Advertisment

Donald Trump Claime: ରୁଷ ହରାଇଲା ବଡ ତେଲ ଗ୍ରାହକ ! ଏମିତି କହିଲେ ଟ୍ରମ୍ପ୍

ଆମେରିକାର ଭାରି ଟାରିଫ୍‌ର ମାଡରେ ବି ଭାଙ୍ଗି ପଡିନି ଭାରତ। ସେ ଏବେ ବି ତା ବନ୍ଧୁ ଦେଶ ସହିତ ଭାବ ରଖିଛି ଆଉ ରୁଷରୁ ତେଲ କିଣୁଛି। ଏହାକୁ କିନ୍ତୁ ସହଜରେ ହଜମ କରିପାରୁ ନାହିଁ ଆମେରିକା। ଏହାକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ୍ କେତେବେଳେ କ’ଣ କହୁଛନ୍ତି ତାହା ନିଜେ ମଧ୍ୟ ବୁଝି ପାରୁ ନାହାନ୍ତି।

trump

trump

Advertisment

() ଆମେରିକାର ଭାରୀ ଟାରିଫ୍‌ର ମାଡରେ ବି ଭାଙ୍ଗି ପଡିନି ଭାରତ। ସେ ଏବେ ବି ତା ବନ୍ଧୁ ଦେଶ ସହିତ ଭାବ ରଖିଛି ଆଉ ରୁଷରୁ ତେଲ କିଣୁଛି। ଏହାକୁ କିନ୍ତୁ ସହଜରେ ହଜମ କରିପାରୁ ନାହିଁ ଆମେରିକା। ଏହାକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ୍ କେତେବେଳେ କ’ଣ କହୁଛନ୍ତି ତାହା ନିଜେ ମଧ୍ୟ ବୁଝି ପାରୁ ନାହାନ୍ତି। ତାଙ୍କର ପାଗଳାମୀ ଧିରେ ଧିରେ ବଢି ଚାଲିଛି। ବର୍ତ୍ତମାନ ସେମିତି ଏକ ମତ ସାମ୍ନାକୁ ଆସିଛି।

Advertisment

ନିକଟରେ ଟ୍ରମ୍ପ୍‌ ଆଲାସ୍କାରେ ପୁଟିନଙ୍କୁ ଭେଟିଛନ୍ତି। ଆଉ ବୈଠକ ପରେ ଉଭୟ ନିଜ ନିଜ ରାସ୍ତାରେ ଚାଲିଯାଇଛନ୍ତି।ବୈଠକ ପୂର୍ବରୁ କିନ୍ତୁ, ଟ୍ରମ୍ପଙ୍କ ଗୋଟିଏ ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପୁଟିନଙ୍କୁ ଭେଟିବା ପୂର୍ବରୁ, ଏକ ସାକ୍ଷାତକାରରେ, ଟ୍ରମ୍ପ ଦାବି କରିଥିଲେ ଯେ ରୁଷ ଏକ ବଡ ତୈଳ ଗ୍ରାହକକୁ ହରାଇଛି। ସେ ସିଧାସଳଖ ଭାରତର ନା’ ମଧ୍ୟ ନେଇଛନ୍ତି। କିନ୍ତୁ ଟ୍ରମ୍ପଙ୍କ ଏହି ଦାବି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ପାଗଳାମୀ ମନେହୁଏ। କାରଣ ଭାରତ ଏପର୍ଯ୍ୟନ୍ତ ଏପରି କୌଣସି ଅପଡେଟ୍ ଦେଇ ନାହିଁ।

ତେବେ ଏହା ପ୍ରଥମ ଥର ନୁହେଁ ଯେ ଆମେରିକା ରାଷ୍ଟ୍ରପତି ଏପରି ଦାବି କରିଛନ୍ତି। ଅଗଷ୍ଟ ଆରମ୍ଭରେ ଟ୍ରମ୍ପ ଏହା ମଧ୍ୟ ଦାବି କରିଥିଲେ ଯେ ଭାରତ ଆଉ ରୁଷରୁ ତେଲ କିଣିବ ନାହିଁ।

Advertisment

ଭାରତ ସେତେବେଳେ ସ୍ପଷ୍ଟ ଭାବରେ କହିଥିଲା ଯେ ସେମିତି କିଛି ନାହିଁ। ଭାରତ ସରକାର କହିଥିଲେ ଯେ ରୁଷରୁ ତୈଳ ଆମଦାନୀ ପୂର୍ବ ପରି ଜାରି ରହିଛି। ଅର୍ଥାତ୍, ଭାରତ ଏବେ ବି ରୁଷରୁ ତେଲ କିଣୁଛି।

ଟ୍ରମ୍ପ କହିଥିଲେ ଯେ ରୁଷ ଭାରତ ରୂପରେ ଏକ ବଡ଼ ତୈଳ ଗ୍ରାହକ ହରାଇଛି, ଭାରତ ତା’ର ପ୍ରାୟ ୪୦ ପ୍ରତିଶତ ତେଲ ରୁଷରୁ କିଣୁଥିଲା। ଚୀନ୍ ମଧ୍ୟ ରୁଷରୁ ପ୍ରଚୁର ତେଲ କିଣେ। ଯଦି ମୁଁ ଦ୍ୱିତୀୟ ଟାରିଫ୍ ଲାଗୁ କରିବି, ତେବେ ଏହା ବହୁତ ବିନାଶକାରୀ ହେବ। ଯଦି ବି ଏମିତି କରିବାକୁ ପଡେ, ତେବେ ନିଶ୍ଚିତ କରିବି ବୋଲି କହି ଟ୍ରମ୍ପ୍ ଧମକାଇଛନ୍ତି।

Advertisment

ତେବେ ରୁଷ୍‌ରୁ ତେଲ ନ କିଣିବାକୁ ନେଇ ଭାରତ ପକ୍ଷରୁ କୌଣସି ମତ ଦିଆଯାଇ ନାହିଁ। ଦାବି କେବଳ ଟ୍ରମ୍ପ୍‌ କରିଛନ୍ତି। ଭାରତ ଏବେ ବି ରୁଷ୍‌ରୁ ତେଲ କିଣିବା ଜାରି ରଖିଛି।

India Donald Trump Vladimir Putin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ