Advertisment

Trump on Future Discussions with Musk: ଟ୍ରମ୍ପଙ୍କ ସହ ଫୋନ୍‌ରେ କଥା ହେଲେ କି ମସ୍କ ?

ଏଲନ ମସ୍କଙ୍କ ସହ କଥା ହେବା ନେଇ ଏବେ କୌଣସି ଯୋଜନା ନଥିବା କହିଛନ୍ତି ଆମେରିକା ରାଷ୍ଠ୍ରପତି ଡୋନାଲ୍ଡ ଟ୍ରମ୍ପ । କିନ୍ତୁ ମସ୍କଙ୍କ ସହ କଥା ହେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଇସାରା ବି ଦେଇଛନ୍ତି । ମସ୍କଙ୍କ ସହ କଥା ହେବା ନେଇ ସମ୍ଭାବନା ଅଛି କି ବୋଲି ପ୍ରେସମିଟରେ ଟ୍ରମ୍ପଙ୍କୁ ପଚରାଯାଇଛି।

ଅଦ୍ୟତନ ହୋଇଛି
ଟ୍ରମ୍ପ-ମସ୍କ କଳି

ଟ୍ରମ୍ପ-ମସ୍କ କଳି

Advertisment

ମସ୍କଙ୍କ ସହ ସବୁ ସଂପର୍କ କାଟିଦେବେ କି ଟ୍ରମ୍ପ ? ଆଗକୁ ଏହି କଳି କେଉଁ ମୋଡ଼ ନେବ । ଦୁହିଁଙ୍କ ସଂପର୍କରେ ସୁଧାର ଆସିବ ନା କଳି ଦିନକୁ ଦିନ ବଢିବ । ତେବେ ଏଲନ ମସ୍କଙ୍କ ସହ ଫୋନରେ କଥା ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଛନ୍ତି ମସ୍କଙ୍କ ସହ କଥା ହେବା ନେଇ ଏବେ କୌଣସି ଯୋଜନା ନାହିଁ । କିନ୍ତୁ ସେ ମସ୍କଙ୍କ ସହ କଥା ହେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଇସାରା ବି ଦେଇଛନ୍ତି । କହିଛନ୍ତି ଯଦି ମୁଁ ତାଙ୍କ ସ୍ଥାନରେ ଥାଆନ୍ତି ତେବେ ମୁଁ କଥା ହୋଇଥାଆନ୍ତି । ଟେସଲା ଓ ସ୍ପେସଏକ୍ସର ପ୍ରମୁଖ ଏଲନ ମସ୍କଙ୍କ ସହ ଫୋନରେ କଥା ହେବା ନେଇ କୌଣସି ସମ୍ଭାବନା ଅଛି କି ବୋଲି ପ୍ରେସମିଟରେ ଟ୍ରମ୍ପଙ୍କୁ ପ୍ରଶ୍ନ କରାଯାଇଥିଲା।

Advertisment

ଏହାର ଜବାବ ରଖିଥିଲେ ଟ୍ରମ୍ପ । କହିଥିଲେ ବାସ୍ତବରେ ମୁଁ ଏ ବିଷୟରେ ଭାବିନାହିଁ । ମତେ ଲାଗୁଛି ସେ ମୋ ସହ କଥା ହେବାକୁ ଚାହୁଁଛନ୍ତି । ହୁଏତ ସେ ମୋତେ ଫୋନ କରିଥାଇପାରନ୍ତି । ଆପଣମାନେ ତାଙ୍କୁ ପଚାରିବା କଥା । ସେ ମତେ ପ୍ରଥମେ ଫୋନ କରିଛନ୍ତି କି ? କିନ୍ତୁ ମୋର ଏନେଇ କୌଣସି ସମସ୍ୟା ନଥିବା କହିଛନ୍ତି ଟ୍ରମ୍ପ । ଏଥିରୁ ଅନୁମାନ କରାଯାଉଛି ହୁଏତ ଆଗକୁ ମସ୍କଙ୍କ ସହ କଥା ହୋଇପାରନ୍ତି ଟ୍ରମ୍ପ ।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପରର ଦୁନିଆ; ୮ ମିନିଟ୍‌ ପାଇଁ ମରିଥିବା ମହିଳା ବଖାଣିଲେ ଅଦ୍ଭୁତ କଥା...

Advertisment

ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାର ସମୟରେ ମସ୍କଙ୍କ ସହ ସମ୍ପର୍କ ଛିନ୍ନ ହୋଇଗଲା କି ପଚାରିବାରୁ ସେ ସମ୍ଭବତଃ ଶେଷ ହୋଇଯାଇଛି ବୋଲି କହିଥିଲେ। ମସ୍କଙ୍କ ସହ ସମ୍ପର୍କ ସୁଧାରିବାରେ ତାଙ୍କର କୌଣସି ଇଚ୍ଛା ନାହିଁ ବୋଲି ବି କହିଥିଲେ ।

ଟ୍ରମ୍ପଙ୍କ ବିଗ୍ ବିୟୁଟିଫୁଲ ବିଲକୁ ବିରୋଧ କରୁଛନ୍ତି ମସ୍କ । ବିରୋଧ ପର ଠାରୁ ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଦିନେ ମସ୍କ ଟ୍ରମ୍ପଙ୍କ ସହଯୋଗୀ ଥିଲେ । ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପଙ୍କୁ ଆର୍ଥିକ ସାହାଯ୍ୟ ସହ କ୍ୟାମ୍ପେନ ବି କରିଥିଲେ । ଏବେ ପରସ୍ପରର ମୁହଁକୁ ଚାହୁଁନାହାଁନ୍ତି । ତେବେ କିଛିଦିନ ହେବ ଟ୍ରମ୍ପଙ୍କୁ ସିଧାସଳଖ ବିରୋଧ କରୁନାହାନ୍ତି ମସ୍କ। କିନ୍ତୁ ବିଲକୁ ସମାଲୋଚନା କରିବା ଜାରି ରଖିଛନ୍ତି । ଗତ ସପ୍ତାହରେ ହିଁ ମସ୍କ ଓ ଟ୍ରମ୍ପଙ୍କ ଭିତରେ ଥିବା ଫାଟ ଲୋକଲୋଚନକୁ ଆସିଥିଲା । ଟ୍ରମ୍ପ ପ୍ରଥମେ ଚୁପ ରହିଥିଲେ କିନ୍ତୁ ପରେ ଏକ ସାକ୍ଷାତକାରରେ କହିଥିଲେ ସେ ମସ୍କଙ୍କ ଯୋଗୁଁ ନିରାଶ ହୋଇଛନ୍ତି ।

Advertisment

ମସ୍କ ବି ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ ତାଙ୍କ ସମର୍ଥନ ବିନା ଟ୍ରମ୍ପ ନିର୍ବାଚନ ଜିତିପାରିନଥାନ୍ତେ । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଟ୍ରମ୍ପଙ୍କ ପାଇଁ ମସ୍କ ୩୦୦ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିଥିଲେ । ପରେ ଟ୍ରମ୍ପ ସରକାରଙ୍କ DOGEର ମୁଖ୍ୟ ପଦ ସମ୍ଭାଳିଥିଲେ ମସ୍କ । ଏବେ DOGEର ମୁଖ୍ୟ ପଦରୁ ଇସ୍ତଫା ବି ଦେଇସାରିଛନ୍ତି ।

ବିବାଦ ଏତିକିରେ ଅଟକିନାହିଁ , ପରସ୍ପରକୁ ଧମକ ବି ଦେଇଥିଲେ ଟ୍ରମ୍ପ ଓ ମସ୍କ । ଟ୍ରମ୍ପ କହିଥିଲେ ତାଙ୍କ ପ୍ରଶାସନ ସ୍ପେସଏକ୍ସ ଓ ତାର ସାଟେଲାଇଟ ଇଣ୍ଟରନେଟ ୱିଙ୍ଗ୍ , ଷ୍ଟାରଲିଙ୍କ ସହିତ ବୁଝାମଣା ଓ ମସ୍କଙ୍କ କଂପାନୀ ସହିତ ସରକାରୀ ବୁଝାମଣାକୁ ବାତିଲ କରିପାରନ୍ତି । ମସ୍କ ବି ନାସାର ମିଶନରୁ ସ୍ପେସଏକ୍ସର ଡ୍ରାଗନ ଅନ୍ତରୀକ୍ଷ ଯାନକୁ ଅନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନକୁ ଫେରାଇ ନେବାକୁ ଧମକ ଦେଇଥିଲେ । ଯାହାକି ଆମେରିକାର ମହାକାଶ ଗବେଷଣା କାର୍ଯ୍ୟକ୍ରମକୁ ବିପଦରେ ପକାଇବ । କିନ୍ତୁ ପରେ ମସ୍କ ଏହି ଧମକକୁ ଫେରାଇନେଇଥିଲେ ।

ଅଧିକ ପଢ଼ନ୍ତୁ: ଭାରତ ବିରୋଧରେ ଚୀନର ‘ଜଳ’ ଅସ୍ତ୍ର, କ’ଣ ରହିଛି ମୋଦି ସରକାରଙ୍କ ପ୍ଲାନ ?

Donald Trump US Presidential Election USA Elon Musk Tesla Tesla CEO Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ