Advertisment

Trump - Musk Feud: ମସ୍କଙ୍କ ଏତିକି କଥାରେ ତୁଟିଗଲା ବିବାଦ, ବୁଝିଗଲେ ଟ୍ରମ୍ପ

ଜଣେ ସବୁଠୁ ପ୍ରଭାବଶାଳୀ ଦେଶର ରାଷ୍ଟ୍ରପତି ଓ ଆଉ ଜଣେ ବିଶ୍ୱର ସବୁଠୁ ବଡ଼ ଧନୀ । ଏକଦା ମିତ୍ର ଥିଲେ, ପରେ ଶତ୍ରୁ ପାଲଟିଗଲେ । ସୋସିଆଲ ମିଡିଆରେ ଯୁଦ୍ଧ କଲେ । ଏବେ ଏମିତି ହେଲା ବିବାଦର ଅନ୍ତ ଘଟିଲା । ଜଣେ ନରମିବା ପରେ...

ଅଦ୍ୟତନ ହୋଇଛି
Donald Trump

Donald Trump

Advertisment

ଶେଷରେ ନରମିଲେ ଏଲନ ମସ୍କ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମଧ୍ୟରେ ଚାଲିଥିବା ବିବାଦରେ ବର୍ତ୍ତମାନ ପାଇଁ ଅନ୍ତ ଘଟିଛି । ବିବାଦ ଏପରି ସ୍ତରକୁ ଯାଇଥିଲା ଯେ, ଉଭୟ ବ୍ୟକ୍ତିଗତ ସ୍ତରକୁ ମଧ୍ୟ ଓହ୍ଲାଇ ଯାଇଥିଲେ । ଅଧିକାଂଶ ଲୋକ ଭାବୁଥିଲେ, ଏ ବିବାଦ ଏବେ ଥମିବ ନାହିଁ । ଦୁଇ ଜଣଙ୍କ ମଧ୍ୟରେ ସୋସିଆଲ୍ ମିଡିଆରେ ମଧ୍ୟ ଏକପ୍ରକାର ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ, ଏକଦା ଦୁଇ ବନ୍ଧୁଥିବା ଟ୍ରମ୍ପ ଓ ମସ୍କ କେହି କାହାରିକୁ ଛାଡିବେ ନାହିଁ ବୋଲି ଅନେକ ଲୋକଙ୍କ ମନରେ ଏକ ଧାରଣା ସୃଷ୍ଟି ହୋଇଥିଲା ।

Advertisment

ଏହି ବିବାଦ ଭିତରେ ଏଲନ ମସ୍କ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିଛନ୍ତି । ଗତ ଏକ ସପ୍ତାହ ଧରି ଦୁହେଁ ଦୁହିଁଙ୍କୁ ଆକ୍ଷେପ କରିଚାଲିଥିଲେ । ଶେଷରେ ନରମି ଯାଇଛନ୍ତି ଏଲନ ମସ୍କ । ସେ ତାଙ୍କର ଭୁଲ୍ ସ୍ୱୀକାର କରିଛନ୍ତି । ରାଷ୍ଟ୍ରପତିଙ୍କୁ ତାଙ୍କର ସମାଲୋଚନା କରିବାର ନଥିଲା ବୋଲି କହିଛନ୍ତି ମସ୍କ । ଏହା ବହୁତ ହୋଇଯାଇଛି ଓ ବହୁତ ବାଟ ଚାଲିଯାଇଛି ବୋଲି ସେ କହିଛନ୍ତି । ଏହା ସହ ସେ ପୁଣି କହିଛନ୍ତି, ଏହା ଆଉ ଆଗକୁ ବଢ଼ିବନି ।

ମସ୍କଙ୍କ ଏହି ମନ୍ତବ୍ୟ ପରେ ଟ୍ରମ୍ପ ମଧ୍ୟ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । କିଛି କଟୁ ମନ୍ତବ୍ୟ ଦେବାରୁ ସେ ମଧ୍ୟ ବିରତ ହୋଇଛନ୍ତି । ସେ କହିଛନ୍ତି, ମୁଁ ଆଉ ସେମିତି କିଛି ଭାବୁନାହିଁ । ଏଇଟା ବହୁତ ଭଲ ହେଲା । ମୁଁ ମଧ୍ୟ ମସ୍କଙ୍କୁ ଦୋଷ ଦେଉନାହିଁ । କିନ୍ତୁ ଏଭଳି ସମାଲୋଚନା ନେଇ ସେ କିଛି ମାତ୍ରାରେ ଦୁଃଖିତ ଥିଲେ ବୋଲି କହିଛନ୍ତି । ବିଗ୍ ବିଉଟିଫୁଲ୍ ବିଲକୁ ନେଇ ଟ୍ରମ୍ପ ସରକାରକୁ ଏଲନ ମସ୍କ ସମାଲୋଚନା କରିବା ପରେ ଏହି ବିବାଦର ସୂତ୍ରପାତ ହୋଇଥିଲା। ଗତ ସପ୍ତାହରେ ଏଲନ ମସ୍କ ସୋସିଆଲ ମିଡିଆରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରିଥିଲେ । ଟ୍ରମ୍ପ ପ୍ରଥମେ ଏହାକୁ ଗୁରୁତ୍ୱ ଦେଇନଥିଲେ । କିନ୍ତୁ ପରେ ସେ ବି ସୋସିଆଲ ମିଡିଆରେ ଆକ୍ରମଣାତ୍ମକ ହୋଇପଡିଥିଲେ । ଏପରିକି ସେ ମସ୍କଙ୍କୁ ପାଗଳ କହିବାକୁ ମଧ୍ୟ ପଛାଇନଥିଲେ ।

Advertisment

ଅଧିକ ପଢ଼ନ୍ତୁ: ୱାନ ବିଗ ବିୟୁଟିଫୁଲ ବିଲ୍ କ’ଣ ? କାହିଁକି ଏହା ଟ୍ରମ୍ପ- ମସ୍କ ସମ୍ପର୍କରେ ଆଣିଲା ଫାଟ ? 

ଏକ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ମସ୍କଙ୍କ ସହ ସମ୍ପର୍କ ଛିନ୍ନ ହୋଇଗଲା କି ପଚରାଯିବାରୁ ସେ ସମ୍ଭବତଃ ଶେଷ ହୋଇଯାଇଛି ବୋଲି କହିଥିଲେ ଟ୍ରମ୍ପ । ମସ୍କଙ୍କ ସହ ସମ୍ପର୍କ ସୁଧାରିବାରେ ତାଙ୍କର କୌଣସି ଇଚ୍ଛା ନାହିଁ ବୋଲି କହିଥିଲେ । 

Advertisment

‘‘ମୁଁ ଅନ୍ୟ କାମରେ ବ୍ୟସ୍ତ ଅଛି । ଆପଣ ଜାଣିଛନ୍ତି, ମୁଁ ବିପୁଳ ବ୍ୟବଧାନରେ ନିର୍ବାଚନ ଜିତିଛି । ମୁଁ ତାଙ୍କୁ ଅନେକ ସୁଯୋଗ ଦେଇଛି । ମୁଁ ତାଙ୍କୁ ମୋର ପ୍ରଥମ ପ୍ରଶାସନରେ ସୁଯୋଗ ଦେଇଛି ଏବଂ ତାଙ୍କ ଜୀବନ ବଞ୍ଚାଇଛି । ମୋର ତାଙ୍କ ସହ କଥା ହେବାରେ କୌଣସି ଆଗ୍ରହ ନାହିଁ ।’’ ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଅସମ୍ମାନ କରିଛନ୍ତି । ମୁଁ ଭାବୁଛି ଏହା ଅତ୍ୟନ୍ତ ଖରାପ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଅସମ୍ମାନ କରିବା ଉଚିତ ନୁହେଁ ।

ଏହା ସହ ଏଲନ୍ ମସ୍କଙ୍କୁ ଖୋଲା ଚେତାବନୀ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଯଦି ଆଗକୁ ରିପବ୍ଲିକାନ ଦଳ ବିରୋଧରେ ଯାଇ ୨୦୨୬ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ସମୟରେ ମସ୍କ ଡେମୋକ୍ରାଟିକ ଦଳକୁ ସମର୍ଥନ କରନ୍ତି, ତାହାଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ । ସେ ବିରୋଧୀଙ୍କୁ ଆର୍ଥିକ ସହାୟତା ଦେବାର ଭୁଲ ନକରନ୍ତୁ । ନଚେତ ଏଲନ୍ ମସ୍କ ଗମ୍ଭୀର ପରିଣାମ ଭୋଗିବେ। ମସ୍କଙ୍କ କମ୍ପାନୀ ସହ ସରକାରୀ ଚୁକ୍ତିନାମା ଓ ସବସିଡି ବନ୍ଦ କରି ଦିଆଯିବ ବୋଲି ପୂର୍ବରୁ କହିଥିଲେ ଟ୍ରମ୍ପ ।

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଗ୍ ବିୟୁଟିଫୁଲ ବିଲକୁ ବିରୋଧ କରିବା ସହ ଟ୍ରମ୍ପଙ୍କ ପ୍ରଶାସନରୁ ଇସ୍ତଫା ଦେଇଥିଲେ । ଟ୍ରମ୍ପ ସରକାରଙ୍କ DOGEର ମୁଖ୍ୟ ପଦ ସମ୍ଭାଳିଥିଲେ ମସ୍କ । ଟ୍ରମ୍ପଙ୍କ ଏହି ନୂଆ ବଜେଟ ବିଲ୍ ସଂଘୀୟ ନିଅଣ୍ଟ ବୃଦ୍ଧି କରିବା ସହିତ DOGEର କାର୍ଯ୍ୟକୁ ଆହୁରି ଦୁର୍ବଳ କରିବ ବୋଲି କହିଥିଲେ ମସ୍କ । ଏବେ ଏହି ବହୁଚର୍ଚ୍ଚିତ ବିବାଦରେ ଅନ୍ତ ଘଟିବାକୁ ଯାଉଛି । 

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ସହ ଫୋନ୍‌ରେ କଥା ହେଲେ କି ମସ୍କ ? 

Donald Trump USA Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ