Advertisment

Trump to End Income Tax: ଆଉ ଆୟକର ଦେବେନି ଆମେରିକୀୟ; ବିଦେଶୀ ଛାନିଆଁ

ଟ୍ରମ୍ପ କହିଛନ୍ତି, “ଆମକୁ ସେହି ବ୍ୟବସ୍ଥାକୁ ଫେରିବାକୁ ପଡିବ ଯାହା ଆମେରିକାକୁ ପୂର୍ବ ଅପେକ୍ଷା ଅଧିକ ଧନୀ ଏବଂ ଶକ୍ତିଶାଳୀ କରିଥିଲା। ବିଦେଶୀ ରାଷ୍ଟ୍ରଗୁଡ଼ିକୁ ସମୃଦ୍ଧ କରିବା ପାଇଁ ଆମେରିକୀୟ ନାଗରିକମାନଙ୍କ ଉପରେ ଟିକସ ଲଗାଇବା ପରିବର୍ତ୍ତେ, ସେମାନଙ୍କୁ ଲାଭ ଦେବା ପାଇଁ ଆମେ ବିଦେଶୀ ରାଷ୍ଟ୍ରଗୁଡ଼ିକ ଉପରେ ଶୁଳ୍କ ଲଗାଇବା ଉଚିତ।

ଅଦ୍ୟତନ ହୋଇଛି
Income Tax

Income Tax

Advertisment

ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଏବେ ଆକ୍ସନ ମୋଡ୍‌ରେ ଡୋନାଲ୍ଡ ଟ୍ରମ୍ପ। ଗାଦି ସମ୍ଭାଳିବା ପରଠାରୁ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ନିକଟରେ ଜନ୍ମ ଆଧାରରେ ନାଗରିକତା ପ୍ରଦାନ କରିବାର ଅଧିକାର ଉଚ୍ଛେଦ ନେଇ ତାଙ୍କ ବିରୋଧରେ ଅନେକ ରାଜ୍ୟ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ଏବେ ଅନ୍ୟ ଏକ କାରଣ ପାଇଁ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ରକୃତରେ ଟ୍ରମ୍ପ ଆମେରିକାକୁ ଆହୁରି ସମୃଦ୍ଧ କରିବାକୁ ଚାହୁଁଥିବା କହୁଥିବା ବେଳେ ଏବେ ଆୟକର ଉଚ୍ଛେଦ ପ୍ରସ୍ତାବ ଦେଇଛନ୍ତି। ଏପରି ହେଲେ ଆମେରିକୀୟ ନାଗରିକଙ୍କୁ ଆଉ ଟ୍ୟାକ୍ସ ଦେବାକୁ ପଡିବନି। 

Advertisment

ରାଷ୍ଟ୍ରପତି ଟ୍ରମ୍ପ ପ୍ରତିଦିନ କିଛି ନା କିଛି ନୂଆ ଆଦେଶ ଜାରି କରୁଛନ୍ତି। ଏବେ ସେ ଦେଶରେ ଆୟକର ବା ଇନକମ୍‌ ଟ୍ୟାକ୍ସ ଉଚ୍ଛେଦ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ନାଗରିକଙ୍କ ପାଇଁ ଆୟକର ଉଚ୍ଛେଦ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାର ଲକ୍ଷ୍ୟ ହେଉଛି ନାଗରିକଙ୍କ ଆୟ ବୃଦ୍ଧି କରିବା। ଟ୍ରମ୍ପ ଯୁକ୍ତି ବାଢିଛନ୍ତି ଆୟକର ଉଚ୍ଛେଦ କରିବା ଏବଂ ଆମଦାନୀ ଶୁଳ୍କ ବୃଦ୍ଧି କରିବା ଫଳରେ ରାଜସ୍ୱର ବିକଳ୍ପ ଉତ୍ସ ମିଳିବ। ଯାହା ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ ଆମେରିକୀୟ ନାଗରିକମାନେ ଅଧିକ ଆର୍ଥିକ ଲାଭ ପାଇବେ। ନାଗରିକଙ୍କ ଆର୍ଥିକ ଅବସ୍ଥା ଉନ୍ନତ କରିବା ପାଇଁ ସେ ଏପରି କରିବାକୁ ଯୋଜନା କରୁଥିବା କହିଛନ୍ତି। ମାତ୍ର ଏଯାଏ ଆୟକର ଉଚ୍ଛେଦ ନେଇ କୌଣସି ସରକାରୀ ନିର୍ଦ୍ଦେଶ ଜାରି ହୋଇନାହିଁ।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, 'ଆମେରିକା ଖୁବ୍ ଶୀଘ୍ର ଅଧିକ ଧନୀ ହେବାକୁ ଯାଉଛି। ୧୯୧୩ ପୂର୍ବରୁ ଆମେରିକାରେ କୌଣସି ଆୟକର ନଥିଲା ଏବଂ ସେତେବେଳର ଶୁଳ୍କ ବ୍ୟବସ୍ଥା ଆମକୁ ସମୃଦ୍ଧ କରିଥିଲା। ଟ୍ରମ୍ପ ଦାବି କରିଛନ୍ତି, ଆମେରିକା ୧୮୭୦-୧୯୧୩ ମଧ୍ୟରେ ସବୁଠାରୁ ‌ଅଧିକ ସମୃଦ୍ଧ ଥିଲା। କେବଳ ଏତିକି ନୁହେଁ, ଡୋନାଲ୍ଡ ଟ୍ରମ୍ପ ୧୮୮୭ ମସିହାର ଗ୍ରେଟ୍ ଟାରିଫ୍ ଆୟୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ସେହି ସମୟରେ ଆମେରିକା ଏତେ ଧନୀ ଥିଲା ଯେ ଏହି ଟଙ୍କାକୁ କିପରି ବ୍ୟବହାର କରାଯିବ ତାହା ନିଷ୍ପତ୍ତି ନେବା ପାଇଁ ସରକାରଙ୍କୁ ଏକ କମିଶନ ଗଠନ କରିବାକୁ ପଡିଲା।

Advertisment

ଅଧିକ ପଢ଼ନ୍ତୁ: ଧୂଳିସାତ୍ ହୋଇଯିବ 'ଆମେରିକାନ୍ ଡ୍ରିମ୍' !, ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ଚିନ୍ତାରେ ଭାରତୀୟ

ଟ୍ରମ୍ପ କହିଛନ୍ତି, “ଆମକୁ ସେହି ବ୍ୟବସ୍ଥାକୁ ଫେରିବାକୁ ପଡିବ ଯାହା ଆମେରିକାକୁ ପୂର୍ବ ଅପେକ୍ଷା ଅଧିକ ଧନୀ ଏବଂ ଶକ୍ତିଶାଳୀ କରିଥିଲା। ବିଦେଶୀ ରାଷ୍ଟ୍ରଗୁଡ଼ିକୁ ସମୃଦ୍ଧ କରିବା ପାଇଁ ଆମେରିକୀୟ ନାଗରିକମାନଙ୍କ ଉପରେ ଟିକସ ଲଗାଇବା ପରିବର୍ତ୍ତେ, ସେମାନଙ୍କୁ ଲାଭ ଦେବା ପାଇଁ ଆମେ ବିଦେଶୀ ରାଷ୍ଟ୍ରଗୁଡ଼ିକ ଉପରେ ଶୁଳ୍କ ଲଗାଇବା ଉଚିତ। କେବଳ ଏତିକି ନୁହେଁ, ସେ ଏହା ମଧ୍ୟ କହିଛନ୍ତି ଯେ ବିଦେଶୀ ଉତ୍ପାଦ ଉପରେ ଶୁଳ୍କ ଲଗାଇ ଆମେରିକାକୁ ନିଜର ଆର୍ଥିକ ସ୍ଥିତିକୁ ମଜବୁତ କରିବାକୁ ପଡିବ।”

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆୟକର ଉଚ୍ଛେଦ ଏବଂ ବିଦେଶୀ ସାମଗ୍ରୀ ଉପରେ ଟିକସ ଲଗାଇବା ବିଷୟ ନେଇ ଅର୍ଥନୀତିଜ୍ଞମାନେ ଚେତାବନୀ ଦେଇଛନ୍ତି। ସେମାନଙ୍କ ମତରେ ଏ କାମ ଏତେ ସହଜ ନୁହେଁ ଏବଂ ଏହା ଏତେ ଲାଭଦାୟକ ପ୍ରମାଣିତ ହେବ ନାହିଁ। ଟ୍ରମ୍ପଙ୍କ ଶୁଳ୍କ ଏବଂ ଟିକସ ହ୍ରାସ ଯୋଜନା ନୂତନ ମୁଦ୍ରାସ୍ଫୀତି ଚାପ ସୃଷ୍ଟି କରିପାରେ ଏବଂ ସୁଧ ହାର ବୃଦ୍ଧି କରିପାରେ। ବିଦେଶୀ ବିକ୍ରେତାଙ୍କଠାରୁ କିଣାଯାଇଥିବା ସାମଗ୍ରୀର ମୂଲ୍ୟର ଏକ ଅଂଶ ହେଉଛି ଶୁଳ୍କ ବା ଟ୍ୟାକ୍ସ। ଆମେରିକାରେ, ଏହି ଟିକସ ଦେଶର ୩୨୮ଟି ବନ୍ଦରରେ କଷ୍ଟମ୍ସ ଏବଂ ସୀମା ସୁରକ୍ଷା ଏଜେଣ୍ଟମାନଙ୍କ ଦ୍ୱାରା ସଂଗ୍ରହ କରାଯାଏ।

ଅଧିକ ପଢ଼ନ୍ତୁ: ସହାୟତା ରାଶି ବନ୍ଦ କଲା ଆମେରିକା, ବିପଦରେ ୬୫ ଲକ୍ଷ ଶିଶୁଙ୍କ ଭବିଷ୍ୟତ

Donald Trump Income Tax
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ