Earthquake death toll tops 33,000, Turkey
ପ୍ରଳୟଙ୍କାରୀ ଭୂକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିୟା। ମୃତ୍ୟୁ ସଂଖ୍ୟା ୩୩ ହଜାର ଟପିଛି। କେବଳ ତୁର୍କୀରେ ୩୦ ହଜାର ଉପରେ ମୃତ୍ୟୁ ସଂଖ୍ୟା। ତେବେ ଜାତିସଂଘ ଆକଳନ କରିଛି ଯେ, ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିପାରେ। ଏବେବି ହଜାର ହଜାର ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏହାରି ଭିତରେ ଦୁର୍ବିସହ ହୋଇ ପଡିଛି ବିପନ୍ନଙ୍କ ଜୀବନ।
ଅଧିକ ପଢ଼ନ୍ତୁ: ତୁର୍କୀରେ ତାଣ୍ଡବ ରଚିଛି ଭୂମିକମ୍ପ; ଜୀବନ ବଞ୍ଚାଉଛି ଭାରତ
ଶୀତ କାକରରେ ଖୋଲା ଆକାଶ ତଳେ ପଡି ରହିଛନ୍ତି ଲକ୍ଷାଧିକ ଲୋକ। ଥଇଥାନ ଓ ପୁନରୁଦ୍ଧାର ପାଇଁ ସହାୟତାର ହାତ ବଢାଇଛିି ବିଶ୍ୱ ବ୍ୟାଙ୍କ୍। ଭୂକମ୍ପ ପୀଡିତଙ୍କ ପାଇଁ ଜରୁରୀକାଳୀନ ଭିସା ଦେବାକୁ ଘୋଷଣା କରିଛି ଜର୍ମାନୀ। ଆମେରିକା ସମେତ ୫୦ରୁ ଅଧିକ ଦେଶ ସହାୟତା ପାଇଁ ଆଗେଇ ଆସିଛନ୍ତି।
ଅପରେସନ୍ ‘ଦୋସ୍ତ’ ଜରିଆରେ ଭାରତ ମଧ୍ୟ ସହାୟତା ଜାରି ରଖିଛି। ତୁର୍କୀରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫର ୨ଶହ ଜଣିଆ ଟିମ୍। ସେପଟେ ୨୩ ଟନର ରିଲିଫ୍ ସାମଗ୍ରୀ ନେଇ ତୁର୍କୀରେ ପହଞ୍ଚିଛି ଭାରତର ଅପରେସନ ‘ଦୋସ୍ତ’ର ସପ୍ତମ ବିମାନ। ଜେନ୍ ସେଟ୍, ସୋଲାର ଲ୍ୟାମ୍ପ ସହ ଜରୁରୀ ମେଡିକାଲ ସାମଗ୍ରୀ ନେଇ ଏହି ବିମାନ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1676256872.jpg)