ଯଦି ଆପଣ ଆନ୍ତର୍ଜାତୀୟ ଖବର ସହ ଜଡ଼ିତ ଥିବେ ତେବେ ନିଶ୍ଚୟ ଜାଣିଥିବେ ଯେ, ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏବେ ନାନା କଥା ଚର୍ଚ୍ଚା ହେଉଛି । ଏମିତିରେ ବି ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଚର୍ଚ୍ଚାରେ ରହୁଥିଲେ ଏବଂ ନିର୍ବାଚନ ହାରିବା ପରେ ବି ଖୁବ୍ ଚର୍ଚ୍ଚାରେ ଥିଲେ । ତେବେ ଏଥର କିନ୍ତୁ ସେ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି ।
Also Read
ସୋସିଆଲ ମିଡିଆ ରେ କିଛି ଫଟୋ ଏବେ ଭାଇରାଲ ହେଉଛି। ସେହି ଫଟୋ ଗୁଡ଼ିକୁ ଦେଖିଲେ ଆପଣ ଭାବିବେ ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଛି । ଆଉ କମଳା ରଙ୍ଗର କଏଦୀ ପୋଷାକ ପିନ୍ଧାଇ ଜେଲ୍ରେ ରଖିଛି । ଗିରଫ ସମୟରେ ତାଙ୍କ ଟଣା ଓଟରା କରିଛନ୍ତି ପୋଲିସ । ଜୋର ଜବରଦସ୍ତ ଉଠାଇ ନେଇଛନ୍ତି । ସେହି ଫଟୋ ଗୁଡ଼ିକୁ ଦେଖିଲେ ଆପଣ ନିଶ୍ଚୟ ଏଭଳି କିଛି ଭାବିବେ ।
ଅଧିକ ପଢ଼ନ୍ତୁ: ବ୍ୟାନ୍ ହଟିବା ପରେ ୨ ବର୍ଷ ପରେ ଫେସ୍ବୁକ୍ରେ ପ୍ରଥମ ପୋଷ୍ଟ ଶେୟାର କଲେ ଡୋନାଲ୍ଡ ଟ୍ରମ୍ପ
ଆମେ ଆପଣଙ୍କୁ ଏଠି କହି ରଖୁଛୁ ଯେ, ସେଭଳି କିଛି ହୋଇନାହିଁ । ଯେଉଁ ଫଟୋ ଗୁଡ଼ିକୁ ଆପଣ ଦେଖୁଛନ୍ତି ବା ଭାଇରାଲ ହେଉଛି ସେଗୁଡ଼ିକ ଫେକ୍ । ମଜା ମସ୍ତି ପାଇଁ ସେହି ଫଟୋ ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଏଠି ଆପଣ ଭାବୁଥିବେ ଯେ, ମଜା ମସ୍ତି ପାଇଁ ଏମିତି ଫଟୋ କାହିଁକି ପ୍ରସ୍ତୁତ କରାଗଲା । ମଜା ମସ୍ତି ପାଇଁ ଏମିତି କ’ଣ ଫଟୋ ପ୍ରସ୍ତୁତ କରିବା ଜରୁରୀ ।
ତେବେ ପୁରା କାହାଣିଟି ହେଲା, ଡୋନାଲ୍ଟ ଟ୍ରମ୍ପଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି । ୨୦୧୬ରେ ଡୋନାଲ୍ଡ ଟ୍ରମ୍ପ ଜଣେ ପର୍ଣ୍ଣଷ୍ଟାରଙ୍କୁ ବେଆଇନ ଭାବେ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅନେକ ଅପରାଧିକ ମାମଲା ତାଙ୍କ ନାଁରେ ରହିଥିବା ଜଣାପଡ଼ିଛି । ତେଣୁ ତାଙ୍କୁ ଗିରଫ କରାଯାଇ ପାରେ ବୋଲି ସବୁଠି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାକୁ ଆଖି ଆଗରେ ରଖି ନକଲି ଫଟୋ ଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଜଣେ ବ୍ରିଟିସ୍ ସମ୍ବାଦିକ ଏହି ଫଟୋ ଗୁଡ଼ିକୁ ପୋଷ୍ଟ କରିଛନ୍ତି ।