଇ ସୁନାମୀ ଆଲର୍ଟ ଜାରି ହୋଇଛି । ୧୦ କିଲୋମିଟର ସମୁଦ୍ର ଗଭୀର ଭିତରେ ଆସିଥିବା ଏହି ଭୂମିକମ୍ପ ଯୋଗୁଁ ୩୦୦ କିଲୋମିଟର ଭିତରେ ସୁନାମୀ ସତର୍କ ସୂଚନା ଜାରି  କରାଯାଇଛି ।

ପୂର୍ବରୁ ତୁର୍କୀ ଓ ସିରିୟାରେ ଫେବ୍ରୁଆରୀ ୬ ରେ ଭୟଙ୍କର ଭୂକମ୍ପ ହୋଇଥିଲା। ପ୍ରଳୟଙ୍କାରୀ ଭୂକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିୟା । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିଛି ।