Advertisment

ମୁଁ ପୁଟିନ୍‌ଙ୍କୁ ଭଲ ଭାବେ ଜାଣିଛି: ଟ୍ରମ୍ପ

ୟୁକ୍ରେନ୍ ସଙ୍କଟ ମଧ୍ୟରେ ଆମେରିକା, ବ୍ରିଟେନ, ୟୁରୋପୀୟ ରାଷ୍ଟ୍ର, ସଂଘ, ଜର୍ମାନୀ ଓ କାନାଡା ଭଳି ଦେଶ ଏକାଠି ହୋଇଛନ୍ତି।

Former president Donald Trump

Former president Donald Trump

Advertisment

ୱାଶିଂଟନ୍‌: ମୁଁ ପୁଟିନ୍‌ଙ୍କୁ ଭଲ ଭାବେ ଜାଣିଛି। ଏକଥା କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମୋ ଶାସନରେ ୟୁକ୍ରେନ୍‌ରେ ଏଭଳି ସ୍ଥିତି ଉପୁଜିନଥାନ୍ତା ବୋଲି କହିଛନ୍ତି ଟ୍ରମ୍ପ।  ବହୁ ଦିନର ନିରବତା ଭାଙ୍ଗିଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୟୁକ୍ରେନ୍‌ ସ୍ଥିତିକୁ ନେଇ ସେ କହିଛନ୍ତି ଯେ, ଯଦି ଏହାକୁ ସଠିକ୍‌ ଭାବେ ସମାଧାନ କରାଯାଇଥାନ୍ତା, ତେବେ ଆଜି ୟୁକ୍ରେନ୍‌କୁ ଏଭଳି ପରିସ୍ଥିତି ସାମ୍ନା କରିବାର କୌଣସି କାରଣ ନଥିଲା। ମୁଁ ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଭଲ ଭାବେ ଜାଣିଛି। ଟ୍ରମ୍ପଙ୍କ ଶାସନ ବେଳେ ସେ ଏଭଳି ପଦକ୍ଷେପ ନେଇନଥାନ୍ତେ। କେବେବି ନୁହେଁ। 

Advertisment

ତେବେ ପୁଟିନ୍‌ ୟୁକ୍ରେନ୍‌ରେ ସେନା ମୁତୟନ କରିବା ପରେ ରୁଷିଆ ଏବେ ଆନ୍ତର୍ଜାତୀୟ ସମୁହ ବିରୋଧର ସମ୍ମୁଖୀନ ହେଉଛି। ୟୁକ୍ରେନ୍‌ ସୀମାରେ ହଜାର ହଜାର ସୈନିକ ମୁତୟନ କରିବା ପରେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି।  ୟୁକ୍ରେନ୍ ସଙ୍କଟ ମଧ୍ୟରେ ଆମେରିକା, ବ୍ରିଟେନ, ୟୁରୋପୀୟ ରାଷ୍ଟ୍ର, ସଂଘ, ଜର୍ମାନୀ ଓ କାନାଡା ଭଳି ଦେଶ ଏକାଠି ହୋଇଛନ୍ତି। ୟୁକ୍ରେନ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଥିବାରୁ ଏହି ଦେଶଗୁଡ଼ିକ ରୁଷ ଉପରେ ବଡ଼ଧରଣର ଆର୍ଥିକ କଟକଣା ଲାଗୁ କରିଛନ୍ତି।

ହ୍ୱାଇଟ ହାଉସରୁ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ବାଇଡେନ କହିଛନ୍ତି, “ପୁଟିନ କାଲି ରାତିରେ ୟୁକ୍ରେନର ଦୁଇଟି ଅଞ୍ଚଳକୁ ସେନା ପଠାଇ ଏହାକୁ ଅଧିଗ୍ରହଣ କରିନେଇଛନ୍ତି। ଏହା ଆଦୌ ଗ୍ରହଣନୀୟ ନୁହେଁ। ଏଥିପାଇଁ ରୁଷ ଉପରେ ଆର୍ଥିକ କଟକଣା ଲଗା ଯାଉଛି। ପଶ୍ଚିମ ଦେଶଗୁଡ଼ିକ ପକ୍ଷରୁ ରୁଷକୁ ମିଳୁଥିବା ଆର୍ଥିକ ସହାୟତା ଏବେ ବନ୍ଦ କରିଦିଆଯିବ। ଆମେରିକା ସମେତ ପଶ୍ଚିମ ଦେଶଗୁଡ଼ିକ ସହ ରୁଷ ଆଉ କୌଣସି ବ୍ୟବସାୟ କରିବ ନାହିଁ। ୟୁରୋପ ଦେଶଗୁଡ଼ିକ ସହ ମଧ୍ୟ ରୁଷକୁ ସହାୟତା କରିବେ ନାହିଁ କିମ୍ବା ବ୍ୟବସାୟ କରିବେ ନାହିଁ। ରୁଷର ବ୍ୟାଙ୍କ ଓ ସେଠାକାର ଧନୀ ଲୋକଙ୍କ ଉପରେ ମଧ୍ୟ କଟକଣା ଲାଗିବ।

Advertisment

ରଷିଆ-ୟୁକ୍ରେନ୍‌ ବିବାଦ ଜଟିଳ ହେଉଥିବା ବେଳେ ଟ୍ରମ୍ପ କିନ୍ତୁ କହିଛନ୍ତି, ବର୍ତ୍ତମାନ ଆରମ୍ଭ ହୋଇଯାଇଛି। ତୈଳ ଦର ଅହେତୁକ ବୃଦ୍ଧି ପାଇବ। ପୁଟିନ୍‌ଙ୍କୁ ସେଇଆ ମିଳୁଛି, ଯାହା ସେ ସବୁବେଳେ ଯାହା ଚାହୁଁଥିଲେ। ଏବେ ତୈଳ ଓ ଗ୍ୟାସ ଦର ବଢିବା ଯୋଗୁଁ ସେ ଧନୀରୁ ଧନୀଶାଳୀ ହୋଇଚାଲିଛନ୍ତି। 

Russia America Trump Ukraine Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ